ସମ୍ବଲପୁର, ୧୨ ସେପ୍ଟେମ୍ବର (ହି.ସ.) ଶ୍ରୀ ରାମ ବିଜୟା ଦଶମୀ ମହୋତ୍ସବ ସମିତି ସମ୍ବଲପୁର ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ଆସନ୍ତା ସେପ୍ଟେମ୍ବର ୨୨ ତାରିଖରୁ ପିଏଚଡି ପଡିଆ ଠାରେ ରାମ ଲୀଳା ସହ ବିଜୟା ଦଶମୀ ଦିନ ରାବଣ ପୋଡି ଅନୁଷ୍ଠିତ କରାଯିବାର ସୂଚନା ଦିଆଯାଇଛି l ଏହି ଅବସରରେ ଦେଶ ତଥା ଦେଶ ବାହାରେ ବେଶ ପରିଚିତ ଥିବା ଦିଲ୍ଲୀର ଲବକୁଶ ରାମଲୀଳା ପାର୍ଟିର ଏକ ଟିମ ମଧ୍ୟ ପିଏଚଡି ପଡିଆରେ ରାମଲୀଳା ପରିବେଷଣ କରିବାର କାର୍ଯ୍ୟକ୍ରମ ଧାର୍ଯ୍ୟ କରାଯାଇଛି l ତାହାସହ ବିଜୟା ଦଶମୀ ଦିନ ଭବ୍ୟ ଶୋଭାଯାତ୍ରା ବାହାରିବ l ସେଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି କାର୍ଯ୍ୟ ଚାଲିଛି l ଶୋଭାଯାତ୍ରା ରେ ରାୟପୁର ରୁ ବଡ଼ ଡିଜେ ଆସିବା ସହ ବହୁ ସାଂସ୍କୃତିକ ଦଳ, ପାରମ୍ପରିକ ଦୂଲଦୁଲି ବାଜା ସହ ଏହି ଶୋଭାଯାତ୍ରା ମହାମାୟା ମନ୍ଦିର ରୁ ପିଏଚଡି ପଡିଆ ପର୍ଯ୍ୟନ୍ତ ବାହାରିବ l ଏହା ସହ ପିଏଚଡି ପଡିଆରେ ଶହେ ଫୁଟର ବିରାଟ ରାବଣ ପ୍ରସ୍ତୁତ କରାଯାଉଛି l ଯେଉଁଥିରେ ପଶ୍ଚିମବଙ୍ଗ ର କାରିଗର ମାନେ କାର୍ଯ୍ୟ କରୁଛନ୍ତି l ଭବ୍ୟ ଆତସବାଜୀ ପରିବେଷଣ ପାଇଁ ଯାଜପୁର, କଟକ, ପଶ୍ଚିମବଙ୍ଗ, ରାୟପୁର ରୁ ଟିମ ଆସିବେ ବୋଲି ଶ୍ରୀ ରାମ ବିଜୟା ଦଶମୀ ମହୋତ୍ସବ ସମିତିର ସଭାପତି ଗିରିଶ ପଟେଲ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି l
ହିନ୍ଦୁସ୍ଥାନ ସମାଚାର / ଶୈଳେଶ