ଶେରଗଡ଼ ବ୍ଲକ ରେ ୟୁରିଆ ସାରର ଘୋର ଅଭାବ
ଗଞାମ, ୧୨ ସେପ୍ଟେମ୍ବର (ହି.ସ.)- ଶେରଗଡ ବ୍ଲକରେ ଚାଷୀ ଧାନ ରୁଆସାରି ହାତ ବାନ୍ଧି ବସିଛି । ସାର ଅଭାବରୁ ଧାନଗଛ ବଢି ପାରୁନି । ଏଣେ ସରକାରଙ୍କ ପକ୍ଷରୁ କୁହାଯାଉଛି ଯେ, ରାଜ୍ୟରେ ଆବଶ୍ୟକ ମୁତାବକ ସାର ଗଛିତ ରହିଛି । ସାର ଚାଷୀଙ୍କ ପାଖରେ କାହିଁକି ପହଞ୍ଚି ପାରୁନାହିଁ ଏହା ଚିନ୍ତାଜନକ ବିଷୟ । ଯଦି
ଶେରଗଡ଼ ବ୍ଲକ ରେ ୟୁରିଆ ସାରର ଘୋର ଅଭାବ


ଗଞାମ, ୧୨ ସେପ୍ଟେମ୍ବର (ହି.ସ.)- ଶେରଗଡ ବ୍ଲକରେ ଚାଷୀ ଧାନ ରୁଆସାରି ହାତ ବାନ୍ଧି ବସିଛି । ସାର ଅଭାବରୁ ଧାନଗଛ ବଢି ପାରୁନି । ଏଣେ ସରକାରଙ୍କ ପକ୍ଷରୁ କୁହାଯାଉଛି ଯେ, ରାଜ୍ୟରେ ଆବଶ୍ୟକ ମୁତାବକ ସାର ଗଛିତ ରହିଛି । ସାର ଚାଷୀଙ୍କ ପାଖରେ କାହିଁକି ପହଞ୍ଚି ପାରୁନାହିଁ ଏହା ଚିନ୍ତାଜନକ ବିଷୟ । ଯଦି ସାରର ଅଭାବ ରହିଛି ୟୁରିଆ ବସ୍ତା ପିଛା ୩୦୦ ଟଙ୍କା ଥିବାବେଳେ ୯୦୦/୧୦୦୦ ଟଂକା ଦରରେ କିପରି କଳା ବଜାରରେ ବିକ୍ରୀ ହେଉଛି ? ସରକାର ଏହାର ତଦନ୍ତ କରିବେ କି ? ନା କଳାବଜାରକୁ ଉତ୍ସାହିତ କରି ଚାଲିଥିବେ ?

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande