ଭୁବନ, ୧୦ ସେପ୍ଟେମ୍ବର (ହି.ସ.) - ରୟାଲିୟନ୍ସ କ୍ଲବ ୨୦୧୨ ମାଟ୍ରିକ ବ୍ୟାଚ୍ ତରଫରୁ ୧୨ ବର୍ଷ ପୂର୍ତି ଅବସରରେ ପ୍ରସିଦ୍ଧ ଗଣେଶ ପୂଜାରେ ହାଇସ୍କୁଲ ପଡ଼ିଆରେ ଅଯୋଧ୍ୟା ରାମ ମନ୍ଦିର ଆକୃତି ର ତୋରଣ କରି ସାରା ରାଜ୍ୟରେ ଚର୍ଚ୍ଚିତ ହୋଇଥିଲା । ଦୀର୍ଘ ୧୫ ଦିନ ଧରି ରାମ ଲାଲାଙ୍କୁ ପୂଜାର୍ଚ୍ଚନା କରାଯାଉଥିବା ବେଳେ ଲକ୍ଷାଧିକ ଲୋକ ରାମ ଲାଲାଙ୍କୁ ଦର୍ଶନ କରିଥିଲେ । ବୁଧବାର ଅପରାହ୍ନରେ ଲଉଡି ବାଡି ଖେଳ, ବାଜା ବାଣରେ ରାମ ଲାଲାଙ୍କୁ ଏକ ସୁସଜ୍ଜିତ ରଥରେ ସହର ପରିକ୍ରମା କରାଯାଇଥିଲା । ବିଭିନ୍ନ ସ୍ଥାନରେ ମହିଳାମାନେ ପ୍ରଭୁ ରାମଲାଲାଙ୍କୁ ବନ୍ଦାପନା କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ