ଚୋରା ମଦ ଜବତ ୫ କୋର୍ଟ ଚାଲାଣ
କେନ୍ଦ୍ରାପଡ଼ା, ୧୨ ସେପ୍ଟେମ୍ବର(ହି.ସ.) – କେନ୍ଦ୍ରାପଡ଼ା ଅବକାରୀ ବିଭାଗ ପକ୍ଷରୁ ପଟ୍ଟାମୁଣ୍ଡାଇ ଟାଉନ, ଜମ୍ବୁ ମେରାଇନ ଓ ତନ୍ତିଆପାଳ ମେରାଇନ ଥାନା ଅଧିନସ୍ଥ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ଅଠର ବାଟିଆ ଗ୍ରାମର ଗୌତମ ମଳିକଙ୍କ ଠାରୁ ୩୨ଲିଟର ବିଦେଶୀ ମଦ, ଅଳଭା ଗ୍ରାମର ପ୍ରମୋଦ ମଳିକଙ୍କ ଠାରୁ ୨୨ ଲି
ଚୋରା ମଦ ଜବତ ୫ କୋର୍ଟ ଚାଲାଣ


କେନ୍ଦ୍ରାପଡ଼ା, ୧୨ ସେପ୍ଟେମ୍ବର(ହି.ସ.) – କେନ୍ଦ୍ରାପଡ଼ା ଅବକାରୀ ବିଭାଗ ପକ୍ଷରୁ ପଟ୍ଟାମୁଣ୍ଡାଇ ଟାଉନ, ଜମ୍ବୁ ମେରାଇନ ଓ ତନ୍ତିଆପାଳ ମେରାଇନ ଥାନା ଅଧିନସ୍ଥ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ଅଠର ବାଟିଆ ଗ୍ରାମର ଗୌତମ ମଳିକଙ୍କ ଠାରୁ ୩୨ଲିଟର ବିଦେଶୀ ମଦ, ଅଳଭା ଗ୍ରାମର ପ୍ରମୋଦ ମଳିକଙ୍କ ଠାରୁ ୨୨ ଲିଟର ଦେଶୀ ମଦ, ମାଟିଆ ଗ୍ରାମର ସୁବାସ ମଳିକଙ୍କ ଠାରୁ ୧୯ଲିଟର ବିଦେଶୀମଦ, ପ୍ରଭାକରପୁର ଗ୍ରାମର ରଜତ ରାଉତଙ୍କ ଠାରୁ ୯୬୩ ଲିଟର ଦେଶୀ ରନ୍ଧାମଦ ଓ ପ୍ରଭାକରପୁର ଗ୍ରାମର ଚୈତନ୍ୟ ରାଉତଙ୍କ ଠାରୁ ୨୧୨ ଲିଟର ଦେଶୀ ରନ୍ଧାମଦ ଜବତ କରାଯାଇ ୫ ଜଣଙ୍କୁ କୋର୍ଟ ଚାଲାଣ କରାଯିବା ସହ ସମୁଦାୟ ୧୨୪୮ ଲିଟର ଦେଶୀ, ଦେଶୀ ରନ୍ଧା ଓ ବିଦେଶୀ ମଦ ଜବତ କରାଯାଇ ଅଛି ଆଗାମୀ ଦିନରେ ଏହି ଚଢ଼ାଉ ବ୍ୟାପକ ଭାବରେ ଜାରି ରହିବ ବୋଲି ଅବକାରୀ ଅଧିକ୍ଷକ ଶ୍ରୀ ବିପ୍ର ଚରଣ ମଣ୍ଡଳ କହିଛନ୍ତି। ଏହି ଚଢ଼ାଉରେ ଅବକାରୀ ନିରୀକ୍ଷକ ହିତାଂଶୁ ଶେଖର ମଳିକ, ପଦ୍ମଲୋଚନ ନାୟକ, ଅବକାରୀ ଉପ ନିରିକ୍ଷକ ଶ୍ରୀ ଛାୟାକାନ୍ତ ମଳିକ, କଳ୍ପନା ରାଉତ ଏବଂ ଅନ୍ୟ କର୍ମଚାରୀ ସାମିଲ ଥିଲେ।

ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande