ବଲାଙ୍ଗୀର ଟାଉନ୍ ହଲ୍ ମରାମତି ନାଁରେ ୫ କୋଟିରୁ ଉର୍ଦ୍ଧ୍ୱ ମାଟିରେ ମିଶିଗଲା ଦେବାଳୟ ସୁରକ୍ଷା କମିଟି ଜିଲ୍ଲାପାଳଙ୍କ ଦ୍ୱାରସ୍ତ
ବଲାଙ୍ଗୀର, ୧୦ ସେପ୍ଟେମ୍ବର(ହି.ସ.) – ବଲାଙ୍ଗୀର ସହର ମଧ୍ୟରେ ଟାଉନ ହଲ୍‌ର ବିଭିନ୍ନ ସମସ୍ୟାକୁ ନେଇ ମୁଖ୍ୟମନ୍ତ୍ରୀ, ଉପ-ମୁଖ୍ୟମନ୍ତ୍ରୀ, ସାଂସ୍କୃତିକ ମନ୍ତ୍ରୀଙ୍କ ବଲାଙ୍ଗୀର ଜିଲ୍ଲାପାଳଙ୍କ ଜରିଆରେ ଟାଉନ ହଲ୍ ପୁନରୁର୍ଦ୍ଧାର ପାଇଁ ଦାବିପତ୍ର ପ୍ରଦାନ କରାଯାଇଛି। ଏହି ଦାବିଗୁଡ଼ିକୁ ବଲାଙ୍ଗୀରରେ ୧୯୯୨
ବଲାଙ୍ଗିର ଟାଉନ ହଲ ମରାମତି ନାଁ ରେ ୫ କୋଟି ରୁ ଉର୍ଦ୍ଧ୍ୱ ମାଟିରେ ମିଶିଗଲା ? ଦେବାଳୟ ସୁରକ୍ଷା କମିଟି ଜିଲ୍ଲାପାଳଙ୍କ ଦ୍ୱାରସ୍ତ


ବଲାଙ୍ଗୀର, ୧୦ ସେପ୍ଟେମ୍ବର(ହି.ସ.) – ବଲାଙ୍ଗୀର ସହର ମଧ୍ୟରେ ଟାଉନ ହଲ୍‌ର ବିଭିନ୍ନ ସମସ୍ୟାକୁ ନେଇ ମୁଖ୍ୟମନ୍ତ୍ରୀ, ଉପ-ମୁଖ୍ୟମନ୍ତ୍ରୀ, ସାଂସ୍କୃତିକ ମନ୍ତ୍ରୀଙ୍କ ବଲାଙ୍ଗୀର ଜିଲ୍ଲାପାଳଙ୍କ ଜରିଆରେ ଟାଉନ ହଲ୍ ପୁନରୁର୍ଦ୍ଧାର ପାଇଁ ଦାବିପତ୍ର ପ୍ରଦାନ କରାଯାଇଛି। ଏହି ଦାବିଗୁଡ଼ିକୁ ବଲାଙ୍ଗୀରରେ ୧୯୯୨ ମସିହାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଦ୍ୱାରା ସେ ସମୟରେ ସହର ମଧ୍ୟରେ ବଲାଙ୍ଗୀର ଟାଉନ ହଲ୍ ଉଦ୍‌ଘାଟନ ହୋଇଥିଲା। ଦୀର୍ଘ ୩୩ ବର୍ଷ ହେବ ଟାଉନ୍ ହଲ ବିଭିନ୍ନ କାର୍ଯ୍ୟକ୍ରମ, ଉପଖଣ୍ଡ ସ୍ତରୀୟ ଲୋକ ମହୋତ୍ସବ, ସଭାସମିତି, ସରକାରୀ ଓ ବେସରକାରୀ କାର୍ଯ୍ୟକ୍ରମ, ନୁଆଁଖାଇ ଭେଟଘାଟ ଓ କଳା ସଂସ୍କୃତିର ବିଭିନ୍ନ କାର୍ଯ୍ୟକ୍ରମ ଏହି ହଲ୍‌ରେ ଆୟୋଜିତ ହେଉଥିଲା। ସହର ମଧ୍ୟରେ ୫୦୦ ବିଶିଷ୍ଟ ଉର୍ଦ୍ଧ୍ୱ ଚେୟାର ସମେତ ପାଖରେ ଥିବାରୁ ଲୋକଙ୍କ ବିଭିନ୍ନ କାର୍ଯ୍ୟକ୍ରମର ସୁଅ ଛୁଟୁଥିଲା। ଏହା ବଲାଙ୍ଗୀର ଲୋକଙ୍କ ପାଇଁ କେନ୍ଦ୍ରସ୍ଥଳି ପାଲଟିଥିଲା। ଏବେ ଦୀର୍ଘ ବର୍ଷ ହେବ ଆବର୍ଜନାରେ ପୋତି ହୋଇଯାଇଛି ସହରର ଟାଉନ ହଲ। ବଲାଙ୍ଗୀରର ବୁଦ୍ଧିଜିବୀ ବିଭିନ୍ନ ସମୟରେ ଦାବି କରି ଆସୁଥିଲେ ମଧ୍ୟ କିଛି କାର୍ଯ୍ୟକାରୀ ନହେବାରୁ ଦୀର୍ଘ ୭ ବର୍ଷ ହେବ କେବଳ ମରାମତି ନାଁରେ ୫ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ମାଟିରେ ମିଶିଯାଇଛି। ଏହାର ତଦନ୍ତ ଏବଂ ଦୃଢ଼ କାର୍ଯ୍ୟନୁଷ୍ଠାନ ଏବଂ ସୌନ୍ଦର୍ଯ୍ୟକରଣ ଖୁବ୍‌ଶୀଘ୍ର ମରାମତି କରି ପୁନର୍ବାର ଚଳାଇବାକୁ ଦାବି। ଏହି ଟାଉନ ହଲକୁ ପୁନର୍ବାର ବିଚାର କରି ଚଳେଇଲେ ରାଜ୍ୟକୋଷକୁ ବିଭିନ୍ନ ଅର୍ଥ ଆସିବ ଏବଂ ବଲାଙ୍ଗୀର ସହରର କଳା ସଂସ୍କୃତି ପୁର୍ନଉଦ୍ଧାର ହେବ ଏବଂ ଲୋକ ଉପକୃତ ହେବେ। ଏହି ଦାବି ପ୍ରଦାନକୁ ଉପ-ଜିଲ୍ଲାପାଳ ବିଜୟାନନ୍ଦ ସେଠିଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଦେବାଳୟ ସୁରକ୍ଷା କମିଟି ସଭାପତି ଜୟକୃଷ୍ଣ ମିଶ୍ର, ପ୍ରଶାନ୍ତ ମହାକୁର, ସୁଶାନ୍ତ ପ୍ରଧାନ, ଶମ୍ଭୁ ଶତପଥି, ରିଂଟୁ ସାହୁ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande