କେନ୍ଦ୍ରାପଡ଼ା, ୧୦ ସେପ୍ଟେମ୍ବର(ହି.ସ.) – ଜିଲ୍ଲା ବରିଷ୍ଠ ନାଗରିକ ମଂଚ କେନ୍ଦ୍ରାପଡା ପକ୍ଷରୁ ଏକ ବୃହତ୍ ବୃକ୍ଷରୋପଣ କାର୍ଯ୍ୟକ୍ରମ ସ୍ଥାନୀୟ କେନ୍ଦ୍ରାପଡା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ମଂଚର ସଭାପତି ବରିଷ୍ଠ ଆଇନ୍ଜୀବୀ ଅକ୍ଷୟ କୁମାର ମହାନ୍ତିଙ୍କ ମାର୍ଗଦର୍ଶନରେ ସମସ୍ତ କର୍ମକର୍ତା ଓ ସଦସ୍ୟମାନେ ଗାନ୍ଧିଜୀଙ୍କ ପ୍ରତିମୃତିରେ ପୁଷ୍ପମାଲ୍ୟ ଅର୍ପଣ କରି କେନ୍ଦ୍ରାପଡାର ଅନ୍ୟତମ ବରପୁତ୍ର ବିଶିଷ୍ଟ ବ୍ୟକ୍ତିତ୍ୱ ଦିବଂଗତ ଜିଲ୍ଲା ଜଜ ଡ. ନିରଞ୍ଜନ ନାୟକଙ୍କ ସ୍କୃତିରେ ୨ମିନିଟ ନୀରବ ପ୍ରର୍ଥନା କରିବା ସହିତ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ। ମଂଚର ସାଧାରଣ ସମ୍ପଦକ ନରୋତମ ଜେନା, ବରିଷ୍ଠ ସଭ୍ୟ ବସନ୍ତ କୁମାର ଓଝା, ଶୈଳେନ୍ଦ୍ର କୁମାର ମହାନ୍ତିଙ୍କ ସଂଯୋଜନାରେ ଅନୁଷ୍ଠିତ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୁପେ କେନ୍ଦ୍ରାପଡା ପୌରପାଳିକା ଅଧ୍ୟକ୍ଷା ସରିତା ସାହୁ ଯୋଗଦେଇ ମାଆ ପାଇଁ ଗଛଟିଏର ଆହ୍ୱାନ ଦେଇ ପ୍ରଥମେ ଗଛଟିଏ ଲଗାଇ ଶୁଭ ଉଦ୍ଘାଟନ କରିଥିଲେ । ସମ୍ମାନୀତ ଅତିଥି ରୁପେ ହାଇସ୍କୁଲର ପ୍ରଧାନ ଶିକ୍ଷକ ମଦନ ମୋହନ କର ଯେଗାଦେଇ ବୃକ୍ଷ ରୋପଣର ଆବଶ୍ୟକତା ଉପରେ ପରାମର୍ଶ ଦେଇଥିଲେ । ସଭାପତି ଶ୍ରୀ ମହାନ୍ତି କାର୍ଯ୍ୟକରୀ ସଭାପତି ବିଶିଷ୍ଟ ସମାଜସେବୀ ଫକିର ଚରଣ ଖଟୁଆ, ଉପ ସଭାପତି ସୟଦ ଅକମଲ ଅଲ୍ଲୀ,ପ୍ରହଲ୍ଲାଦ ମଲ୍ଲ, ଯୁଗ୍ମ ସମ୍ପାଦକ ଅକ୍ଷୟ କୁମାର ନାୟକ, ଅର୍ଥ ସମ୍ପାଦକ ରବିନ୍ଦ୍ର ନାଥ ବାରିକ, ବରିଷ୍ଠ ଉପଦେଷ୍ଠା ଡ. ବିଜୟ କୁମାର ଦାସ, ଡ. ବିଶ୍ୱପ୍ରକାଶ କାନୁନଗୋ, ଡ. ରମାକାନ୍ତ ମହାନ୍ତି, ଡ. ଶରତ ଚନ୍ଦ୍ର ସ୍ୱାଇଁ, ଅଦୈତ କୁମାର ଦାସ, ନୁରୁଲ ଅମିନ ପ୍ରମୁଖ “ଗଛହିଁ ଆମ ଜୀବନ” ଏହା ଆମ ସମାଜ ଓ ପରିବେଶକୁ ସୁସ୍ଥ ରଖେ କହି ପ୍ରତ୍ୟେକ ଗଛ ଲଗାଇବା ପାଇଁ ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରାଧ୍ୟାପକ ଗଗନ ବିହାରୀ ସ୍ୱାଇଁ, ବୈଷ୍ଣବ ଚରଣ ପ୍ରଧାନ, ହରିହର ସାମଲ, ପରମାନନ୍ଦ ସେଠୀ, କିଶୋର ଚନ୍ଦ୍ର ପରିଡା, ଧିରେନ କୁମାର ରଥ, ହର ପ୍ରସାଦ ପତି, ଜଗବନ୍ଧୁ ସ୍ୱାଇଁ, ଗଣେଶ୍ୱର ରାଉତ, ମିନାକ୍ଷୀ ପତି, ସିତାରଣୀ ରାଉତରାୟ, ପ୍ରବିତ୍ର ପଟ୍ଟନାୟକ, ପ୍ରଶନ୍ନ କୁମାର ବେହେରା, ପ୍ରଦ୍ୟୁମ୍ନ ବେହେରା, ଗଗନ ବିହାରୀ ମନ୍ତ୍ରୀ, ସୁଭାଶ ଚନ୍ଦ୍ର ଦାସ, ସାମ୍ବଦିକ ଚିତ୍ତରଞ୍ଜନ ଦାସ, ଘନଶ୍ୟାମ ପଣ୍ଡା ପ୍ରମୁଖ ଯୋଗଦେଇ ଗଛ ଲଗାଇଥିଲେ । କେନ୍ଦ୍ରାପଡା ହାଇସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀମାନେ ସମସ୍ତ ସହୟତା ପ୍ରଦାନ କରିଥିଲେ । କେନ୍ଦ୍ରାପଡା ବନ ବିଭାଗ ପକ୍ଷରୁ ଚାରା ଗଛ ଯୋଗଇ ଦିଆଯିବା ସହ ଆବଶ୍ୟକ ପରାମର୍ଶ ଦିଆଯାଇଥିଲା ।
ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ରବି