ଭିଜିଲାନ୍ସ ଜାଲରେ ଚମ୍ପୁଆ ନିକୋଲସନ ଫରେଷ୍ଟ ଟ୍ରେନିଂ ସ୍କୁଲ ର କନିଷ୍ଠ କିରାଣୀ
ଚମ୍ପୁଆ, ୧୦ ସେପ୍ଟେମ୍ବର (ହି.ସ.) - ଅବସରପ୍ରାପ୍ତ କର୍ମଚାରୀଙ୍କ ଠାରୁ ପେନସନ କାଗଜପତ୍ର ପ୍ରସ୍ତୁତ କରିବା ପାଇଁ ୩୦ ହଜାର ଟଙ୍କା ଲାଂଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି କେନ୍ଦୁଝରର ଚମ୍ପୁଆ ନିକୋଲସନ ଫରେଷ୍ଟ ଟ୍ରେନିଂ ସ୍କୁଲ ର କନିଷ୍ଠ କିରାଣୀ ରୂପଚାନ୍ଦ ନାୟକ। ସୂଚନା ମୁତାବକ, ୨୦
ଭିଜିଲାନ୍ସ ଜାଲରେ ଚମ୍ପୁଆ ନିକୋଲସନ ଫରେଷ୍ଟ ଟ୍ରେନିଂ ସ୍କୁଲ ର କନିଷ୍ଠ କିରାଣୀ


ଚମ୍ପୁଆ, ୧୦ ସେପ୍ଟେମ୍ବର (ହି.ସ.) - ଅବସରପ୍ରାପ୍ତ କର୍ମଚାରୀଙ୍କ ଠାରୁ ପେନସନ କାଗଜପତ୍ର ପ୍ରସ୍ତୁତ କରିବା ପାଇଁ ୩୦ ହଜାର ଟଙ୍କା ଲାଂଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି କେନ୍ଦୁଝରର ଚମ୍ପୁଆ ନିକୋଲସନ ଫରେଷ୍ଟ ଟ୍ରେନିଂ ସ୍କୁଲ ର କନିଷ୍ଠ କିରାଣୀ ରୂପଚାନ୍ଦ ନାୟକ। ସୂଚନା ମୁତାବକ, ୨୦୨୪ ମସିହାରେ ଟ୍ରେନିଂ ସ୍କୁଲର ଜଣେ କର୍ମଚାରୀ(ପିଅନ) ସ୍ୱେଚ୍ଛାକୃତ ଅବସର ନେବା ପରେ ତାଙ୍କର ଚୂଡାନ୍ତ ପେନସନ କାଗଜପତ୍ର ଏବଂ ବକେୟା ଦରମା ବିଲ ପ୍ରସ୍ତୁତି ପାଇଁ ରୂପଚାନ୍ଦଙ୍କୁ ବାରମ୍ୱାର ଅନୁରୋଧ କରି ଆସୁଥିଲେ । ଏଥିପାଇଁ ବିଳମ୍ବ କରିବା ସହ ହୋଇରାଣ କରି ରୂପଚାନ୍ଦ ଅଭିଯୋଗକାରୀଙ୍କୁ ପେନସନ କାଗଜପତ୍ର ପ୍ରସ୍ତୁତି ପାଇଁ ୭୦ ହଜାର ଟଙ୍କା ଲାଂଚ ମାଗିଥିଲେ । ତେବେ ଏତେ ଟଙ୍କା ସେ ଦେଇପାରିବେ ନାହିଁ କହିବାରୁ ରୂପଚାନ୍ଦ ୩୦ ହଜାର ଟଙ୍କାରେ ରାଜି ହୋଇଥିଲେ । ଯାହାକୁ ନେଇ ଅଭିଯୋଗକାରୀ ଭିଜିଲାନ୍ସ ର ଦ୍ୱାରସ୍ଥ ହୋଇଥିଲେ । ଯୋଜନା ମୁତାବକ ଆଜି ଦିନ ପ୍ରାୟ ଏଗାର ଟା ସମୟରେ ଲାଂଚ ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ଟିମ୍ କାର୍ଯ୍ୟାଳୟରେ ଚଢାଉ କରି ରୂପଚାନ୍ଦ ନାୟକଙ୍କ ଠାରୁ ତିରିଶ ହଜାର ଲାଂଚ ଟଙ୍କା ଜବତ କରିଥିଲେ । ଏକା ସଙ୍ଗେ ଭିଜିଲାନ୍ସ ଟିମ ତାଙ୍କର ସରକାରୀ ବାସଭବନ ଓ କାର୍ଯ୍ୟାଳୟରେ ଚଢାଉ କରିଥିଲେ। ବିଭାଗ ପକ୍ଷରୁ ରୂପଚାନ୍ଦଙ୍କୁ ଗିରଫ କରାଯିବା ସହ ତାଙ୍କ ବିରୁଦ୍ଧରେ ବାଲେଶ୍ୱର ଭିଜିଲାନ୍ସ ପିଏସ କେସ ନଂ ୦୯/୨୫ , ୟୁ/ଏସ - ୭ପିସି ସଂଶୋଧନ ଆଇନ ୨୧୦୮ ରେ ମାମଲା ରୁଜୁ କରାଯାଇଛି । କେନ୍ଦୁଝର ଭିଜିଲାନ୍ସ ଡିଭିଜନ ଡିଏସପି ସୁଧାଂଶୁ ଶେଖର ପୂଜାରୀଙ୍କ ନେତୃତ୍ୱରେ ହୋଇଥିବା ଏହି ଚଢ଼ାଉରେ ଇନ୍ସିପେକ୍ଟର ଉଲିପି ବେହେରା, ଏସଆଇ ସୁଶାନ୍ତ କୁମାର ସେଠୀ, ଷ୍ଟେନୋ ଧୃବେନ୍ଦ୍ର କୁମାର ପାତ୍ର, କନେଷ୍ଟବଳ ସର୍ବେଶ୍ୱର ସାହୁ , ମଳୟ କୁମାର ବାରିକଙ୍କ ସହ ବାଲେଶ୍ୱର ଡିଭିଜନର ଭିଜିଲାନ୍ସ ଷ୍ଟାଫ ସାମିଲ ହୋଇଥିଲେ।

ହିନ୍ଦୁସ୍ଥାନ ସମାଚାର / Trinath Mahanta


 rajesh pande