ଜଙ୍ଗଲ ଜମିକୁ ବେଆଇନ ଭାବେ ଜବରଦଖଲ ମେଡ଼ିକାଲ କଲେଜ ନିର୍ମାଣ ପାଇଁ କଟିଲା ଗଛ
ବାରିପଦା, ୧୦ ସେପ୍ଟେମ୍ବର (ହି.ସ.) - ଜଙ୍ଗଲ ଜମିକୁ ବେଆଇନ ଭାବେ ଜବରଦଖଲ କରି ମେଡ଼ିକାଲ କଲେଜ ନିର୍ମାଣ ପାଇଁ ପ୍ରଚେଷ୍ଟା ହେଉଛି। ଯାହାକୁ ନେଇ ଅନେକ ସଂଖ୍ୟକ ଗଛ ଗୁଡ଼ିକ କଟାଯାଇଛି। ମୟୁରଭଞ୍ଜ ଜିଲ୍ଲା ବାରିପଦା ସଦର ବ୍ଲକ ଅନ୍ତର୍ଗତ ଭାଗବତଚନ୍ଦ୍ରପୁର ପଂଚାୟତ ସ୍ଥିତ ତସରୋଳା ମୌଜା ଅଧୀନସ୍ଥ ଏକ ଜଙ୍ଗଲ
ଜଙ୍ଗଲ ଜମିକୁ ବେଆଇନ ଭାବେ ଜବରଦଖଲ ମେଡ଼ିକାଲ କଲେଜ ନିର୍ମାଣ ପାଇଁ କଟିଲା ଗଛ


ବାରିପଦା, ୧୦ ସେପ୍ଟେମ୍ବର (ହି.ସ.) - ଜଙ୍ଗଲ ଜମିକୁ ବେଆଇନ ଭାବେ ଜବରଦଖଲ କରି ମେଡ଼ିକାଲ କଲେଜ ନିର୍ମାଣ ପାଇଁ ପ୍ରଚେଷ୍ଟା ହେଉଛି। ଯାହାକୁ ନେଇ ଅନେକ ସଂଖ୍ୟକ ଗଛ ଗୁଡ଼ିକ କଟାଯାଇଛି। ମୟୁରଭଞ୍ଜ ଜିଲ୍ଲା ବାରିପଦା ସଦର ବ୍ଲକ ଅନ୍ତର୍ଗତ ଭାଗବତଚନ୍ଦ୍ରପୁର ପଂଚାୟତ ସ୍ଥିତ ତସରୋଳା ମୌଜା ଅଧୀନସ୍ଥ ଏକ ଜଙ୍ଗଲରେ ବେଆଇନ ଭାବେ ଜବରଦଖଲ କାର୍ଯ୍ୟ ଚାଲିଛି। ଯାହାକୁ ନେଇ ଭଞ୍ଜସେନା ପକ୍ଷରୁ ବିରୋଧ କରି ଅଭିଯୋଗ କରିଛନ୍ତି। ବହୁ ଗଛ କାଟି ନିର୍ଦିଷ୍ଟ କୌଣସି ଏକ ନିର୍ମାଣାଧୀନ ସଂସ୍ଥା ମେଡ଼ିକାଲ କଲେଜ କରୁଥିବା ସୂଚନା ମିଳିଛି। ରାସ୍ତା ବାବଦରେ ସ୍ଥାନୀୟ ବାସିନ୍ଦାଙ୍କ ପାଖରୁ ଅଭିଯୋଗ ଓ ଫଟୋ ଭିଡିଓ ପାଇ ଭଞ୍ଜସେନା ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା ଏକ୍ସ ଯୋଗେ ମୁଖ୍ୟମନ୍ତ୍ରୀ, ଜଙ୍ଗଲ ବିଭାଗ ଏବଂ ଜିଲ୍ଲାପାଳ ପ୍ରମୁଖଙ୍କୁ ଅବଗତ କରିଛନ୍ତି। ଯଥାଶୀଘ୍ର ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ଅନୁରୋଧ କରିଛନ୍ତି। ଉପଯୁକ୍ତ ତଦନ୍ତ କରି ସତ୍ୟାସତ୍ୟ ପଦାକୁ ନ ଆଣିଲେ ବାରିପଦା ଡିଏଫଓ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ମୁଖପାତ୍ର ଜ୍ୟୋତିରଞ୍ଜନ ପୃଷ୍ଟି ଏକ ପ୍ରେସ ଇସ୍ତାହାର ଜରିଆରେ ଜଣାଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ


 rajesh pande