ଦୁଇ ଦୁନିଆ କେନ୍ଦୁଝର ଜିଲ୍ଲା ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ
କେନ୍ଦୁଝର, ୧୨ ସେପ୍ଟେମ୍ବର (ହି.ସ.) - ଆସନ୍ତା କାଲି କେନ୍ଦୁଝର ଜିଲ୍ଲା ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆସନ୍ତା କାଲି ୯.୪୫ ରେ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ କେନ୍ଦୁଝର ଷ୍ଟାଡିୟମ ଠାରେ ପହଂଚିବେ ମୂଖ୍ୟମନ୍ତ୍ରୀ। ସେଠାରୁ ପ୍ରଦକ୍ଷଣ ଗୃହ ଯାଇ ୧୦.୪୦ ରେ ଜିଲ୍ଲାପାଳଙ୍କ କାର୍ଯ୍ୟା
ଦୁଇ ଦୁନିଆ କେନ୍ଦୁଝର ଜିଲ୍ଲା ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ


କେନ୍ଦୁଝର, ୧୨ ସେପ୍ଟେମ୍ବର (ହି.ସ.) - ଆସନ୍ତା କାଲି କେନ୍ଦୁଝର ଜିଲ୍ଲା ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆସନ୍ତା କାଲି ୯.୪୫ ରେ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ କେନ୍ଦୁଝର ଷ୍ଟାଡିୟମ ଠାରେ ପହଂଚିବେ ମୂଖ୍ୟମନ୍ତ୍ରୀ। ସେଠାରୁ ପ୍ରଦକ୍ଷଣ ଗୃହ ଯାଇ ୧୦.୪୦ ରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପହଂଚିବେ। ସେଠାରେ ଶୂନ୍ୟ ଦୁର୍ଘଟଣା ଦିନ କାର୍ଯ୍ୟକ୍ରମର ମାସକଟକୁ ଉଦଘାଟନ କରିବା ସହ ସୁରକ୍ଷା ରଥକୁ ପତାକା ଦେଖାଇ ଶୁଭାରମ୍ଭ କରିବେ। ଏହାପରେ ଜିଲ୍ଲାପାଳଙ୍କ ଦରବାର ହଲ୍ ଠାରେ ଏକ କାର୍ଯ୍ୟକ୍ରମ ରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହାପରେ ସନ୍ଧ୍ୟାରେ ସ୍ଥାନୀୟ ହାଣ୍ଡବଲ୍ ଗ୍ରାଉଣ୍ଡରେ ଚାଲିଥିବା ରାଜ୍ୟ ପୋଲିସ କବାଡି ଓ ହାଣ୍ଡବଲ୍ କ୍ରୀଡାର ଉଦଯାପନୀ ଉତ୍ସବରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ରାତ୍ରି ପ୍ରଦକ୍ଷଣ ଗୃହ ଠାରେ ରାତ୍ରୀ ଯାପନ ପରେ ରବିବାର ଭୁବନେଶ୍ୱର ଫେରିବାର କାର୍ଯ୍ୟକ୍ରମ ରହିଛି।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande