ନିଖୋଜ ୮୦ ବର୍ଷୀୟ ଅଗାଧୁ ସାନ୍ତା ୮ ବର୍ଷ ପରେ ଘରକୁ ଫେରିଲେ : ଅସହାୟକୁ ଦଇବ ସାହା
ଜୟପୁର, ୧୨ ସେପ୍ଟେମ୍ବର (ହି.ସ.)- ଶେଷରେ ଘରକୁ ଫେରିଲେ ନିଖୋଜ ବୃଦ୍ଧ । କୁଲି କାମ ପାଇଁ ଘରୁ ବାହାରି ନିଖୋଜ ଥିଲେ l ଶେଷରେ ୮ ବର୍ଷ ପରେ ଘରକୁ ଫେରିଲେ ୮୦ ବର୍ଷୀୟ ବୃଦ୍ଧ । ତାଙ୍କୁ ଦେଖି ପରିବାର ଲୋକେ ଖୁସିରେ ବିଭୋର ହୋଇ ଉଠିଛନ୍ତି l ପରିବାର ମୁହଁରେ ହସ ଫୁଟାଇଛନ୍ତି ୨ ରାଜସ୍ଥାନି ସ୍ବେଛାସେବ
ନିଖୋଜ ଅସି ବର୍ଷୀୟ ଅଗାଧୁ ସାନ୍ତା ୮ ବର୍ଷ ପରେ ଘରକୁ ଫେରିଲେ, ଅସହାୟକୁ ଦଇବ ସାହା ଭଳି ସାହାଯ୍ୟ କଲେ ଦୁଇ ରାଜସ୍ଥାନି ସ୍ବେଛାସେବୀ


ଜୟପୁର, ୧୨ ସେପ୍ଟେମ୍ବର (ହି.ସ.)- ଶେଷରେ ଘରକୁ ଫେରିଲେ ନିଖୋଜ ବୃଦ୍ଧ । କୁଲି କାମ ପାଇଁ ଘରୁ ବାହାରି ନିଖୋଜ ଥିଲେ l ଶେଷରେ ୮ ବର୍ଷ ପରେ ଘରକୁ ଫେରିଲେ ୮୦ ବର୍ଷୀୟ ବୃଦ୍ଧ । ତାଙ୍କୁ ଦେଖି ପରିବାର ଲୋକେ ଖୁସିରେ ବିଭୋର ହୋଇ ଉଠିଛନ୍ତି l ପରିବାର ମୁହଁରେ ହସ ଫୁଟାଇଛନ୍ତି ୨ ରାଜସ୍ଥାନି ସ୍ବେଛାସେବୀ l ଯାହାକୁ ନେଇ ପରିବାର ସମେତ ପୁରା ଗାଁରେ ଖୁସିର ମାହୋଲ । ଏଭଳି ଘଟଣା କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକ କେରିମିଟି ପଂଚାୟତର କେନ୍ଦୁଗୁଡାର ଅଗାଧୁ ସାନ୍ତାଙ୍କ କ୍ଷେତ୍ରରେ ଘଟିଛି l

ଅଗାଧୁ ସାନ୍ତା ୮ ବର୍ଷ ପୂର୍ବେ ଅଧିକ ରୋଜଗାର ଉଦ୍ଦେଶ୍ୟରେ କାହାକୁ କିଛି ନ କହି ଘରୁ କୁଆଡେ ପଳାଇ ଯାଇଥିଲେ । ପରିବାର ଓ ଗ୍ରାମବାସୀ ତାଙ୍କୁ ପ୍ରଥମେ ଆଖପାଖ ଗାଁ ରେ ଖୋଜାଖୋଜି କରିଥିଲେ ସୁଦ୍ଧା ପାଇନଥିଲେ । ପରେ ଆନ୍ଧ୍ର, କେରଳ, ତାମିଲନାଡୁ ଭଳି ବିଭିନ୍ନ ସ୍ଥାନରେ ଖୋଜିଲେ କିନ୍ତୁ କୌଣସି ପତ୍ତା ମିଳିଲାନାହିଁ l କିନ୍ତୁ ଆଶା ହରାଇ ନଥିଲେ ପରିବାର ଲୋକେ l ହଠାତ ଅଗଷ୍ଟ ବାର ତାରିଖ ଦିନ ରାଜସ୍ଥାନର ୨ ସ୍ବେଛାସେବୀ ଅଶ୍ୱିନୀ କୁମାର ସିଂ ଏବଂ ଅଟୋ ଡ୍ରାଇଭର ବାସୁଭାଇଙ୍କ ଫୋନ ଆସିଲା l ବୃଦ୍ଧ ଅଗାଧୁ ସାନ୍ତା ରାସସ୍ଥାନର ଜୟପୁର ଜିଲ୍ଲା ଚିତ୍ରକୂଟ ଥାନା ଅନ୍ତର୍ଗତ ପୁରାନିଚୁଙ୍ଗୀ ଅଂଚଳରେ ଅଛନ୍ତି l ପ୍ରତିଦିନ ଭଳି ସେ ଦିନ ମଧ୍ୟ ଅସହାୟ ବୃଦ୍ଧଙ୍କ ସହ ଗପୁ ଗପୁ ତାଙ୍କର ପୁରା କାହାଣୀ ପଚାରି ବୁଝିଥିଲେ ୨ ସ୍ଵେଛାସେବୀ l ଆଉ ତା ସାଙ୍ଗକୁ ଖାଇବାକୁ ଦେଇଥିଲେ । ଦୁଇ ସ୍ଵେଛାସେବୀ ଏ ସମ୍ପର୍କରେ କୁନ୍ଦୁରା ଥାନାକୁ ଜଣାଇବା ପରେ ପରିବାର ଲୋକଙ୍କୁ ଫୋନ ଆସିଲା l ଖବର ପାଇ ଗତ ୨୦-୦୮-୨୫ ରାରିଖ ଦିନ ପରିବାର ସଦସ୍ୟ ପଲାଦ ସନ୍ତା, ମଙ୍ଗଳା ସନ୍ତା ଘଟଣାସ୍ଥଳକୁ ଯାଇଥିଲେ କିନ୍ତୁ ବୃଦ୍ଧ ଅନ୍ୟତ୍ର ଚାଲିଯାଇଥିଲେ ଏବଂ ଭୀଷଣ ବର୍ଷା ଯୋଗୁଁ ଆଉ ଭେଟି ନପାରି ନିରାଶ ହୋଇ ଘରକୁ ଫେରିଲେ l ପରେ କୁନ୍ଦୁରାର ସାଂସଦ ପ୍ରତିନିଧି ସୁମିତ ସାହୁଙ୍କ ଚେଷ୍ଟାରେ ଗତ ୦୬-୦୯-୨୫ ତାରିଖ ଦିନ ପୁଣି ପରିବାର ସଦସ୍ୟ ନାଥ ସନ୍ତା, ସଦନ ସନ୍ତା ରାଜସ୍ଥାନର ପୁରାନିଚୁଙ୍ଗୀ ଅଭିମୁଖେ ଯାଇଥିଲେ l ସେଠାରେ ୨ ସ୍ବେଛାସେବୀ ଅଶ୍ୱିନୀ କୁମାର ସିଂ ଏବଂ ଅଟୋ ଡ୍ରାଇଭର ବାସୁଭାଇଙ୍କ ସହାୟତାରେ ପରିବାର ଲୋକେ ବୃଦ୍ଧଙ୍କୁ ଉଦ୍ଧାର କରି ଘରକୁ ଆଣିଛନ୍ତି l

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande