ଜୟପୁର, ୧୦ ସେପ୍ଟେମ୍ବର (ହି.ସ.) - ଜୟପୁର ସାହିତ୍ୟ ପରିଷଦ ତରଫରୁ ବିକ୍ରମ ବିଶ୍ୱ ବିଦ୍ୟାଳୟ କୁଳପତିଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି । ସାହିତ୍ୟ ସମ୍ରାଟଙ୍କ ସାହିତ୍ୟ କୃତିକୁ ବିକ୍ରମ ଦେବ ବିଶ୍ୱ ବିଦ୍ୟାଳୟ ପାଠ୍ୟକ୍ରମରେ ସ୍ଥାନୀତ କରିବାକୁ ଦାବି ପତ୍ର ପ୍ରଦାନ କରାଯାଇଛି । ଉକ୍ତ ଦାବି ପତ୍ର ରେ ଉଲ୍ଲେଖ କରାଯାଇଛି ଯେ ବିକ୍ରମ ଦେବ ବିଶ୍ୱ ବିଦ୍ୟାଳୟ ତଥା ଏହାକୁ ସ୍ଥାପନ କରିଥିବା ଏବଂ ଜୟପୁର ସହର କୁ ଓଡିଶା ସହ ମିଶ୍ରଣ କରାଇ ପାରିଥିବା ସାହିତ୍ୟ ସମ୍ରାଟ ରାର୍ଜର୍ଷି ବିକ୍ରମ ଦେବ ବର୍ମା ଓଡିଆ ଅସ୍ମିତା ରକ୍ଷା କରିବା ରେ ତଥା ଆଗକୁ ବଢଇବାରେ ସଫଳ ହୋଇ ପାରିଛନ୍ତି । ସାହିତ୍ୟ ପ୍ରେମି ନାଟ୍ୟକାର, ଗାଳ୍ପିକ, କବି, ପ୍ରଜା ବତ୍ସଳ, ଗରିବଙ୍କ ଦରି ବନ୍ଧୁ କଳାର ପୁଜାରି ବିକ୍ରମ ଦେବ ମହାରାଜାଙ୍କର ଶିକ୍ଷା କ୍ଷେତ୍ର ରେ ଅତୁଳନୀୟ ଅବଦାନ ରହିଛି । ଯହାରି ବିକ୍ରମ ଦେବ ବିଶ୍ୱ ବିଦ୍ୟାଳୟ । ଏନେଇ ସାହିତ୍ୟ ସମ୍ରାଟଙ୍କ ଜୀବିନି ତାଙ୍କ ସାହିତ୍ୟ କୃତି ବିଶ୍ୱ ବିଦ୍ୟାଳୟ ପାଠ୍ୟକ୍ରମରେ ସ୍ଥାନିତ କରିବାକୁ ଜୟପୁର ସାହିତ୍ୟ ପରିଷଦର ସଭାପତି ହରି ହର କରସୁଧା ପଟ୍ଟନାୟକ, ସମ୍ପାଦକ ନିରିଞ୍ଜନ ପାଣିଗ୍ରାହୀ, ସଂଯୋଜକ ନବକୃଷ୍ଣ ରଥ ଦାବି କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ପିକେପି