କେନ୍ଦୁଝର, ୧୦ ସେପ୍େଟମ୍ବର (ହି.ସ.) - ଘଟଗାଁ ବ୍ଲକ ଅନ୍ତର୍ଗତ ପଇଦାପାଟଣା ଠାରେ ଏକ ଆଦିବାସୀ କୁଡୁମୀ ସମାଜର ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଭାପତିତ୍ୱ କରିଥିଲେ କରିଥିଲେ ଜଗବନ୍ଧୁ ମହାନ୍ତ କୁଡୁମୀ ମାନଙ୍କର ସାମ୍ବିଧାନିକ ମୌଳିକ ଅଧିକାର ବିଷୟରେ ଆଦିବାସୀ କୁଡୁମୀ ସମାଜର କେନ୍ଦ୍ରୀୟ ପ୍ରବକ୍ତା ତଥା ଆଜି ର ବୈଠକର ମୁଖ୍ୟ ଅତିଥି ଶଶଧର କାଳୁଆର ପଇଦାପାଟଣା ଠାରେ ୪ ଟି ଗାଁର କୁଡୁମି ସମ୍ପ୍ରଦାୟର ଯୋଗଦେଇଥିବା ମା ଭଉଣୀ ମାନଙ୍କୁ କୁଡୁମୀ ସମ୍ପ୍ରଦାୟର ସଂସ୍କୃତି ପରମ୍ପରା ବିଷୟରେ ସମସ୍ତଙ୍କୁ ବୁଝାଇଥିଲେ । ଏବଂ ସେପ୍େଟମ୍ବର ୨୦ ରେ କିଭଳି ସଫଳ କରାଯିବ ସେ ନେଇ ଆଲୋଚନା କରିଥିଲେ।ତା ସହ ଓଡ଼ିଶା କୁଡୁମୀ ସେନା ର ଉପ ସଭାପତି ମିତ୍ରଭାନୁ ମହାନ୍ତ ଯୋଗଦେଇ କହିଥିଲେ କି ସରକାର ଆମକୁ ଠକି ଚାଲିଛନ୍ତି ଆମକୁ ଆମର ସମ୍ବିଧାନର ମୌଳିକ ଅଧିକାର ନପାଇବା ଯାଏ ଆମର ଲଢେଇ ଜାରି ରହିବ ସେପ୍େଟମ୍ବର ୨୦ କୁ ମଧ୍ୟ ସେ ଖୋଲାଖୋଲି ସମର୍ଥନ କରିବା ସହ ଶହ ଶହ ସଂଖ୍ୟାରେ ଯୋଗ ଦେବାକୁ ନିବେଦନ କରିଥିଲେ। ଆଦିବାସୀ କୁଡୁମୀ ସମାଜର ପାଟଣା ର ସାଧାରଣ ସମ୍ପାଦକ ଭରତ ଚନ୍ଦ୍ର ମହାନ୍ତ କହିଛନ୍ତି କି ପ୍ରତ୍ୟେକ ବ୍ଲକ ପଂଚାୟତ କୁ ଯାଇ ସମସ୍ତ ଙ୍କ ପାଖରେ ପହଂଚିବୁ ଏବଂ ଆଜି ଠାରୁ ଅଭିଯାନ ଆରମ୍ଭ ହେଲା ବୋଲି କହିଛନ୍ତି ଏବଂ ରେଳରୋକ କୁ ମଧ୍ୟ ଖୋଲାଖୋଲି ସମର୍ଥନ କରିଥିଲେ।ତା ସହ କୁଡୁମୀ ନେତା ଶଶିଭୂଷଣ ମହାନ୍ତ, ସଂଜୀବ କୁମାର ମହାନ୍ତ,ପାଟଣା କୁଡୁମୀ ନେତା ରମେଶ ଚନ୍ଦ୍ର ମହାନ୍ତ,ମିରିଖୋଜି ଗ୍ରାମ ର କେଶବ ଚନ୍ଦ୍ର ମହାନ୍ତ, ଉମେଶ ଚନ୍ଦ୍ର ମହାନ୍ତ, ସୁରେଶ ଚନ୍ଦ୍ର ମହାନ୍ତ,ଚିନାମାଳିପଶି ଶିବ ଚରଣ ମହାନ୍ତ, କୈଳାସ ମହାନ୍ତ, ଭୋଳାନାଥ ମହାନ୍ତ, କରୁଣାକର ମହାନ୍ତ, ଧନେଶ୍ୱର ମହାନ୍ତ, ରାମଚନ୍ଦ୍ର ମହାନ୍ତ, ନୃସିଂହ ମହାନ୍ତ,ବିପିନ ବିହାରୀ ମହାନ୍ତ, ତ୍ରିନାଥ ମହାନ୍ତ, କ୍ଷେତ୍ରବାସୀ ମହାନ୍ତ ପ୍ରମୁଖ ସସ୍ମିତା ମହାନ୍ତ,ବଉଳମଣି ମହାନ୍ତ, ଦମୟନ୍ତୀ ମହାନ୍ତ,ଭାନୁମତୀ ମହାନ୍ତ, ସେବତୀ ମହାନ୍ତ, କସ୍ତୁରୀ ମହାନ୍ତ, ବୀଣାପାଣି ମହାନ୍ତ ପ୍ରମୁଖ ଯୋଗଦେଇ ଥିଲେ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA