ସମ୍ବଲପୁର, ୧୨ ସେପ୍ଟେମ୍ବର (ହି.ସ.) ବ୍ୟାଡମିଣ୍ଟନ ଆସୋସିଏସନ୍ ଅଫ ଇଣ୍ଡିଆ ପକ୍ଷରୁ ଉତ୍ତରପ୍ରଦେଶ ଲକ୍ଷ୍ନୌ ଠାରେ ଆୟୋଜିତ ଜାତୀୟ ଦ୍ୱିତୀୟ ଜୁନିୟର ଓ ଯୁବ ପାରା ବ୍ୟାଡମିଣ୍ଟନ ଚମ୍ପିୟନସିପ ୨୦୨୫ ରେ ଓଡ଼ିଶା ପାରା ବ୍ୟାଡମିଣ୍ଟନ ଆସୋସିଏସନ୍ ପକ୍ଷରୁ ଖେଳାଳୀମାନେ ଯୋଗଦାନ କରିଥିଲେ। ଏହି ଅବସରରେ ସମ୍ବଲପୁର ପିମ୍ ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟ ର ୧୦ମ ଶ୍ରେଣୀର ଛାତ୍ର ସୌମ୍ୟକାନ୍ତ ମହାକୁଲ ଯିଏକି ବର୍ତ୍ତମାନ ହାଇଦ୍ରାବାଦ ରଙ୍ଗାରେଡି ଜିଲ୍ଲା ପିଏମ୍ ଶ୍ରୀ ନବୋଦୟ ବିଦ୍ୟାଳୟ ରେ ପଢିବା ସହ ଆଦିତ୍ୟ ମେହେଟା ଫାଉଣ୍ଡେସନ ଠାରେ ତାଲିମ ଗ୍ରହଣ କରୁଛନ୍ତି। ଏହି ଅବସରରେ ସେ ଓଡ଼ିଶା ପାରା ବ୍ୟାଡମିଣ୍ଟନ ଆସୋସିଏସନ୍ ପକ୍ଷରୁ ଅଂଶ ଗ୍ରହଣ କରି ଉତ୍ତମ ପ୍ରଦର୍ଶନ କରିଥିଲେ।
ଏହି ଜାତୀୟ ମ୍ୟାଚରେ କୁଚିଣ୍ଡା ର ସୌମ୍ୟକାନ୍ତ ମହାକୁଲ ୧୭ ବର୍ଷରୁ କମ ବର୍ଗର ଖେଳି ରୌପ୍ୟ ଓ ୧୯ ବର୍ଷରୁ କମ ବର୍ଗ ରେ ଖେଳି ବ୍ରୋଞ୍ ପଦକ ହାସଲ କରିଥିଲେ। ତାଙ୍କର ଏହି ପ୍ରଥମ ଜାତୀୟ ସ୍ତରର ଖେଳ ପ୍ରଦର୍ଶନ ଅନେକ ରୋମାଞ୍ଚକର ଓ ଉତ୍ସାହ ପ୍ରଦ ରହିଥିଲା । ତାଙ୍କ କୋଚ୍ ଗୌଥମ ସାର କହନ୍ତି ଖେଳ ସମୟରେ ସୌମ୍ୟଙ୍କର କୃତିମ ଗୋଡଟି ଖରାପ ହୋଇଯାଇଥିଲା ହେଲେ ମାରାମତିପରେ ପୁଣି ଖେଳିଥିଲେ। ସୌମ୍ୟଙ୍କର ସାହାସ ଓ ଦୃଢ ଇଚ୍ଛାଶକ୍ତି ଯୋଗୁଁ ଗୋଟିଏ ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ୍ ପଦକ ହାସଲ କରି ଜିଲ୍ଲା ଓ ରାଜ୍ୟ ତଥା ସ୍କୁଲ ଓ ପାରା ବ୍ୟାଡମିଣ୍ଟନ ଆସୋସିଏସନ୍ ଓଡିଶା ଓ ଆଦିତ୍ୟ ମେହେଟା ଫାଉଣ୍ଡେସନ ପାଇଁ ଗର୍ବ ଆଣିଦେଛନ୍ତି।
ଏହି ସଫଳତା ପାଇଁ ଅଂଶ ଗ୍ରହଣ କରିଥିବା ସମସ୍ତ ଖେଳାଳୀ ଙ୍କୁ ଖେଳ ଓ ଯୁବ ବ୍ୟାପାର ମନ୍ତ୍ରୀ ଶ୍ରୀ ଯୁକ୍ତ ସୂର୍ଯ୍ୟବଂଶୀ ସୁରଜ୍ ଓ ପଞ୍ଚାୟତି ରାଜ ଓ ପାନୀୟ ଜଳ ଯୋଗାଣ ମନ୍ତ୍ରୀ ଶ୍ରୀଯୁକ୍ତ ରବିନାରାୟଣ ନାଏକ ଅଭିନନ୍ଦନ ଜଣାଇଥିଲେ ଓ ଦେଶ ତଥା ରାଜ୍ୟ ପାଇଁ ଆଣିଥିବା ଗୌରବ ରାଜ୍ୟ ପାଇଁ ପ୍ରେରଣା ବୋଲି ତାଙ୍କ ବାର୍ତ୍ତା ରେ ଜଣାଇଛନ୍ତି। ସୌମ୍ୟକାନ୍ତ ମଧ୍ୟ ତାଙ୍କ ସଫଳତା ପାଇଁ ସମ୍ବଲପୁର, କୁଚିଣ୍ଡା ତଥା ଓଡ଼ିଶା ରାଜ୍ୟ ବ୍ୟାଡମିଣ୍ଟନ ଆସୋସିଏନର ର କର୍ମକର୍ତା ଓ ନବୋଦୟ ସ୍କୁଲ୍ ର ଖେଳ ଶିକ୍ଷକଙ୍କ ପ୍ରେରଣା ପାଇଁ ଧନ୍ୟବାଦ୍ ଜଣାଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ