ଗଞାମ, ୧୨ ସେପ୍ଟେମ୍ବର (ହି.ସ.)- ଗଞ୍ଜାମ ଜିଲା ଶେରଗଡ ଵ୍ଳକ ପିତଳ ସେଵା ସମଵାୟ ସମିତି ମାଧ୍ୟମରେ ଦୁଇ ଟ୍ରକ ୟୂରିଆ ସାର ସମ୍ପାଦକ କୃଷ୍ଣ ଚନ୍ଦ୍ର ନାୟକ ଚଳିତ ମାସ ପ୍ରଥମ ସପ୍ତାହ ମଧ୍ୟରେ ସୁଷମ ଵଣ୍ଟନ କରିଥିବାରୁ ଚାଷୀ ମନରେ ସନ୍ତୋଷ ଦେଖାଦେଇଛି। ତଥାପି ଆହୁରି ଦୁଇ ଶହ ଚାଷୀ ସାର ପାଇବା ପାଇଁ ଅପେକ୍ଷାରେ ଅଛନ୍ତି। ତୁରନ୍ତ କୃଷି ଵିଭାଗ ପକ୍ଷରୁ ଘଟଣାର ଅନୁଧ୍ଧାନ କରି ପର୍ଯ୍ୟାପ୍ତ ପରିମାଣରେ ସାର ଯୋଗାଇ ଦେବାକୁ ଚାଷୀମାନଙ୍କ ପକ୍ଷରୁ ଦାବି ହେଉଛି।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ