ଅନୁସୂଚିତ ଜାତି ଜନଜାତି କ୍ରିୟାନୁଷ୍ଠାନ କମିଟି ବଲାଙ୍ଗିର ତରଫରୁ ଜିଲ୍ଲାପାଳଙ୍କୁ ଦାବିପତ୍ର
ବଲାଙ୍ଗୀର, ୧୦ ସେପ୍ଟେମ୍ବର(ହି.ସ.) – ଅନୁସୂଚିତ ଜାତି ଜନଜାତି କ୍ରିୟାନୁଷ୍ଠାନ କମିଟି ବଲାଙ୍ଗିର ତରଫରୁ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଡେପୁଟି ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଗଲା। ଦାବିପତ୍ରର ମୁଖ୍ୟ ବିଷୟ ଗୁଡିକ ହେଲା ଗତ ୩୦.୦୮.୨୦୨୫ ଓଡି
ଅନୁସୂଚିତ ଜାତି ଜନଜାତି କ୍ରିୟାନୁଷ୍ଠାନ କମିଟି ବଲାଙ୍ଗିର ତରଫରୁ ଜିଲ୍ଲାପାଳଙ୍କୁ ଦାବିପତ୍ର


ଅନୁସୂଚିତ ଜାତି ଜନଜାତି କ୍ରିୟାନୁଷ୍ଠାନ କମିଟି ବଲାଙ୍ଗିର ତରଫରୁ ଜିଲ୍ଲାପାଳଙ୍କୁ ଦାବିପତ୍ର


ବଲାଙ୍ଗୀର, ୧୦ ସେପ୍ଟେମ୍ବର(ହି.ସ.) – ଅନୁସୂଚିତ ଜାତି ଜନଜାତି କ୍ରିୟାନୁଷ୍ଠାନ କମିଟି ବଲାଙ୍ଗିର ତରଫରୁ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଡେପୁଟି ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଗଲା। ଦାବିପତ୍ରର ମୁଖ୍ୟ ବିଷୟ ଗୁଡିକ ହେଲା ଗତ ୩୦.୦୮.୨୦୨୫ ଓଡିଶା ସରକାରଙ୍କ ଗୃହ ବିଭାଗ ତରଫରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି। ଯେଉଁ ଥିରେ ଲେଖାଯାଇଛି କି ଯେ ଅନୁସୁଚିତ ଜାତି/ଜନଜାତି ନିର୍ଯ୍ୟାତନା ଆଇନ ଅନୁସୂଚି ୯ ଅନୁସାରେ ତଦନ୍ତ ଭାର ଡେପିଟି ସୁପରିଟେଣ୍ଡେଂଟ ଅଫ୍ ପୋଲିସ ବଦଳରେ ଇନ୍‌ସପେକ୍ଟର ଓ ସବ୍‌ଇନିପେକ୍ଟର ମାନେ ମାମଲାର ତଦନ୍ତ କରିବେ। କିନ୍ତୁ ଅନୁସୂଚି ୭ରେ ସ୍ପଷ୍ଟ ଭାବରେ ଲେଖାଯାଇଛି ଯେ ଡେପୁଟି ସୁରିଟେଣ୍ଡଣ୍ଟ ଅଫ ପୋଲିସ ରୁ ତଳ ସ୍ତରର ଅଧିକାରୀ ମାମଲାର ତଦନ୍ତ କରି ପାରିବେ ନାହିଁ। ହେଲେ ଦୁଃଖର ବିଷୟ ଆଇନକୁ ଦୁର୍ବଳ କରିବା ପାଇଁ ତରବରିଆ ଭାବରେ ରାଜ୍ୟ ସରକାର ଏକ ଅଧିସୂଚନା ଜାରି କରିଛନ୍ତି ଯାହାକି ମୂଳ ଆଇନର ବିରୁଦ୍ଧାଚରଣ କରୁଛି। ପ୍ରକାଶ ଥାଉକି ଯେ ଓଡିଶା ଉଚ୍ଚ ନ୍ୟାୟାଳୟ ସହିତ ଦେଶର ଅନେକ ଉଚ୍ଚ ନ୍ୟାୟାଳୟ ଗୁଡିକ ଏହି ନିର୍ଯ୍ୟାତନା ମାମଲାକୁ ସବ୍‌-ଇନ୍‌ସପେକ୍ଟର ଓ ଇନିସପେକ୍ଟରମାନେ ତଦନ୍ତ କରିଥିବା ମାମଲାକୁ ଖାରଜ କରିଛନ୍ତି। ତେଣୁ ଆଇନ ଗୁରୁତ୍ୱକୁ ଉପଲବ୍ଧ କରି ଏହି ଅଧିସୂଚନାକୁ ସରକାର ତୁରନ୍ତ ଫେରାଇ ନେବା ପାଇଁ ଅନୁରୋଧ କରାଯାଇଛି। ଏହାସହିତ କେତେକ ଦାବି ଗୁଡିକ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ଯଥା ୨୦୧୬ ମସିହାରୁ ରାଜ୍ୟ ତଥା ଜିଲ୍ଲା ସ୍ତରରେ ଥିବା ଭିଜିଲେନ୍ସ ଓ ମନିଟରିଂ କମିଟିର ବୈଠକ ବସି ନାହିଁ ତାକୁ ଶୀଘ୍ର କାର୍ଯ୍ୟକାରି କରିବା, ପ୍ରତ୍ୟେକ ଜିଲ୍ଲାର ଅନୁସୂଚିତ ଜାତି/ଜନଜାତିଙ୍କ ପାଇଁ ସ୍ୱତନ୍ତ୍ର ପୋଲିସ ମହକୁମା ସ୍ଥାପନ କରିବା, ପ୍ରତ୍ୟେକ ଜିଲ୍ଲାରେ ସ୍ୱତନ୍ତ୍ର ଅଦାଲତା ସ୍ଥାପନ କରିବା, ମାମଲା ପରିଚାଳନା କରିବା ପାଇଁ ଅନୁସୂଚିତ ଜାତି/ଜନଜାତି ଅଧିବକ୍ତା ନିଯୁକ୍ତି କରିବା ଓ ଠିକ୍ ସମୟରେ ପିଡିତମାନଙ୍କୁ ଆର୍ôଥକ ସହାୟତା ପ୍ରଦାନ କରିବା ଇତ୍ୟାଦି ଅନେକ ଦାବି ଉପସ୍ଥାପନ କରାଯାଇଛି। ସଂଘ ତରଫରୁ ରାଜ୍ୟ ସରକାରଙ୍କୁ ୧୫ ଦିନର ସମୟ ଦିଆଯାଇଛି ଯଦି ଏହି ଅଧିସୂଚନା ଫେରସ୍ତ ନକରନ୍ତି ତେବେ ରାଜ୍ୟବ୍ୟାପି ଆନ୍ଦୋଳନ କରିବାକୁ ସରକାରଙ୍କୁ ଚେତାବନୀ ଦିଆଯାଇଛି। ଏହି ଦାବିପତ୍ର ପ୍ରଦାନ ସମୟରେ ଜିଲ୍ଲା ଆଧିବାସୀ ସଂଘ ସଭାପତି ସତ୍ୟ ନାରାୟଣ ଭୋଇ, ଅଧିବକ୍ତା ଦିନେଶ ନାଗ, ସମାଜସେବୀ ବିଜୟ ବାରିକ, ହିମାଂଶୁ ବିଭାର, ଦେବରାଜ ମହାନନ୍ଦ, ବାସୁଦେବ ମୁଗ୍ରୀ, ଗୋବିନ୍ଦ ବିଭାର, କୁନା ବାବୁ, ସୁଧାଂଶୁ ହରିପାଲ,ବନବିହାରି ମୁନା, ବୃନ୍ଦାବନ ନାଗ ଇତ୍ୟାଦି ସଭ୍ୟ ଉପସ୍ଥିତ ରହି ଦାବିପତ୍ର ପ୍ରଦାନ କରିଥିଲେ।

ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande