କେନ୍ଦୁଝର, ୧୨ ସେପ୍ଟେମ୍ବର (ହି.ସ.)- କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ କରଞ୍ଜିଆପଡା ଠାରେ ମା' ତାରିଣୀ କ୍ଲବ ଫୁଟବଲ ଟୁର୍ନାମେଣ୍ଟର ଉଦଯାପନୀ ଖେଳରେ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ ଓଡିଶା ସରକାରଙ୍କ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ମା' ତାରିଣୀ କ୍ଲବ ୧୯ ବର୍ଷ ଧରି କୋଣଅନୁକୋଣରେ ଥିବା ପ୍ରତିଭା ମାନଙ୍କୁ ସୁଯୋଗ ଦେବା ସହିତ ସମ୍ମାନିତ କରିଆସୁଛି।
ଆଜି କେନ୍ଦୁଝର ଗସ୍ତ ଅବସରରେ ପ୍ରଥମେ ଘଟଗାଁ ମା' ତାରିଣୀଙ୍କ ଦର୍ଶନ ସହିତ ଆଶୀର୍ବାଦ ନେଇ ମା' ତାରିଣୀ କ୍ଲବ ଫୁଟବଲ ଟୁର୍ନାମେଣ୍ଟ ର ଉଦଯାପନୀ ଖେଳରେ ଯୋଗଦେଇଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ରାଜ୍ୟ ସରକାର କ୍ରୀଡା ଏବଂ ତତସଂଲଗ୍ନ ବିଭିନ୍ନ ବିଷୟ ସମ୍ପର୍କରେ ଚିନ୍ତା ପ୍ରକଟ କରି ପ୍ରତ୍ଯକ ବ୍ଲକରେ ଏକ ଭବ୍ୟ ଷ୍ଟାଡିୟମ ନିର୍ମାଣ ସହିତ ପ୍ରତ୍ଯକ ପଞ୍ଚାୟତରେ ମଧ୍ୟ ମିନି ଷ୍ଟାଡିଅମ ନିର୍ମାଣ କରାଯିବ ସହିତ ଆଗାମି ଅଲମ୍ପିକ କ୍ରୀଡାରେ କିପରି ଓଡିଶାର ଖେଳାଳି ମାନେ ଭାରତର ନେତୃତ୍ୱ ନେବେ ସେନେଇ ଉଚ୍ଚ ମାନର ପ୍ରଶିକ୍ଷଣ ଦିଆଯିବାକୁ ବ୍ୟବସ୍ଥା କରାଯାଉଛି। ମୁଖ୍ୟମନ୍ତ୍ରୀଙ୍କ ଜନ୍ମ ମାଟିରେ ଆସିବାର ସୁଯୋଗ ପାଇ ଖୁସି ପ୍ରକଟ କରିଥିଲେ ଉପମୁଖ୍ୟମନ୍ତ୍ରୀ। ଏହି ଉଦଯାପନୀ ଖେଳରେ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ, ତେଲକୋଇ ବିଧାୟକ ଡା. ଫକୀର ମୋହନ ନାଏକ, ବିଜେପି ଜିଲ୍ଲା ସଭାପତି ଶୁକଦେବ ମହାନ୍ତ, ସାଂସଦ ପ୍ରତିନିଧି ନୀଳମଣି ମହାନ୍ତ, ବିଜେପି ଜିଲ୍ଲା ଉପସଭାପତି ଗଣେଶ୍ୱର ମହାନ୍ତ, ସଦର ନିର୍ବାଚନ ମଣ୍ଡଳୀ ସଂଯୋଜକ ବିବେକାନନ୍ଦ ମହାନ୍ତ ଏବଂ ମା' ତାରିଣୀ କ୍ଲବ ର ସଭାପତି ବଳଭଦ୍ର ମହାନ୍ତ ମଞ୍ଚାସିନ ହୋଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। ବିଜୟୀ ଦଳ ତ୍ରିଶୂଳ ଏକ୍ସଆଇ ଠାକୁରାଣୀକୁ ଏକ ଲକ୍ଷ ପଚାଶ ହଜାର ଟଙ୍କାର ଚେକ ପ୍ରଦାନ କରିଥିଲେ ଉପମୁଖ୍ୟମନ୍ତ୍ରୀ। ସେହିଭଳି ରନର୍ସଅପ ଦଳ ବିଜୟ ଇଲେଭେନ ଝାରଖଣ୍ଡକୁ ଏକ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା। ୪୮ଟି ଦଳ ଏହି ଖେଳରେ ଭାଗ ନେଇଥିଲେ।
ମା' ତାରିଣୀ କ୍ଲବ ର ସମ୍ପାଦକ କେଶବ ଚନ୍ଦ୍ର ମହାନ୍ତ, କୋଷାଧ୍ୟକ୍ଷ ରମେଶ ଚନ୍ଦ୍ର ମହାନ୍ତ, ସଦସ୍ୟ ରବିନାରାୟଣ ମହାନ୍ତ, ସୁରେନ୍ଦ୍ର ମହାନ୍ତ, ନରହରି ମହାନ୍ତ, ନିରାକାର ମହାନ୍ତ, ହେମନ୍ତ ମହାନ୍ତ, ସୁନୀଲ ରାଉତ ତଥା କ୍ଲବ ର ସମସ୍ତ ସଦସ୍ୟ ମାନେ ପାଞ୍ଚ ଦିନ ଧରି ପରିଚାଳନା କରିବା ସହିତ ଏହି ଟୁର୍ନାମେଣ୍ଟକୁ ସଫଳ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA