ଜୟପୁର, ୧୨ ସେପ୍ଟେମ୍ବର (ହି.ସ.) - କୋରାପୁଟ୍ ସ୍ଥିତ ସ୍କିଲ ଡେଭଲପମେଂଟ ସଭାଗୃହ ପରିସରରେ ଏସୟୁଜେ କୋରାପୁଟ ଜିଲ୍ଲା ସଂଘର ଶପଥପାଠ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସଭାପତି ବିଦ୍ୟାଧର ଚୌଧୁରୀଙ୍କ ଆହ୍ୱାନ କ୍ରମେ ଆୟୋଜିତ ଏହି ବୈଠକରେ ନୂତନ ଭାବେ ନିର୍ବାଚିତ ହୋଇଥିବା ଜିଲ୍ଲା ସଭାପତି ତରୁଣ କୁମାର ମହାପାତ୍ରଙ୍କୁ ସମ୍ବର୍ଦ୍ଧନା ପୂର୍ବକ ଦାୟିତ୍ୱ ହସ୍ତାନ୍ତର କରାଯାଇଥିଲା। ଏହି ଅବସରରେ ନୂତନ କର୍ମକର୍ତା ତଥା ସାଧାରଣ ସଂପାଦକ ଶିଶିର ଆଚାର୍ଯ୍ୟ ସଂପାଦକୀୟ ବିବରଣି ପାଠ କରିଥିବା ବେଳେ ଅନ୍ୟ କର୍ମକର୍ତା ମାନେ ଉପସ୍ଥିତ ରହି ନିଜ ନିଜ ମତ ପ୍ରଦାନ କରିଥିଲେ। ଆଗାମୀ ଦିନରେ ସଂଘର କାର୍ଯ୍ୟକ୍ରମକୁ ନେଇ ଆଲୋଚନା କରାଯାଇଥିଲା। ବନ୍ଧୁଗାଁ ଅଂଳର ଧରିତ୍ରୀ ସାମ୍ବାଦିକ ରାଜ କିଶୋର ଜେନାଙ୍କ ଦେହ ଅସୁସ୍ଥ ଥିବା ଯୋଗୁଁ ସଂଘ ପକ୍ଷରୁ କେଉଁ ପ୍ରକାର ସାହାଯ୍ୟ କରାଯାଇ ପାରିବ ତାହା ସମସ୍ତଙ୍କ ନିଷ୍ପତି କ୍ରମେ ଆଲୋଚନା କରାଯିବ ବୋଲି ବୈଠକରେ ଆଲୋଚନା କରାଯାଇଥିଲା। ଜାତୀୟ ରାଜ୍ୟ କାର୍ଯ୍ୟକାରୀ ସଭାପତି କୀର୍ତି ଚନ୍ଦ୍ର ସାହୁ, ଜାତୀୟ ସଂପାଦକ ବବୁଲୁ ସିଂ, କଲ୍ୟାଣ ପାଣ୍ଠି ଅଧ୍ୟକ୍ଷ ପଦ୍ମନାଭ ହୋତା, ଉପଦେଷ୍ଠା ସତ୍ୟପଟ୍ଟନାୟକ ଉସଭାପତି ରମେଶ ସାହୁ ପ୍ରମୁଖ ଉପସ୍ଥିତ ରହି ସାମ୍ବାଦିକ ମାନଙ୍କ ଭୁମିକା ଏବଂ ନିରପେକ୍ଷ ଖବର ପରିବେଷଣ କରିବା ଉପରେ ନିଜ ମତ ପ୍ରଦାନ କରିଥିଲେ। ଗବେଷକ ସିଏଚ. ସାନ୍ତାକାର ଉପସ୍ଥିତ ରହି ସଂଘ ଏବଂ ସଂଘର କର୍ଯ୍ୟକାରିତା ବିଷୟରେ ଆଲୋକପାତ କରିବା ସହ ଆଗାମୀ ଦିନରେ ସପ୍ସଘକୁ ବଂଚାଇ ରଖିବାକୁ ହେଲେ ସମସ୍ତେ ଗୋଟିଏ ଗୋଟିଏ ସାରଥି ହୋଇ ଏହି ସଂଘର ରଥକୁ ଆଗକୁ ନେବାକୁ ପଡିବ। ତୃଣମୁଳ ସ୍ତରର ଲୋକଙ୍କ ସମସ୍ୟା ବୁଝି ସପ୍ସଘ ପକ୍ଷରୁ ସାହାଯ୍ୟର ହାତ ବଢାଇଲେ ଆଗାମୀଦିନରେ ସାମ୍ବାଦିକ ମାନେ ଲୋକଙ୍କ ପ୍ରିୟପାତ୍ର ହୋଇପାରିବେ ବୋଲି କହିଥିଲେ। ଉପଦେଷ୍ଠା ତଥା ବରିଷ୍ଠ ସାମ୍ବାଦିକ ଅକ୍ଷୟ ମିଶ୍ର ଉପସ୍ଥିତ ରହି ନେତା ମାନେ ଯେଭଳି ଶସ୍ତା ରାଜନିତି କରୁଛନ୍ତି ସେପରି ସାମ୍ବାଦିକ ମାନେ ନକରି ନିଜ ସ୍ୱାଭିମାନ ବଂଚାଇବା ଦରକାର। ନଚେତ ଆଗାମୀ ଦିନରେ ଆମେ ଆମ ଅସ୍ଥିତ୍ୱ ହରାଇବାକୁ ପଡିବ ବୋଲି କହିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି କାଳି ପଟ୍ଟନାୟକ,ମନୋଜ ହିଆଲ, ସଂପାଦକ ହାବିଲ ଡଙ୍ଗରୀ,ଏନ, ପିମ୍ପସ କୁମାର, ଗିରିଧର ଖରା, କୋଷାଧ୍ୟକ୍ଷ ସମୀର ରଞ୍ଜନ ପାତ୍ର, ଯୁଗ୍ମ ସପ୍ସପାଦକ ଗଜେନ୍ଦ୍ର ସାହୁ, ପ୍ରଶାନ୍ତ କୁମାର ବିଷୋୟୀ, ମହିଳା ସଂଗଠନ ସାଧାରଣ ସଂପାଦିକା ଅନୀତା ଦାସ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନୃସିଂହ ଚୌଧୁରୀ,ସୁଦର୍ଶନ ରଣା ପ୍ରମୁଖ ଉପସ୍ଥିତ ଥିବା ବେଳେ ଏ ଭେଙ୍କଟ ରାଓ ଓ ହେମନ୍ତ ପାଣିଗ୍ରାହୀଙ୍କୁ ସ୍ୱାଗତ କରାଯାଇଥିଲା।
ହିନ୍ଦୁସ୍ଥାନ ସମାଚାର / ପିକେପି