କେନ୍ଦୁଝର, ୧୨ ସେପ୍ଟେମ୍ବର (ହି.ସ.) - କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଦଧିବାମନ ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ପାଟଣା ସମ୍ବାଦ ଆମ ଓଡ଼ିଶା ସଂଯୋଜକ ମହେଶ୍ୱର ପୁଷ୍ଟି ଙ୍କ ସଂଯୋଜନାରେ ମହାବିଦ୍ୟାଳୟର ମିଳିତ ସହଯୋଗରେ ସେଚ୍ଛୋକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ ଶିବିରରେ ମୁଖ୍ୟଅତିଥି ଭାବେ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ, ସଂମ୍ମାନୀତ ଅତିଥି ଭାବେ ସୁଲେଖା ନାଏକ,ଦୀପକ କୁମାର ସାହୁ, ଚିକୁ ମିଶ୍ର, ବରଣ ସାହୁ, ବୁଲା ସାହୁ,ହୃକେଶ ସାହୁ,ଲିପୁନ ସେଠୀ,ଗୁଲେଖ ସାହୁ, ଯୋଗଦେଇ ଶିବିରକୁ ଉଦ୍ଘାଟନ କରିଥିଲେ।
ଏହି ଶିବିରରୁ ମୋଟ୍ ୩୧ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା। ତୁରୁମୁଙ୍ଗା ଦଧିବାମନ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ତ୍ରୋଲକ୍ୟ କୁମାର ପରିଡା, ଅଧ୍ୟାପକ ତ୍ରିନାଥ ମହାନ୍ତ, ପଦ୍ମଲୋଚନ ସାହୁ, ଅଜୟ କୁମାର ବେହେରା, ଅଧ୍ୟାପିକା ରୋଜାଲିନ ରଣା, ଲିନା ନାୟକ, ଜୟଶ୍ମିତା ଜେନା, ଜଗତ ଜନନୀ ଜେନା, ଦେବକୀ ନନ୍ଦନ ସାହୁ ପ୍ରମୁଖ ରକ୍ତଦାନ ଶିବିରକୁ ପରିଚାଳନା କରିଥିବା ବେଳେ ଛାତ୍ର ଛାତ୍ରୀମାନେ ପରିଚାଳନାରେ ସହଯୋଗ କରିଥିଲେ। ଡାକ୍ତର ସୁଭାଷ କର, କେନ୍ଦୁଝର ରକ୍ତ ଭଣ୍ଡାର ଲୋକସମ୍ପର୍କ ଅଧିକାରୀ ଅକ୍ଷୟ କୁମାର ସାହୁ, ଗୌରୀ ଶଙ୍କର ମଲିକ, ତପନ କୁମାର ନାୟକ, ଶଙ୍କରଷଣ ନାୟକ, ବସନ୍ତ ସେଠୀ ପ୍ରମୁଖ ଯୋଗଦେଇ ରକ୍ତ ସଂଗ୍ରହ କରିଥିଲେ। ଏହି ଅବସରରେ ଅଧିକ ଥର ରକ୍ତଦାନ କରିଥିବା ରକ୍ତ ଦାତାଙ୍କୁ ବିଧାୟକ ସମ୍ବର୍ଦ୍ଧିତ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA