ଉପ ନଗରପାଳ ମାନିନୀ ସାହୁଙ୍କୁ ନଗରପାଳ ଦାୟିତ୍ୱ
ଭୁବନ, ୧୨ସେପ୍ଟେମ୍ବର(ହି.ସ.) - ଭୁବନ ଏନ୍ ଏ ସି ଉପ ନଗରପାଳ ମାନିନୀ ସାହୁ ଶୁକ୍ରବାର ନଗରପାଳ ଭାବେ କ୍ଷମତାସୀନ ହୋଇଛନ୍ତି । ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହେବା ପରେ ଦାୟିତ୍ୱରେ ଥିବା କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରଦତ ସାହୁ ଶ୍ରୀମତୀ ସାହୁଙ୍କୁ ଦାୟିତ୍ୱ ପ୍ରଦାନ କରିଥିଲେ । କାଉନସିଲର ଗିରିଧା
ଉପ ନଗରପାଳ ମାନିନୀ ସାହୁଙ୍କୁ ନଗରପାଳ ଦାୟିତ୍ୱ


ଭୁବନ, ୧୨ସେପ୍ଟେମ୍ବର(ହି.ସ.) - ଭୁବନ ଏନ୍ ଏ ସି ଉପ ନଗରପାଳ ମାନିନୀ ସାହୁ ଶୁକ୍ରବାର ନଗରପାଳ ଭାବେ କ୍ଷମତାସୀନ ହୋଇଛନ୍ତି । ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହେବା ପରେ ଦାୟିତ୍ୱରେ ଥିବା କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରଦତ ସାହୁ ଶ୍ରୀମତୀ ସାହୁଙ୍କୁ ଦାୟିତ୍ୱ ପ୍ରଦାନ କରିଥିଲେ । କାଉନସିଲର ଗିରିଧାରୀ ସାହୁ, କୃପାସିନ୍ଧୁ ବେହେରା, ସୁଚିତ୍ରା ସାହୁ,ରଞ୍ଜିତା ସାହୁ, ସୁଶାନ୍ତ ନାୟକ, ନରେନ୍ଦ୍ର କୁମାର ବେହେରା,ସସ୍ମିତା ନାୟକ ,ପପୁ କୁମାର ସାହୁ, ମଞ୍ଜୁଲତା ସେଠୀ, କବିତା ସେନାପତି, ମନମୋହନ ସାହୁ, କଳ୍ପନା ବେହେରା, ଝୁନା ନାୟକ ଙ୍କ ସମେତ ସମସ୍ତ କର୍ମଚାରୀ ମାନେ ନୂତନ ନଗରପାଳ ଶ୍ରୀମତୀ ସାହୁ ଙ୍କୁ ପୁଷ୍ପଗୁଛ ପ୍ରଦାନ କରି ଅଭିନନ୍ଦନ ଜଣାଇଥିଲେ। କାମାକ୍ଷା ନଗର ବିଧାୟକ ଶତ୍ରୁଘ୍ନ ଜେନା ନୂତନ ନଗରପାଳଙ୍କୁ ଉତରୀୟ ଦେଇ ଶୁଭେଚ୍ଛା ଜଣାଇଥିଲେ । ସୂଚନାଯୋଗ୍ୟ ଯେ,ପୂର୍ବତନ ନଗରପାଳ ଶୁଭେନ୍ଦୁ କୁମାର ସାହୁଙ୍କୁ ରାଜ୍ୟ ସରକାର ଗତ ୯ ତାରିଖ ଦିନ ବହିଷ୍କାର କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande