ଛଣଗିରି ସୁନା ଦୋକାନରୁ ଲୁଟ ଘଟଣା,୨ଗିରଫ : ମୋଟ ଗିରଫ ସଂଖ୍ୟା ୬
ଖୋର୍ଦ୍ଧା, ୧୨ ସେପ୍ଟେମ୍ବର (ହି.ସ.)- ଜଙ୍କିଆ ଥାନା ଅନ୍ତର୍ଗତ ଛଣଗିରି ସ୍ଥିତ ସାଇ ସୋନୁ ସୁନା ଦୋକାନରୁ ଲୁଟ ଘଟଣାରେ ଶୁକ୍ରବାର ପୋଲିସକୁ ପୁଣି ଏକ ସଫଳତା ମିଳଛି। ପୋଲିସ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ତାଙ୍କଠାରୁ ୧ କେଜି ୧୩ ଗ୍ରାମ ସୁନା, ୨୨୩୧ ଗ୍ରାମ ରୂପା ଜବତ କରିଛି। ଗିରଫ ଅଭିଯୁକ୍ତମା
Lut


ଲୁଟ


ଖୋର୍ଦ୍ଧା, ୧୨ ସେପ୍ଟେମ୍ବର (ହି.ସ.)- ଜଙ୍କିଆ ଥାନା ଅନ୍ତର୍ଗତ ଛଣଗିରି ସ୍ଥିତ ସାଇ ସୋନୁ ସୁନା ଦୋକାନରୁ ଲୁଟ ଘଟଣାରେ ଶୁକ୍ରବାର ପୋଲିସକୁ ପୁଣି ଏକ ସଫଳତା ମିଳଛି। ପୋଲିସ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ତାଙ୍କଠାରୁ ୧ କେଜି ୧୩ ଗ୍ରାମ ସୁନା, ୨୨୩୧ ଗ୍ରାମ ରୂପା ଜବତ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ କଣାସ ଥାନା ବାଗିପଡ଼ାର ମିଲୁ ଓରଫ ଅଜିତ ପାଇକରାୟ ଏବଂ କଟକ ପୁରୀଘାଟର ଡମ୍ପର ଓରଫ ପ୍ରଭାକର ଜେନା । ତେବେ ଉକ୍ତ ଲୁଟ ଘଟଣାରେ ଏବେ ୨ ଜଣଙ୍କୁ ମିଶାଇ ମୋଟ ଗିରଫ ସଂଖ୍ୟା ୬ରେ ପହଞ୍ଚିଛି । ତେବେ ବର୍ତ୍ତମାନ ସୁଦ୍ଧା ୧୯୧୩ ଗ୍ରାମ ସୁନା, ୪୫୯୪ ଗ୍ରାମ ରୂପା ଜବତ କରାଯାଇଥିବା ଏସପି ବିବେକାନନ୍ଦ ଶର୍ମା ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଗତ ଜାନୁଆରୀ ୨୪ ତାରିଖ ଅପରାହ୍ନ ପ୍ରାୟ ସାଢେ ୨ଟା ସମୟରେ ୮ ଜଣ ଦୁର୍ବୃତ୍ତ ସୁନା ଦୋକାନରେ ପହଞ୍ଚି ଭୁଜାଲି, ବନ୍ଧୁକ ଦେଖାଇ କର୍ମଚାରୀଙ୍କୁ ଭୟଭିତ କରି ଦୋକାନରୁ ୧୧ କେଜି ୫ ଶହ ଗ୍ରାମ ସୁନାଗହଣା ଏବଂ ୫ କେଜି ରୂପା ଅଳଙ୍କାର ଲୁଟି ନେଇ ଫେରାର ହୋଇଯାଇଥିଲେ। ଘଟଣାସ୍ଥଳରୁ ଯିବାବେଳେ ଅଭିଯୁକ୍ତମାନେ ଖସିକି ଯିବା ପାଇଁ ବୋମା ଏବଂ ଗୁଳି ଫୁଟାଇ ଆତଙ୍କ ସୃଷ୍ଟି କରି ଫେରାର ହୋଇଯିବାରେ ସକ୍ଷମ ହୋଇଥିଲେ। ଏହି ଲୁଟ ଘଟଣାକୁ ନେଇ ଦୋକାନ ମାଲିକଙ୍କ ଅଭିଯୋଗକୁ ଭିତ୍ତି କରି ଜଙ୍କିଆ ଥାନାରେ (କେସ ନଂ (୨୯୭/୨୫) ଏକ ମାମଲା ରୁଜୁ ହୋଇଥିଲା। ଲୁଟେରା ମାନଙ୍କୁ ଧରିବା ପାଇଁ ଏସପିଙ୍କ ତତ୍ତ୍ୱାବଧାନରେ ୩ଟି ଟିମ୍‌ ଖୋର୍ଦ୍ଧା ସମେତ ନୟାଗଡ, ପୁରୀ, ଗଞ୍ଜାମ, କଟକରେ ଚଢ଼ଉ କରି ପ୍ରଥମ ପର୍ଯ୍ୟାୟରେ ୪ ଜଣଙ୍କୁ ଗିରଫ କରିଥିଲା। ଶୁକ୍ରବାର ଆଉ ୨ ଜଣଙ୍କୁ ଗିରଫ କରାଯାଇଛି। ସେହିପରି ପୋଲିସ ଘଟଣାର ତଦନ୍ତ ଜାରି ରଖିଛି। ଫେରାର ଥିବା ଅନ୍ୟ ଅଭିଯୁକ୍ତମାନଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି। ଗିରଫ ଅଭିଯୁକ୍ତଙ୍କ ନାମରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି ବୋଲି ଏସପି ସୂଚନା ଦେଇଛନ୍ତି।

ଏହି ସାମ୍ୱାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଏସପି ଶ୍ରୀନିବାସ ମହାନ୍ତି, ଏସଡିପିଓ ଅନିଲ ମହାନ୍ତି, ଜଙ୍କିଆ ଥାନା ଅଧିକାରୀ ଶୁଶାନ୍ତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande