୪ମାସ ହେଲା ସୋଲାର ଲାଇଟ ଅଚଳ
ଘଟଗାଁ ୧୨ ସେପ୍ଟେମ୍ବର (ହି ସ ) - ସ୍ଥାନୀୟ ବ୍ଲକ ତରାଂଗ୍ରାମ ପଂଚାୟତ ଅଧିନସ୍ଥ ବେଢାପାଳ ଗ୍ରାମରେ ଥିବା ମା ବାସୁଳି ଠାକୁରାଣୀ ପରିସରରେ ଥିବା ସୋଲାର ଲାଇଟ ୪ମାସ ହେଲା ଅଚଳ ହୋଇ ପଡିଛି । ଯାହା ଫଳରେ ଗ୍ରାମ ବାସୀଙ୍କ ଗମନା ଗମନରେ ବ୍ୟାଘାତ ହେଉ ଥିବା ଅଭିଯୋଗ ହୋଇଛି । ଉକ୍ତ ଗ୍ରାମରେ ୧୫୦୦ରୁ ଉର୍ଦ୍
୪ମାସ ହେଲା ସୋଲାର ଲାଇଟ ଅଚଳ


ଘଟଗାଁ ୧୨ ସେପ୍ଟେମ୍ବର (ହି ସ ) - ସ୍ଥାନୀୟ ବ୍ଲକ ତରାଂଗ୍ରାମ ପଂଚାୟତ ଅଧିନସ୍ଥ ବେଢାପାଳ ଗ୍ରାମରେ ଥିବା ମା ବାସୁଳି ଠାକୁରାଣୀ ପରିସରରେ ଥିବା ସୋଲାର ଲାଇଟ ୪ମାସ ହେଲା ଅଚଳ ହୋଇ ପଡିଛି । ଯାହା ଫଳରେ ଗ୍ରାମ ବାସୀଙ୍କ ଗମନା ଗମନରେ ବ୍ୟାଘାତ ହେଉ ଥିବା ଅଭିଯୋଗ ହୋଇଛି । ଉକ୍ତ ଗ୍ରାମରେ ୧୫୦୦ରୁ ଉର୍ଦ୍ଧ ଆଦିବାସୀ ପରିବାର ବାସ କରୁ ଛନ୍ତି । ପଂଚାୟତ ଓ ବ୍ଲକ ପ୍ରଶାସନର ଅବାହେଳାରୁ ସୋଲାର ଲାଇଟଟି ୪ମାସ ହେଲା ସଚଳ ବା ନୂତନ କିମ୍ବା ପୁନଃ ନିର୍ମାଣ ହୋଇ ପାରୁ ନାହିଁ । ଏଣୁ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି ।

ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ


 rajesh pande