ଜୟପୁର, ୧୨ ସେପ୍ଟେମ୍ବର (ହି.ସ.)- ମାତୃ ପିତୃ ହୀନ, ଏକକ ଅଭିଭାବକ ଶିଶୁ ଏବଂ ଅବହେଳିତ ଶିଶୁ ମାନଙ୍କ ଥଇଥାନ ନିମନ୍ତେ ଓଡିଶା ସରକାରଙ୍କ ଯଶୋଦା ଯୋଜନା ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନଙ୍କ ଦ୍ୱାରା କୋରାପୁଟ ଜିଲ୍ଲାରେ ଆରମ୍ଭ କରାଯାଇଛି। ଏହି ଯୋଜନାରେ ଶିକ୍ଷା ଏବଂ ସୁକନ୍ୟା ସମୃଦ୍ଧି ଯୋଜନାରେ କିପରି ଅଧିକରୁ ଅଧିକ ଯୋଗ୍ୟ ହିତାଧିକାରୀ ମାନଙ୍କୁ ସଂଯୁକ୍ତ କରି ହେବ ଜିଲ୍ଲାପାଳ ତାହାର ଏକ କାର୍ଯ୍ୟସୂଚୀ ମାର୍ଗଦର୍ଶିକା ପ୍ରଦାନ କରିଥିଲେ। ଜିଲ୍ଲା ସାମାଜିକ ମଙ୍ଗଳ ଅଧିକାରୀ ତଥା ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀମତୀ ଜ୍ୟୋସ୍ନା ପାଢ଼ୀ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ସୁରକ୍ଷା ଅଧିକାରୀ ( ଅଣ ଅନୁଷ୍ଠାନିକ ସୁରକ୍ଷା ) ବାଳକୃଷ୍ଣ ମଲ୍ଲିକ ଯଶୋଦା ଯୋଜନାର ବିଭିନ୍ନ ପର୍ଯ୍ୟାୟକୁ ସମସ୍ତ ଜିଲ୍ଲା ଅଧିକାରୀ ଏବଂ ସିଡିପିଓ ମାନଙ୍କୁ ସଂକ୍ଷେପରେ ବୁଝାଇ ଥିଲେ। ପରବର୍ତ୍ତୀ ସମୟରେ ଜିଲ୍ଲାପାଳଙ୍କ ଦ୍ୱାରା ଯଶୋଦା ଯୋଜନାର ହିତାଧିକାରୀ ମାନଙ୍କୁ ଶିକ୍ଷା ଏବଂ ସୁକନ୍ୟା ସମୃଦ୍ଧି ଯୋଜନା ନିମନ୍ତେ ଅର୍ଥ ରାଶି ଚେକ ମାଧ୍ୟମରେ ପ୍ରଦାନ କରାଗଲା।
ଏହି କାର୍ଯ୍ୟକ୍ରମରେ ସୁବ୍ରତ ସାହୁ ଡେପୁଟି କଲେକ୍ଟର, ଡ଼ଃ. ଏନ.ଏମ. ଶତପଥୀ, ଏଡିପିଏଚଓ ଡ଼ଃ. ଦେବଦତ୍ତ ମଲ୍ଲିକ, ଡିପିଏଚ, ଡେପୁଟି ଡିରେକ୍ଟର ପ୍ଲାନିଂ, ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲା ଦକ୍ଷତା ବିକାଶ ଅଧିକାରୀ, ଜିଲ୍ଲା ଶିଶୁ ମଙ୍ଗଳ ସମିତି, ସଦସ୍ୟ, ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ଜିଲ୍ଲା ଶ୍ରମ ଅଧିକାରୀ ସମସ୍ତ ସି ଡି ପି ଓ, ସମସ୍ତ ବି ଏସ ଏସ ଓ, ଆଇ ସି ଡି ଏସ ସୁପରଭାଇଜର, ଜିଲ୍ଲା ପ୍ରକଳ୍ପ ସଂଯୋଜକ,ଚାଇଲଡ ଲାଇନ, ଚାଇଲଡ ଲାଇନ କର୍ମକର୍ତ୍ତା ଏବଂ ଶୋଭା, ଏକତା, ଓ ୱାର୍ଡ ର କର୍ମ କର୍ତ୍ତା ମନେ ଉପସ୍ଥିତ ଥିଲେ । ଏହା ସହିତ ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟ ଏବଂ ଜିଲ୍ଲା ଶିଶୁ ସୁରକ୍ଷା ଶାଖାର ସମସ୍ତ କର୍ମକର୍ତ୍ତା ମାନେ ଏହି କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ତୁଲାଇ ଥିଲେ।
ହିନ୍ଦୁସ୍ଥାନ ସମାଚାର / ପିକେପି