ଶିଶୁ ବିକାଶ ଅଧିକାରିଣୀଙ୍କ ଦବଙ୍ଗଗିରି କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଲେ ଶତାଧିକ ଅଙ୍ଗନବାଡ଼ି କର୍ମୀ
Tumudibandh ICDS Officer regarding News and photo
ଫୋଟ


ଫୋଟ ୨


କନ୍ଧମାଳ, ୧୨ ସେପ୍ଟେମ୍ବର(ହି.ସ.) – କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ସମ୍ମନ୍ୱିତ ଶିଶୁ ବିକାଶ ଅଧିକାରିଣୀ ଲତା ଦିଗାଲଙ୍କ ମନମୁଖୀ ଶାସନରେ ଅତିଷ୍ଟ ହୋଇ ତାଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଲେ ଶତାଧିକ ଅଙ୍ଗନବାଡି କର୍ମୀ। କର୍ମୀମାନଙ୍କ କହିବା ଅନୁଯାଇ ଶ୍ରୀମତୀ ଦିଗାଲ ଅଙ୍ଗନବାଡି କର୍ମୀଙ୍କୁ ଅଭଦ୍ର ଭାଷାରେ ଗାଳି ଗୁଲଜ କରିବା ସହିତ ତାଙ୍କ ବ୍ୟକ୍ତିଗତ ଜୀବନ ଶୈଳୀକୁ ଇଙ୍ଗିତ କରି ଗାଳି କରୁଥିବା କହିଛନ୍ତି। ଶ୍ରୀମତୀ ଦିଗାଲ ବିନା କୋଣସି ସୂଚନାରେ ଅଙ୍ଗନବାଡି କର୍ମୀ ଏବଂ ସୁପରଭାଇଜ଼ରମାନଙ୍କର ଦରମା ବନ୍ଦ କରିବା ସହିତ କର୍ମୀମାନଙ୍କ ଏସ୍ ଏମ୍‌ଅ ପି ଟଙ୍କା ମୁକ୍ତ ନକରିବାକୁ ନେଇ ଉତେଜନା ସୃଷ୍ଟି ହେଇଛି। ବିଗତ ଦିନରେ ମଧ୍ୟ ଅନେକ ସମୟ ଏଭଳି ଘଟଣା ହେଇଛି ଯେଉଁଥିରେ ଅଧିକାରିଣୀ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ସହିତ ମା ଭଉଣୀମାନଙ୍କୁ ନେଇ ଅଶ୍ଳୀଳ ଭାଷା ପ୍ରୟୋଗ କରିଛନ୍ତି। ଅଙ୍ଗନବାଡି କର୍ମୀଙ୍କ ଅଭିଯୋଗ ପରେ ଶୁକ୍ରବାର ଦିନ ଜିଲ୍ଲା ଶିଶୁ ବିକାଶ ଅଧିକାରିଣୀଙ୍କ ସମେତ ଜିଲ୍ଲା ସଙ୍ଘ ଓ ରାଜ୍ୟ ସଙ୍ଘ ର କାର୍ଯ୍ୟକର୍ତା ତୁମୁଡିବନ୍ଧ ଶିଶୁ ବିକାଶ କାର୍ଯ୍ୟଳୟ ଗସ୍ତ କରିଥିଲେ। ଜିଲ୍ଲା ସମ୍ମନିତ ଶିଶୁ ବିକାଶ ଅଧିକାରିଣୀ ଙ୍କ ସହିତ ଆଲୋଚନା କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ ତାଙ୍କୁ ଜାଣିଶୁଣି ଖାତିର ନ କରି ଅନେକ ବାହାନା ଦେଖେଇ ତାଙ୍କୁ ସମୟ ଦେଇନଥିଲେ ଫଳରେ ଜିଲ୍ଲା ଶିଶୁ ବିକାଶ ଅଧିକାରିଣୀ ଅସନ୍ତୋଷ ପ୍ରକାଶ କରିଥିଲେ। ଅଙ୍ଗନବାଡି କର୍ମୀ ମାନେ ଅଭିଯୋଗ ପତ୍ର ସମ୍ମନିତ ଶିଶୁ ବିକାଶ ଅଧିକାରିଣୀଙ୍କୁ ଭେଟି ଦେବାକୁ ଚେଷ୍ଟା କରିଥିଲେ ମଧ୍ୟ ଅଧିକାରିଣୀ ଜଣକ ତାହା ସୁଯୋଗ ଦେଇନଥିଲେ। ଅନେକ ସମୟ ଧରି ଆଲୋଚନା ପାଇ ଚେଷ୍ଟା କରିଥିଲେ କର୍ମୀଗଣ କିନ୍ତୁ ସିଡିପିଓ ମାଡାମ ମିଥ୍ୟା ବାହାନା କରି ସେଠାରୁ ଖସି ଯିବାକୁ ଚେଷ୍ଟା କରିଥିଲେ ସେ ସମୟରେ ଅଙ୍ଗନବାଡି କର୍ମୀ ଓ ଜିଲ୍ଲା ସଙ୍ଘର କର୍ମକର୍ତା ଅଟକେଇବାକୁ ଚେଷ୍ଟା କରିଥିବାବେଳେ ସିଡିପିଓ ଜୋର ରେ କବାଟ ବାଡେଇ ଜିଲ୍ଲା ସଙ୍ଘର କର୍ମକର୍ତାଙ୍କୁ ଆଘାତ ଦେଇଥିଲେ କ୍ଷ ଗୁରୁତର ଅବସ୍ଥାରେ ତାଙ୍କୁ ତୁମୁଡିବନ୍ଧ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ପ୍ରାଥମିକ ଚିକିତ୍ସା ନିମନ୍ତେ ଅଙ୍ଗନବାଡି କର୍ମୀମାନେ ନେଇଥିଲେ। ଜଣେ ମହିଳା ହୋଇ ମହିଳା କର୍ମଚାରୀମାନଙ୍କ ପ୍ରତି ଏପରି ଅଶ୍ଳୀଳ ଭାଷା ଏପରି ଦୁର୍ବ୍ୟବହାର ଅତି ଦୁର୍ଭାଗ୍ୟ ଜନକ ବୋଲି ଜିଲ୍ଲା ଶିଶୁ ବିକାଶ ଅଧିକାରିଣୀ କହିଛନ୍ତି। ପ୍ରଶାସନ ସିଡିପିଓଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ କିମ୍ବା ଅନ୍ୟତ୍ର ବଦଳି ନକେଲେ ଆଗାମୀ ଦିନରେ ଏହି ଆନ୍ଦୋଳନ ଭୟଙ୍କର ରୂପ ନେବ ବୋଲି ତୁମୁଡିବନ୍ଧ ଅଙ୍ଗନବାଡି ସଙ୍ଘ ର ସଭାପତି ଶର୍ମିଷ୍ଠା ନାୟକ କହିଛନ୍ତି। ତେବେ ସିଡିପିଓ ଲତାଦିଗାଲଙ୍କ ସରକାରୀ ଗାଡ଼ିର କବାଟ ମାଡ଼ରେ ଆହତ ଜିଲ୍ଲା ସେକ୍ରେଟାରୀ ସାରଦା ପରିଚ୍ଛା ପ୍ରାଥମିକ ଚିକିତ୍ସା ପରେ ଥାନାର ଦ୍ୱାରସ୍ତ ହୋଇଥିବା ଜଣାପଡିଛି। ବାରମ୍ୱାବ ସିଡିପିଓଙ୍କ କାର୍ଯ୍ୟରତ କର୍ମଚାରୀମାନଙ୍କୁ ବିଭିନ୍ନ ପ୍ରକାର ନିର୍ଯାତନା ଦେଇଆସୁଥିଲେ ମଧ୍ୟ ବ୍ଲକ କିମ୍ବା ଜିଲ୍ଲା ର ଉପରିସ୍ଥ ଆଧିକାରୀ କୌଣସି ପ୍ରକାର କାର୍ଯ୍ୟନୁଷ୍ଠାନ ନନେବା କିଛି ଭିତିରିଆ ମଧୁଚନ୍ଦ୍ରିକା ଚାଲିଥିବା ନେଇ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର ଧରିଛି।

ହିନ୍ଦୁସ୍ଥାନ ସମାଚାର/ପ୍ରଶାନ୍ତ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande