କେନ୍ଦୁଝର, ୧୦ ସେପ୍ଟେମ୍ବର(ହି.ସ.) – ବିହାର ରାଜ୍ୟର ବୋକାର ସହର ର ଜଣେ ମହିଳା ଧରଣୀଧର ମେଡିକାଲ୍ କଲେଜ୍ ରେ ଚିକିତ୍ସାଧିନ ମୃତ୍ୟୁ ବରଣ କରିବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଇଣ୍ଡିଆନ୍ ବାୟ ବାର୍ଥର ସେଶଯାତ୍ରା ବାହାନ ରେ ନିଆଯାଇଥିଲା। ସେଠାରେ ଶବବ୍ୟବଛେଦ କରିବା ପରେ ତାଙ୍କ ସ୍ୱାମି ଏବଂ ପୁଅ ମନିସ୍ ଶର୍ମା ସବ ସତ୍କାର କରିବା ପାଇଁ ଅସହାୟ ପ୍ରକାସ କରିଥିଲେ। ତାଙ୍କର କେନ୍ଦୁଝର ରେ କୋଣସି ବନ୍ଧୁ ବାନ୍ଧବ କିମ୍ବା ପରିଚିତ ଲୋକ ନଥିବା ଇଣ୍ଡିଆନ୍ ବାୟ ବାର୍ଥ ର ସହପ୍ରତିଷ୍ଠାତା ଇଂ ସତ୍ୟରଞ୍ଜନ ସାହୁ ଙ୍କୁ ଜଣାଇଥିଲେ। ତୁରନ୍ତ ଇଂ ସତ୍ୟରଞ୍ଜନ ସାହୁ ଭରସା ପରିବାରର ପ୍ରତିଷ୍ଠାତା ଶିବକୁମାର ମିଶ୍ରଙ୍କୁ ଯୋଗାଯୋଗ କରିଥିଲେ। ମୃତ୍ୟୁ ବରଣ କରିଥିବା ମା ର ଶେଷ ଦର୍ଶନ କରିବା ପାଇଁ ଟାଟା ରୁ ଆସି ପହଂଚିଥିଲେ ତାଙ୍କ ଝିଅ। ଝିଅ ଦର୍ଶନ କରିବା ପରେ ମଙ୍ଗଳବାର ସକାଳ ୭ଟାରେ ଭରସା ପରିବାର ଜିଲ୍ଲା ମୁଖ୍ୟ ଲୋମ୍ବୋଦର ମହାନ୍ତଙ୍କ ତତ୍ୱାବଧାନରେ ତାଙ୍କ ସହଜୋଗି ମାନଙ୍କ ସହାୟତାରେ ପରିବାର ବର୍ଗଙ୍କ ଦ୍ୱାରା ରୀତିନୀତି ଅନୁସାରେ ସେଶ କର୍ମ ସାରି ପୁଅ ଶ୍ରୀ ମନିସ୍ ଓ ତାଙ୍କ ପିତା ବୋକାର ଫେରିଥିଲେ। ଭରସା ପରିବାର ଓ ଇଣ୍ଡିଆନ୍ ବାୟ ବାର୍ଥର ଏହି ମିଳିତ ପ୍ରୟାସ ପାଇଁ ମୃତ ମହିଳାଙ୍କ ପୁଅ ଶ୍ରୀ ମନିସ୍ ଓ ତାଙ୍କ ପରିବାର ଧନ୍ୟବାଦ୍ ଜଣାଇବା ସହିତ ଏଭଳି ସେବା ପାଇଁ ପ୍ରଶଂସା କରିଥିଲେ।
ହିନ୍ଦୁସ୍ଥାନ ସମାଚାର/ସନ୍ତୋଷ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA