ଦିବ୍ୟ ଜୀବନ ସଂଘରେ ସ୍ଵାମୀ ଶିବାନନ୍ଦଙ୍କ ୧୩୮ ତମ ଜନ୍ମ ଉତ୍ସବ ପାଳିତ
ମାଲକାନଗିରି,୧୦ ସେପ୍ଟେମ୍ବର (ହି.ସ.) ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ଥିତ ଦିବ୍ଯ ଜୀବନ ସଙ୍ଘ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇ ଯାଇଛି ପରମ ପାବନ ସଦଗୁରୁ ସ୍ଵାମୀ ଶିବାନନ୍ଦ ସରସ୍ଵତୀ ମହାରାଜାଙ୍କ ର ୧୩୮ ତମ ଜନ୍ମ ସ୍ୱନକ୍ଷତ୍ର ଦିବସ ମହା ଆଡମ୍ପର ସହିତ ପାଳିତ ହୋଇ ଯାଇଛି । ନିର୍ଧାରିତ ସୂଚୀ ଅ
ଦିବ୍ୟ ଜୀବନ ସଂଘରେ ସ୍ଵାମୀ ଶିବାନନ୍ଦଙ୍କ ୧୩୮ ତମ ଜନ୍ମ ଉତ୍ସବ ପାଳିତ


ମାଲକାନଗିରି,୧୦ ସେପ୍ଟେମ୍ବର (ହି.ସ.)

ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ଥିତ ଦିବ୍ଯ ଜୀବନ ସଙ୍ଘ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇ ଯାଇଛି ପରମ ପାବନ ସଦଗୁରୁ ସ୍ଵାମୀ ଶିବାନନ୍ଦ ସରସ୍ଵତୀ ମହାରାଜାଙ୍କ ର ୧୩୮ ତମ ଜନ୍ମ ସ୍ୱନକ୍ଷତ୍ର ଦିବସ ମହା ଆଡମ୍ପର ସହିତ ପାଳିତ ହୋଇ ଯାଇଛି । ନିର୍ଧାରିତ ସୂଚୀ ଅନୁଯାୟୀ ଓଁକାର ଉଚ୍ଚାରଣ କରିବା ପରେ ଶ୍ରୀ ଜୟ ଗଣେଶ କୀର୍ତ୍ତନ, ଶାନ୍ତି ପାଠ, ପ୍ରାତଃ ସ୍ମରଣ ମନ୍ତ୍ର ସହିତ ଜପ ଓ ଧ୍ୟାନ କରାଯାଇଥିଲା । ଏହା ପରେ ୧୦୮ ପ୍ରଦୀପ ପ୍ରଜ୍ଜ୍ଵଳନ କରିବା ପରେ ଗୁରୁ ପାଦୁକା ପୂଜାର୍ଚ୍ଚନା କରାଯାଇଥିଲା । ଏହା ପରେ ମହାମନ୍ତ୍ର କୀର୍ତ୍ତନ ସହିତ ନଗର ପରିଭ୍ରମଣ କରାଯାଇଥି ଲା । ଓଁ ନମୋ ଭଗବତେ ଶିବାନନ୍ଦୟ ଜପ କରାଯାଇ ଗୁରୁ ଦେବଙ୍କ ଜୀବନୀ ପାଠ କରାଯାଇଥିଲା । ପରେ ବିଷ୍ଣୁ ସହସ୍ରନାମ ସମୂହ ଭାବେପାଠ କ ରାଯାଇଥିଲା । ଶ୍ରୀଗୁରୁଦେବଙ୍କ ପାଦୁକା ପୂଜା ପୂଜ ଓ ସହସ୍ରଅର୍ଚ୍ଚନା ପରେ ଆଳତି ଓ ପୁଷ୍ପାଞ୍ଜଳିକରାଯାଇଥିଲା । ବିଶ୍ୱ ଶାନ୍ତି ନିମନ୍ତେ ଗୃତ ଯଜ୍ଞଓ ମହାମନ୍ତ୍ର କୀର୍ତ୍ତନ କରା ଯାଇଥିଲା।

ଏହା ପରେ ସତସଙ୍ଗ, ଗୀତାପାରାୟଣ ଓ ପାଠ, ଗୁରୁ ଦେବଙ୍କଜୀବନୀ ଦର୍ଶନ ସ୍ଵାଧ୍ୟାୟ, ଭଜନ,

କୀର୍ତ୍ତନ, ଆରତୀ, ପୁଷ୍ପାଞ୍ଜଳି କରି ପୂଜାସମାପନ କରାଯାଇଥିଲା ।

ନର ନାରାୟଣ ସେବା ଭାବେଅସହାୟ ଲୋକଙ୍କ ପାଇଁ ଓ ସର୍ବ ସାଧାରଣ ନିମନ୍ତେ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା ଏବଂ ନର ନାରାୟଣ ଙ୍କ ପାଇଁ ବସ୍ତ୍ର ପ୍ରଦାନ କରାଯାଇଛି । ସଂଧ୍ୟା ସମୟରେ ସତସଙ୍ଗ ଭଜନ ସମାରୋହ କରାଯାଇଥିଲା । ସଙ୍ଘ ର ବରିଷ୍ଠ ସଦସ୍ୟ ଲକ୍ଷ୍ମଣ ବେହେରା, ରବୀନ୍ଦ୍ର ରଥ, ତ୍ରିଲୋଚନ ରଥ, ବିଜୟ ପଣ୍ଡା, ମଦନ ଦାସ, ଶଙ୍କର ଦାସ, ସୁରେନ୍ଦ୍ର ବିଷୋୟୀ, ରାଜେନ୍ଦ୍ରସିଆ ପ୍ରମୁଖ ଙ୍କ ସମେତ ସଙ୍ଘର ସମସ୍ତ ମହିଳା ସଦସ୍ୟ ଓ ଯୁବ ଭାଇ ମାନଙ୍କ ମିଳିତ ସ‌ହ‌ଯୋଗରେ କା ର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା!

---------------

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande