କେନ୍ଦୁଝର, ୧୨ ସେପ୍ଟେମ୍ବର (ହି.ସ.) - କେନ୍ଦୁଝର ଜିଲ୍ଲା ସଦର ବ୍ଲକ ନରଣପୁର ଗ୍ରାମ ପଞ୍ଚାୟତର ରାମଚନ୍ଦ୍ରପୁର ଠାରେ ଆଦିବ କୁଡୁମୀ ସମାଜର ରାମଚନ୍ଦ୍ରପୁର,ହରିଡ଼ା ର,ହରିଡ଼ାଗୋଠ, ଘଟଗାଁ ଗାଁ ବ୍ଲକର ଉକୁଚାବେଡ଼ାର ଭାଇଭଉଣୀ ମାନଙ୍କୁ ନେଇ ରାମଚନ୍ଦ୍ରପୁର ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାମଚନ୍ଦ୍ରପୁର ଗ୍ରାମର ସନାତନ ମହାନ୍ତ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ । ଅତିଥୂ ଭା ଭାବେ ଯୋଗ ଦେଇଥିଲେ କେନ୍ଦ୍ରୀୟ ପ୍ରବକ୍ତା ଶଶଧର କାଳୁଆ । ସେପ୍େଟମ୍ବର ୨୦ ତାରିଖରେ ନରଣପୁର ଠାରେ କୁଡୁମୀ କୁଡୁ ସମାଜର ବିଭିନ୍ନ ଦାବିକୁ ନେଇ ରେଳରୋ ରେଳରୋକ ଡାକ ଚରା ଦିଆଯାଇଛି, ଏହି ରେଳରୋକରେ ଶହ ଶହ ସଂଖ୍ୟାରେ କୁଡୁମୀ ଭାଇ ଭଉଣୀ ଯୋଗ ଦେବାକୁ ନିବେଦନ କରାଯାଇଛି । ଅପରପକ୍ଷରେ ଆଦିବାସୀ କୁଡୁମୀ ସମାଜର ଗବେଷକ ଧନେଶ୍ୱର ମହାନ୍ତ କହିଥୁଲେ କି ଆମେ ପ୍ରକୃତି ପୂଜକ ଆମର ସ୍ୱତନ୍ତ୍ର ପୂ ପୂଜାବିଧୂ ରହିଛି ନିଜର ସଂସ୍କୃତି ପରମ୍ପରା ଆମର ନିଜର ରହିଛି ତେଣୁ ଯଥାଶୀଘ୍ର ଆଦିବାସୀ ମାନ୍ୟତା ଦେବାକୁ ସେ ଦାବି କରିଛନ୍ତି। ଓଡ଼ିଶା ଆଦିବାସୀ କୁଡୁମୀ ସମାଜର ସଭାପତି ଦୋଳ ଗୋବିନ୍ଦ ମହାନ୍ତ ଯୋଗଦେଇ କହିଛନ୍ତି ସଦ ସଦର ବ୍ଲକର ଗାଁ । ଗାଁ ଗଣ୍ଡାରୁ କୁଡୁମୀ ସମାଜର ସମସ୍ତେ ସେପ୍ଟେମ୍ବର ୨୦ ତାରିଖରେ ନରଣପୁର ଠାରେ କୁଡୁମୀ ଜାତିର ସାମ୍ବିଧାନିକ ମୌଳିକ ଅଧୂକାର ପାଇଁ ହେଉଥ?ିବା ରେଳରୋକରେ ସାମିଲ ହେବାକୁ ନିବେଦନ କରିଛନ୍ତି। ଆଦିବାସୀ କୁଡୁମୀ ସମାଜପାଟଣା ବ୍ଲକର ସମ୍ପାଦକ ଭରତ ଚନ୍ଦ୍ର ମହାନ୍ତ ଯୋଗଦେଇ କହିଥୁଲେ କି ଆମେ ସମସ୍ତେ ଏକତ୍ରିତ ହୋଇ ଲଢିବାକୁ ପଡ଼ିବ ଏବଂ ପାଟଣା ଅଂଚଳରୁ ବହୁ ସଂଖ୍ୟାରେ ଯୋଗ ଦେବେ ବୋଲି କହିଛନ୍ତି ଉପସଭାପତି ନରେନ୍ଦ୍ର । ମହାନ୍ତି,ସହ ସମ୍ପାଦକ ଖଗେଶ୍ୱର ମହାନୁ, ଲକ୍ଷ୍ମଣ ମହାନ୍ତ, ସମାଜସେବୀ ଚିତରଞ୍ଜନ ମହାନ୍ତ,ଭାରତୀ ମହାନ୍ତ,ମମତା ମହାନ୍ତ, ବିରଂଚି ମହାନ୍ତ,ଉକୁଚାବେଡ଼ାର ପୂର୍ବତନ ସମିତି ସଭ୍ୟ ମାଧବ ମହାନୁ, ଋଷିନାଥ ମହାନ୍ତ,ଯଜାତି ମହାନ୍ତ ସହ ବହୁସଂଖ୍ୟାରେ ପ୍ରମୁଖ ଯୋଗ ଦେଇଥିଲେ ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA