ଶୋଇଥିବା ବେଳେ ଆଖିରେ ଫେବି କୁଇକ୍ ଲଗାଇଦେଲେ ସହପାଠୀ : ୮ ଛାତ୍ର ଡାକ୍ତରଖାନାରେ ଭର୍ତ୍ତି : ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ପହଂଚି ଅସୁସ୍ଥ ଛାତ୍ରଙ୍କୁ ଭେଟିଲେ ବିଧାୟକ
Student put febiquick in the eye of the school friends
ଫୋଟ


କନ୍ଧମାଳ, ୧୨ ସେପ୍ଟେମ୍ବର (ହି.ସ.)- ସହପାଠୀଙ୍କ ଆକ୍ରୋଶର ଶିକାର ହୋଇଛନ୍ତି ୮ ଛାତ୍ର । ଶୋଇଥିବା ବେଳେ ଆଖିରେ ଫେବିକୁଇକ ଅଠା ଲଗାଇଲେ ଅନ୍ଯ ଛାତ୍ର । ଗୁରୁତର ଅବସ୍ଥାରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି ୭ ଜଣ ଛାତ୍ର । ଜଣେ ଛାତ୍ର ସୁସ୍ଥ ହୋଇ ଫେରିଛନ୍ତି।କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ଗୋଛାପଡା ଥାନା ସାଲାଗୁଡା ଆଶ୍ରମ ବିଦ୍ୟାଳୟରେ ଏହି ଭଳି କାଣ୍ଡ କରିଛନ୍ତି କିଛି ଛାତ୍ର ।

ଗୁରୁବାର ରାତି ୯ଟା ସମୟରେ ସମସ୍ତେ ଖାଇ ଶୋଇଥିବା ବେଳେ କିଛି ସହପାଠୀ ଛାତ୍ର ଏହି ୮ ଜଣ ଛାତ୍ରଙ୍କ ଆଖିରେ ଫେବିକୁଇକ ଲଗାଇଥିବା ଅଭିଯୋଗ ହୋଇଛି। ଏମାନଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଗୋଛାପଡା ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ଜଣେ ସୁସ୍ଥ ହୋଇଥିବା ବେଳେ ୭ ଜଣ ଗୁରୁତରଙ୍କୁ ଫୁଲବାଣୀ ମେଡ଼ିକାଲକୁ ଅଣାଯାଇଛି। ବର୍ତ୍ତମାନ ଛାତ୍ରମାନଙ୍କ ଅବସ୍ଥା ଭଲ ଥିବା ଡାକ୍ତର କହିଛନ୍ତି। ସ୍ଥାନୀୟ ସରପଞ୍ଚ ରୋହିତ କହଁର ଅଭିଯୋଗ କରି କହିଛନ୍ତି ଆଶ୍ରମ ସ୍କୁଲରେ ପ୍ରଧାନ ଶିକ୍ଷକ ରହୁ ନାହାନ୍ତି । ଶିକ୍ଷକମାନେ ପାଳିକରି ଆସୁଛନ୍ତି।

ଅନ୍ୟପକ୍ଷରେ ଖବର ପାଇ ଫୁଲବାଣୀ ବିଧାୟକ ଉମାଚରଣ ମଲ୍ଲିକ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ପହଂଚି ଅସୁସ୍ଥ ଛାତ୍ରମାନଙ୍କୁ ଭେଟିଛନ୍ତି ଏବଂ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ବାବଦରେ ଡାକ୍ତରଙ୍କ ଠାରୁ ପଚାରି ବୁଝିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande