ଶିଶୁ ଯତ୍ନ ଅନୁଷ୍ଠାନର ଅନ୍ତେବାସୀଙ୍କ କ୍ରିଡା ପ୍ରତିଯୋଗିତା ଅନୁଷ୍ଠିତ
ଖୋର୍ଦ୍ଧା, ୧୨ ସେପ୍ଟେମ୍ବର (ହି.ସ.) - ଜିଲ୍ଲାରେ ଥିବା ବିଭିନ୍ନ ଶିଶୁଯତ୍ନ ଅନୁଷ୍ଠାନ (ସିସିଆଇ ଆଇ) ରେ ରହୁଥିବା ଅନ୍ତେବାସୀଙ୍କୁ ନେଇ ଶୁକ୍ରବାର ସ୍ଥାନୀୟ ଷ୍ଟାଡିୟମ ପରିସରରେ କ୍ରିଡା ପ୍ରତିଯୋଗିତା, ଏକ ଶିଶୁ ମହୋତ୍ସବ ଉତ୍ସାହ କାର୍ଯ୍ୟକ୍ରମ ଉଦଘାଟିତ ହୋଇଛି । ଏହି ମହୋତ୍ସବରେ ପ୍ରାୟ ଦେଢଶହରୁ ଉର
ଭିନ୍ନକ୍ଷମ


ଖୋର୍ଦ୍ଧା, ୧୨ ସେପ୍ଟେମ୍ବର (ହି.ସ.) - ଜିଲ୍ଲାରେ ଥିବା ବିଭିନ୍ନ ଶିଶୁଯତ୍ନ ଅନୁଷ୍ଠାନ (ସିସିଆଇ ଆଇ) ରେ ରହୁଥିବା ଅନ୍ତେବାସୀଙ୍କୁ ନେଇ ଶୁକ୍ରବାର ସ୍ଥାନୀୟ ଷ୍ଟାଡିୟମ ପରିସରରେ କ୍ରିଡା ପ୍ରତିଯୋଗିତା, ଏକ ଶିଶୁ ମହୋତ୍ସବ ଉତ୍ସାହ କାର୍ଯ୍ୟକ୍ରମ ଉଦଘାଟିତ ହୋଇଛି । ଏହି ମହୋତ୍ସବରେ ପ୍ରାୟ ଦେଢଶହରୁ ଉର୍ଦ୍ଧ ଶିଶୁ ଯୋଗ ଦେଇ ବିଭିନ୍ନ ଖେଳ କୁଦ ରେ ସେମାନଙ୍କ ପ୍ରତିଭା ପ୍ରଦର୍ଶନ କରିଥିଲେ । ତେବେ ପୂର୍ବାହ୍ନରେ ପିଲାମାନଙ୍କ ମଧ୍ୟରେ ବରିଷ୍ଠ ଓ କନିଷ୍ଠ ବର୍ଗରେ ବିଭିନ୍ନ ପ୍ରତିଯୋଗିତା ଯଥା ୧୦୦ ମିଟର ଦୌଡ ୨୦୦ ମିଟର ଦୌଡ ଉଚ୍ଚ ଡିଆଁ ,ଲମ୍ୱ ଡିଆଁ, ଚେସ ଏବଂ କ୍ୟାରମ ଆଦି ପ୍ରତିଯୋଗିତା ହୋଇଥିଲା। ଏହି କାର?୍ୟକ୍ରମ ରେ ଜିଲ୍ଲା ଲୋକ ସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା,ଅତିରିକ୍ତ ଜିଲ୍ଲା ଶିକ୍ଷ୍ୟ ଅଧିକାରୀ, ଅତିରିକ୍ତ ସାମାଜିକ ସୁରକ୍ଷା ଅଧିକାରୀ, ସଦସ୍ୟ କିଶୋର ନ୍ୟାୟ ବୋର୍ଡ ଓ ଅତିରିକ୍ତ କିଶୋର ନ୍ୟାୟ ବୋର୍ଡ, ଏବଂ ଶିଶୁ ମଙ୍ଗଳା ସମିତିର ଅଧକ୍ଷା ଅତିଥି ଭାବେ ଯୋଗ ଦେଇଥିଲେ। ପିଲାମାନେ କିପରି ଆଗାମୀ ଦିନରେ ଭଲ ମଣିଷ ହୋଇ ସମାଜ ରେ ନିଜକୁ ପ୍ରତିଷ୍ଠିତ କରିପାରିବେ ଏହା ଶିଶୁଯତ୍ନ ଅନୁଷ୍ଠାନର ଦାୟିତ୍ୱ ବୋଲି ଉପସ୍ଥିତ ଅତିଥି ମାନେ କହିଥିଲେ। ଏହି ମହୋତ୍ସବରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବାଣୀଶ୍ରୀ ପଟ୍ଟନାୟକ ସ୍ୱାଗତ ଭାଷଣ ପ୍ରଦାନ କରିବା ସହିତ ଶିଶୁ ମାନଙ୍କ ମଧ୍ୟରେ ଲୁକାୟିତ ପ୍ରତିଭା ଉପରେ ଗୁରୁତାରୋପ କରି ଏଇ ପ୍ରତିଭାକୁ କିପରି ଭାବେ ଲୋକଲୋଚନ କୁ ଅଣିହେବ ଏବଂ ସମାଜର ମୂଖ୍ୟ ସ୍ରୋତରେ ସାମିଲ କରିହେବ ସେନେଇ ଅଲୋକପାତ କରିଥିଲେ। ଏହି ମହୋତ୍ସବରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ର ଆନୁଷ୍ଠାନିକ ସୁରକ୍ଷା ଅଧିକାରୀ ସଚିନ୍ଦ୍ର ନାଥ ସାହୁ , ପ୍ରୋବେଶନ ଅଧିକାରୀ ସୌମେନ୍ଦ୍ର ନାୟକ, ଅଣଆନୁଷ୍ଠାନିକ ଅଧିକାରୀ ଅଶୋକ ସେଠୀ, ସାମାଜିକ କର୍ମୀ ରଞ୍ଜନ କୁମାର ଗୋଛାୟାତ , ରିତାଞ୍ଜାଳୀ ମହାନ୍ତି, ଅରୁଣଏନଜିୟ ର କନ୍ସଲ୍ଟ ନ୍ଟ ନିରାଲି ପ୍ରଧାନ, ଅର୍ଚନା ରାୟ, ସୁକାନ୍ତ କୁମାର ପୃଷ୍ଟି, ସିବାସିସ ମହାନ୍ତି, ସତ୍ୟ ସାମନ୍ତରା, ସଚିଦାନନ୍ଦ ସେଠୀ, ପ୍ରସୂନ ଶୁକ୍ଳ ପ୍ଲାନ ଇଣ୍ଡିଆ ର ପ୍ରମୁଖ ପରିଚାଳନା କରିଥିଲେ। ଶେଷରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ର ପରାମର୍ଶ ଦାତ୍ରୀ ମାନସ୍ୱିନୀ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande