ଜୟପୁର, ୧୨ ସେପ୍ଟେମ୍ବର (ହି.ସ.)- ଡିଏଭି ଶିକ୍ଷକ ଶିକ୍ଷା ମହା ବିଦ୍ୟାଳୟରେ ନୂତନ ଭାବେ ନାମ ଲେଖାଇଥିବା ପିଲାମାନଙ୍କୁ ତିନି ଦିନିଆ ଦୀକ୍ଷା ଆରମ୍ଭ ସମାରୋହ ଅନୁଷ୍ଠିତ ହୋଇଯାଇଛି l 2025-27 ବ୍ଯାଚ ରେ ସର୍ବମୋଟ 97 ଜଣ ପିଲା ନାମ ଲେଖାଇଛନ୍ତି l ଓଡିଶାର କୋଣ ଅନୁକୋଣରୁ ଓଡ଼ିଶାର ଭୂସ୍ୱର୍ଗ କୋରାପୁଟ ଠାରେ ପଢିବାର ସୁଯୋଗ ପାଇଥିବାରୁ ଛାତ୍ରଛାତ୍ରୀ ମାନେ ଖୁସି ବ୍ୟକ୍ତ କରିଛନ୍ତି l ଉଦଘାଟନୀ ସମାହାରରେ ଡକ୍ଟର ଗୋପାଳ ହାଲଦାର, ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ, ଓଡିଶା ସରକାର, ଜୟପୁର ମୁଖ୍ୟ ଅତିଥି ଭାବେ ଯୋଗଦେଇ ପିଲାମାନଙ୍କୁ ଉତ୍ସାହିତ କରିଥିଲେ l ପିଲା ମାନଙ୍କୁ ଏକ ଭଲ ଶିକ୍ଷକ ହୋଇ କିଭଳି ଭାବେ ସମାଜ ଗଠନକୁ ପ୍ରାଧ୍ୟାନ ଦେବେ ସେଥିପ୍ରତି ଦୃଷ୍ଟି ଆକର୍ଷଣ କରିବାକୁ କହିଥିଲେ l ପିଲା ମାନେ ଏହି ଅନୁଷ୍ଠାନରେ ଶିକ୍ଷକ ନିମନ୍ତେ ପ୍ରଶିକ୍ଷଣ ନେବା ସହିତ କିପରି ଭାବେ ଶିକ୍ଷକ ହେବା ପାଇଁ ବିଭିନ୍ନ ପ୍ରବେଶିକା ପରୀକ୍ଷାରେ କୃତକାର୍ଯ୍ୟ ହେବା ପାଇଁ ଗୁରୁ ମନ୍ତ୍ର ଦେଇଥିଲେ l ଏହି ତିନି ଦିନିଆ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ପ୍ରାଧ୍ୟାପକ ପ୍ରାଧ୍ୟାପିକା କଲେଜ ର ନିୟମାବଳୀ, ପରୀକ୍ଷା ବ୍ୟବସ୍ଥା, ଛାତ୍ରାବାସ, IQAC, Anti Ragging, ମହିଳା ନିର୍ଯ୍ୟାତନ ନିରାକରଣ, ପାଠ୍ଯକ୍ରମ ଏବଂ ସହ ପାଠ୍ୟକ୍ରମ ଏବ୍ଂ ସେମାନଙ୍କର ଦୁଇ ବର୍ଷର କ'ଣ କ'ଣ କାର୍ଯ୍ୟକଳାପ ରହିବ ସବୁ ବିଷୟ ପିଲା ମାନଙ୍କୁ ଅବଗତ କରାଯାଇଥିଲା l ପିଲା ମାନେ ନିଜର ପରିଚୟ ପ୍ରଦାନ କରିଥିଲେ ଏବଂ ଆଗକୁ କିପରି ଭାବେ ଭଲ ଶିକ୍ଷକ ହେବେ ସେଥିପ୍ରତି ଦୃଢତାର ସହ କାର୍ଯ୍ୟ କରିବେ ବୋଲି କହିଥିଲେ l
ଉଦଯାପନୀ ସଭାରେ କେନ୍ଦ୍ରୀୟ ବିଦ୍ୟାଳୟ କୋରାପୁଟ ର ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ତରୁଣ କୁମାର ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ l ମୁଖ୍ୟ ଅତିଥି ପିଲାଙ୍କ ନିମନ୍ତେ କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାଣ କରି ଚଳିତ ବର୍ଷ ରାଷ୍ଟ୍ରପତି ପୁରସ୍କାର ପାଇଥିବାରୁ ତାଙ୍କୁ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା l ଶ୍ରୀ ଦାସ ଗୁରୁ ଛାତ୍ର ଛାତ୍ରୀ ମାନଙ୍କୁ କିପରି ଭାବେ ନୂତନ ଜ୍ଞାନ କୌଶଳ ବ୍ୟବହାର କରି ପିଲାଙ୍କୁ ପାଠ ପଢେଇବେ ସେଥିପ୍ରତି ଏକ ସୁନ୍ଦର ଉପସ୍ଥାପନା କରିଥିଲେ l ଯଦି ଶିକ୍ଷାବିତ୍ ସାମ୍ପ୍ରତିକ ଜ୍ଞାନକୌଶଳ ତଥା ଏ.ଆଇ. ପ୍ରୟୋଗ ଉପରେ ନିଜର ଶିକ୍ଷାଦାନକୁ ସଂଯୋଗ ନ କରିବେ ତାହେଲେ ସେମାନେ ପିଲା ମାନଙ୍କୁ ଶିକ୍ଷାଦାନ ପ୍ରଣାଳୀରେ ସଂଯୋଗ କରିପାରିବେନି ବୋଲି ମତବ୍ୟକ୍ତ କରିଥିଲେ I
ଏହି କାର୍ଯ୍ୟକ୍ରମ ଅନୁଷ୍ଠାନର ଅଧ୍ୟକ୍ଷ ପ୍ରଫେସର ଡକ୍ଟର ଦେବେନ୍ଦ୍ର କୁମାର ସେଠିଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଡକ୍ଟର ଭାରତୀ ଜାନି, ପ୍ରାଧ୍ୟାପିକା ଇତିହାସ ସଂଯୋଜନା କରିଥିଲେ l ଚକ୍ରଧର ବେହେରା, ପ୍ରାଧ୍ୟାପକ ଏବଂ ଶ୍ରୀମତୀ ପ୍ରଜ୍ଞା ପାରମିତା ସାମନ୍ତରାୟ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l ସୁଶାନ୍ତ କୁମାର ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ଅନୁଷ୍ଠାନର ସମସ୍ତ ସଦସ୍ୟ କାର୍ଯ୍ୟକ୍ରମର ସଫଳତା ପାଇଁ ସହଯୋଗ କରିଥିଲେ l
ହିନ୍ଦୁସ୍ଥାନ ସମାଚାର / ପିକେପି