ଗ୍ୟାଙ୍ଗଟକ୍, 12ସେପ୍ଟେମ୍ବର (ହି.ସ.)- ସିକିମର
ଗେଜିଂ ଜିଲ୍ଲାର ୟାଙ୍ଗଥାଙ୍ଗ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଉପର ରିମ୍ବି ଗାଁରେ ଗୁରୁବାର
ରାତିରେ ଏକ ବଡ଼ ଭୂସ୍ଖଳନ ଘଟିଛି। ଭୂସ୍ଖଳନ ଯୋଗୁଁ 3 ଜଣଙ୍କର ମୃତ୍ୟୁ
ଏବଂ 2 ଜଣ ଗୁରୁତର ଆହତ ହୋଇଛନ୍ତି।ଗତ କିଛି ଦିନ ଧରି ଜାରି ରହିଥିବା ପ୍ରବଳ ବର୍ଷା
ମଧ୍ୟରେଗୁରୁବାର ବିଳମ୍ବିତ ରାତିରେ ଉପର ରିମ୍ବି ଗାଁରେ
ଭୂସ୍ଖଳନ ହୋଇଛି। ଘର ଉପରୁ ଆସିଥିବା ଭୂସ୍ଖଳନ ଘରଟିକୁ ସମ୍ପୂର୍ଣ୍ଣ ନଷ୍ଟ କରିଦେଇଛି ଏବଂ
ଭିତରେ ଶୋଇଥିବା ଲୋକମାନେ ଭୂସ୍ଖଳନରେ ଫସି ଯାଇଛନ୍ତି।ଘଟଣା ଖବର ପାଇବା
ମାତ୍ରେ ଜିଲ୍ଲା ପ୍ରଶାସନ ଅଧିକାରୀ, ଜିଲ୍ଲା ବିପର୍ଯ୍ୟୟ
ପରିଚାଳନା ଦଳ, ପୋଲିସକର୍ମୀ , ଏସଏସବି ଯବାନ ଏବଂ ସ୍ଥାନୀୟ
ଲୋକଙ୍କ ସହାୟତାରେ ତୁରନ୍ତ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା।ଗେଜିଂ ଜିଲ୍ଲା
ପୋଲିସ ଅଧୀକ୍ଷକ ଛିରିଂ ଶେରପା କହିଛନ୍ତି ଯେ
ପ୍ରବଳ ବର୍ଷା ଏବଂ ପ୍ରତିକୂଳ ପରିସ୍ଥିତି ମଧ୍ୟରେ ଦୁଇ ଜଣଙ୍କୁ ଉଦ୍ଧାର କରାଯାଇଛି। ବ୍ୟକ୍ତି
ଜଣକ ଗୁରୁତର ଅବସ୍ଥାରେ ଅଛନ୍ତି ଏବଂ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା