ସ୍ମାଇଲ ଫାଉଣ୍ଡେସନ ତରଫରୁ ପୋଷଣ ସପ୍ତାହ ଦିନ ପାଳନ
ବଲାଙ୍ଗିର, 12 ସେପ୍ଟେମ୍ବର (ହି.ସ.) ବଲାଙ୍ଗିର ଜିଲ୍ଲା ଗୁଡଭେଲା ବ୍ଲକର ରୁଷୁଡ଼ା ଗ୍ରାମର ହାଇସ୍କୁଲରେ ବଲାଙ୍ଗିରର ସ୍ମାଇଲ ଫାଉଣ୍ଡେସନ ତରଫରୁ ଜାତୀୟ ପୋଷଣ ସପ୍ତାହ ପାଳନ ଅବସରରେ ପୋଷଣ ଦିନ ପାଳନ କରାଯାଇଛି । ଏହି ଅବସରରେ ଅନୁଷ୍ଠାନ ତରଫରୁ ଡା. ସନ୍ଧ୍ୟାରାଣୀ ଖୁଣ୍ଟିଆ ଉକ୍ତ ଦିବସର ତାପ୍ତର୍ୟ୍ୟ ଓ
ସ୍ମାଇଲ ଫାଉଣ୍ଡେସନ ତରଫରୁ ପୋଷଣ ସପ୍ତାହ ଦିନ ପାଳନ


ବଲାଙ୍ଗିର, 12 ସେପ୍ଟେମ୍ବର (ହି.ସ.)

ବଲାଙ୍ଗିର ଜିଲ୍ଲା ଗୁଡଭେଲା ବ୍ଲକର ରୁଷୁଡ଼ା ଗ୍ରାମର ହାଇସ୍କୁଲରେ ବଲାଙ୍ଗିରର ସ୍ମାଇଲ ଫାଉଣ୍ଡେସନ ତରଫରୁ ଜାତୀୟ ପୋଷଣ ସପ୍ତାହ ପାଳନ ଅବସରରେ ପୋଷଣ ଦିନ ପାଳନ କରାଯାଇଛି । ଏହି ଅବସରରେ ଅନୁଷ୍ଠାନ ତରଫରୁ ଡା. ସନ୍ଧ୍ୟାରାଣୀ ଖୁଣ୍ଟିଆ ଉକ୍ତ ଦିବସର ତାପ୍ତର୍ୟ୍ୟ ଓ ଏହା କିଭଳି ପାଳନ ଆରମ୍ଭ ହୋଇଥିଲା ସେ ସଂପର୍କରେ ଆଲୋକପାତ କରିଥିଲେ । ଏହି ଦିନ ପାଳନ କରିବାର କଳ୍ପନା ପ୍ରଥମେ ଆମେରିକୀୟ ଡାଏଟେଟିକ୍ସ ଆସୋସିଏସନରୁ ଆସିଥିଲା । ଏହି ଆସୋସିଏସନ୍‌ ପ୍ରଥମେ ପୁଷ୍ଟିକର ଦିବସ ପାଳନ କରିବା ଆରମ୍ଭ କରିଥିଲା । ପରେ ଏହି ଆସୋସିଏସନକୁ ଏକାଡେମୀ ଅଫ୍ ନ୍ୟୁଟ୍ରିସନ୍ ଆଣ୍ଡ ଡାଏଟ୍ ସାଇନ୍ସର ନାମ ଦିଆଯାଇଥିଲା ବୋଲି ସବିଶେଷ ବିବରଣୀ ପ୍ରଦାନ କରିଥିଲେ । ପ୍ରତିବର୍ଷ ଭାରତ ସରକାର ଜାତୀୟ ପୁଷ୍ଟିକର ସପ୍ତାହ ପାଳନ କରିବା ପାଇଁ ଏକ ଥିମ୍ ବା ବିଷୟବସ୍ତୁ ରଖାଯାଉଥିବା ବେଳେ ଚଳିତ ବର୍ଷର ଥିମ୍ ହେଲଦି ଅଫୋର୍ଡେବଲ୍ ଡାଏଟ୍ ଫର୍ ଅଲ୍ ରଖାଯାଇଛି ବୋଲି ଡ଼ା ସନ୍ଧ୍ୟାରାଣୀ ଖୁଣ୍ଟିଆ ଜଣାଇଥିଲେ । ଉକ୍ତ ପୋଷଣ ଦିବସରେ ରୁଷୁଡା ହାଇସ୍କୁଲର ସର୍ବମୋଟ ୧୭୦ ଜଣ ଛାତ୍ର ଛାତ୍ରୀଙ୍କୁ ପୋଷଣ ଖାଦ୍ୟ ସମ୍ବନ୍ଧୀୟ ଧାରଣା ଦିଆଯାଇଥିବା ବେଳେ ଖାଦ୍ୟ ବଣ୍ଟନ କରାଯାଇଥିଲା । ଉପରୋକ୍ତ ହାଇସ୍କୁଲର ପ୍ରଧାନ ଶିକ୍ଷକ, ସମସ୍ତ ଶିକ୍ଷୟତ୍ରୀଗଣ ଯୋଗଦାନ କରି ପୋଷଣ ଦିବସକୁ ସଫଳ କରାଇଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande