ଜୟପୁର, ୧୦ ସେପ୍ଟେମ୍ବର (ହି.ସ.) - ଜୟପୁର ବ୍ଲକ ଆମ୍ବାଗୁଡା ସ୍ଥିତ ଶ୍ରୀ ଶ୍ରୀ ମଦନ ଗୋପାଳ ଜୀ ମନ୍ଦିର ଠାରେ ତୁଳସି ମାଳି ପିନ୍ଧିବା ନିୟମ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏହି ସତସଙ୍ଗ ସଂସ୍କାର ସମ୍ପର୍କରେ ଜୟପୁର ବ୍ଲକ ଗଙ୍ଗା ପଂଚାୟାତ ସଲପିଆ ଗୁଡା ଗ୍ରାମର ଆଦିବାସୀ ସମ୍ପ୍ରଦାୟର ସଦସ୍ୟ ମାନଙ୍କୁ ମଠ ମହନ୍ତ କୃଷ୍ଣ ଚନ୍ଦ୍ର ପାଳି , ବ୍ରହ୍ମୁଣ ଦେବି, ସଂକିର୍ତନ ମଣ୍ଡଳିର ସମସ୍ତଙ୍କୁ ତୁଳସି ମାଳି ଧାରଣ କରାଇଥିଲେ। ଏବଂ ଘାଟବାଗରା ର ରତ୍ନାକର ନାରାଜି, ବୈଦିକ ମାଧ୍ୟମରେ ତୁଳସି ମାଳି ସଂସ୍କାର ବିଷୟରେ ବୁଝାଇଥିଲେ। ଏବଂ ଆଖ ପାଖ ଅଂଚଳରେ ଥିବା ଭକ୍ତ ମାନଙ୍କର ଭିଡ ଜମିଥିଲା । ଏବଂ ସଦାଶିବ ଅମାନତ୍ୟ ଓ ତୁଷାର କାନ୍ତ ଦାସ ସମସ୍ତ କାର୍ଯ୍ୟର ପରିଚାଳନା କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ପିକେପି