ମାଲକାନଗିରି, ୧୨ ସେପ୍ଟେମ୍ବର (ହି.ସ.) - ଏକ ବାଇକ ଯୋଗେ ଦୁଇ ଜଣ ବ୍ୟକ୍ତି ବେଆଇନ ଭବେ ଗଞ୍ଜେଇ ଚୋରା ଚାଲାଣ କରୁଥିବା ବେଳେ ଓର୍କେଲ ପୋଲିସ ହାବୁଡ଼ରେ ଧରା ପଡିଛନ୍ତି ଓ ତେବେ ଏହି ଘଟଣାରେ ସମ୍ପୃକ୍ତ ଥିବା ବ୍ୟକ୍ତି ମାନେ ହେଲେ ମାଲକାନଗିରି ଥାନା ଭେଜାଗୁଡା ଗ୍ରାମର ସମୀର କିର୍ସାନି –(୨୦) ଏବଂ ଆକାଶ କିର୍ସାନୀ – (୨୩) ବୋଲି ଜଣା ପଡିଛି ଓ ଏନେଇ ପୋଲିସ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଓର୍କେଲ ଥାନା ଅଧି କାରୀ ଧିରେନ ପଟ୍ଟନାୟକଙ୍କ ନିଦ୍ଧେଶ କ୍ରମେ ଏସ ଆଇ ଅଜିତ ସିଂ ବରିହାଙ୍କ ନେତୃତ୍ୱରେ ପୋଲିର ଏକ ସ୍ୱତନ୍ତ୍ର ଟିମ ଗତକାଲି ଗୁରୁବାର ପ୍ରାୟ ୨ ଟା ସମୟରେ କୋରୁକୋଣ୍ଡା ବ୍ଲକ ନୀଳାକାମ୍ବେରୁ ପଂଚାୟତ ଅନ୍ତର୍ଗତ ସୋରଲୁକୋଣ୍ଡା ବ୍ୟାରେଜ ନିକଟରେ ପେଟ୍ରୋଲିଙ୍ଗ କରୁଥିବା ସମୟରେ ଉକ୍ତ ବ୍ୟାରେଜ ରାସ୍ତା ଦେଇ ଦୁଇ ଜଣ ବ୍ୟକ୍ତି ବାଇକରେ ଗୋଟିଏ ବ୍ୟାଗରେ କିଛି ସାମଗ୍ରୀ ନେଇ ଦ୍ରୁତ ଗତିରେ ଯାଉଥିବା ଦେଖି ସନ୍ଦେହ ହେବାରୁ ପୋଲିସ ତାଙ୍କୁ ଅଟକାଇ ଯାଂଚ କରିଥିଲେ ଓ ଉକ୍ତ ବାଇକରେ ଥିବା ଦୁଇଟି ଜରି ବସ୍ତାରେ ଗଞ୍ଜେଇ ଥିବା ଦେଖିବାକୁ ପାଇଥିଲେ ଓ ଘଟଣା ସ୍ଥଳରୁ ପୋଲିସ ବାଇକ ସମେତ ଗଞ୍ଜେଇକୁ ଜବତ କରିବା ସହିତ ଘଟଣାରେ ସମ୍ପୃକ୍ତ ଥିବା ଦୁଇଜଣ ବ୍ୟକ୍ତିଙ୍କୁ ଗିରଫ କରି ଥାନାକୁ ଆଣିଥିଲେ । ଦୁଇଟି ଜରିରେ ୨୬କେଜି ଗଞ୍ଜେଇ ରହିଥିଲା!ପୋଲିସ ପକ୍ଷରୁ ଏ ନେଇ ଥାନାରେ କେସ ସଂଖ୍ୟା -୨୪୧/୨୦୨୫ ଏନ ଡି ପିଏସ ଧାରାରେ ଏକ ମାମଲା ରୁଜୁ କରିବା ସହିତ ଏହି ଗଞ୍ଜେଇ ଚୋରା ଚାଲାଣ କରୁଥିବ ଉପରୋକ୍ତ ଦୁଇ ଜଣ ବ୍ୟକ୍ତି ଙ୍କୁ ପୋଲିସ ପକ୍ଷରୁ ଶୁକ୍ରବାର ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧି କାରୀ ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ