କେନ୍ଦ୍ରାପଡ଼ା, ୧୨ ସେପ୍ଟେମ୍ବର(ହି.ସ.) – କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ବିଜୟ ନଗର ଗ୍ରାମପଂଚାୟତ ବିଜୟ ନଗର ଗ୍ରାମର ଭିନକ୍ଷମ ବୃଦ୍ଧା ସରସ୍ୱତୀ ଜେନା ଭଉଣୀ ସୁମିତ୍ରା ଜେନା ଦୁଇଜଣ ସରକାରଙ୍କ ସାମାଜିକ ସୁରକ୍ଷା ବିଭାଗ ଦ୍ୱାରା ୯୦% ରୁ ଉର୍ଦ୍ଧ ଭିନକ୍ଷମ ପ୍ରମାଣ ପତ୍ର ପାଇଥିବାବେଳେ ଓ ଦୁଇ ଭଉଣୀଙ୍କୁ ଏପର୍ଯ୍ୟନ୍ତ ଅନ୍ତୋରଦୟ କିମ୍ବା ସରକାରୀ ବାସ ଗୃହ ପାଇଁ ଜମିଖଣ୍ଡିଏ ଯୋଗାଇ ଦିଆଗଲା ନାହିଁ ଓ ଖବର ମୁତାବକ ଭୋଝ ଉପରେ ନଳିତା ବିଡା ଭଳି ମହାକାଳପଡ଼ା ତହସିଲଦାର ମଧ୍ୟ ଭିନକ୍ଷମ ସରସ୍ୱତୀଙ୍କ ଗୃହ ମଧ୍ୟ ଉଛେଦ କରିଦେଇଛନ୍ତି ଓ ଏବେ ସରସ୍ୱତୀ ଏବଂ ତାଙ୍କ ବିକଳାଙ୍ଗ ଭଉଣୀ ଏକ ପଲ୍ହା ମାରି ରହୁଛନ୍ତି ଓ ସବୁଠାରୁ ବ୍ୟତିକ୍ରମ ବିଷୟ ଏକିଯେ ହାକାଳପଡ଼ା ବିଧାୟକ ଦୁର୍ଗା ପ୍ରସନ୍ନ ନାୟକଙ୍କ ପଂଚାୟତ ବାସିନ୍ଦା ହୋଇଥିବାବେଳେ କାହିଁକି ବିଧାୟକ ଦେଖିପାରିଲେ ନାହିଁ ଓ ଭଙ୍ଗା ଚାଳ ଛପର ଘରେ ଦୁଇ ଭିନକ୍ଷମ ଭଉଣୀଙ୍କ ଜୀବନ କାଳତିପାତ କରୁଥିବାବେଳେ ସରକାରୀ ବାସଗୃହ ଏବଂ ଭୂମିହୀନ ହୋଇଥିବାରୁ ଏହି ଭିନକ୍ଷମ ସରସ୍ୱତୀଙ୍କ ପାଇଁ ସରକାରୀ ସୁବିଧା ସାତ ସପନ ପାଲଟିଛି ଓ ସରସ୍ୱତୀଙ୍କ ଦୁଃଖ କେହି ନଶୁଣିବା ଫଳରେ ନିଜେ ସରସ୍ୱତୀ ଆଜି ରାସ୍ତାରେ ଘୁଷୁରୀ ଘୁଷୁରୀ ଜିଲ୍ଲାପାଳଙ୍କୁ ଦୁଃଖ ଜଣାଇବା ପାଇଁ ଆସିଛନ୍ତି ଓ ସବୁଠାରୁ ଦୁଃଖ ଆଉ ପରିତାପର ବିଷୟ ସରକାର ଭିନକ୍ଷମମାନଙ୍କ ପାଇଁ ମାଳ ମାଳ ଯୋଜନା କରୁଥିବାବେଳେ ମହାକାଳପଡ଼ା ଭିନକ୍ଷମ ସରସ୍ୱତୀଙ୍କ ପାଇଁ ବାସ ଗୃହ ଏବଂ ଅନ୍ତୋରଦ୍ୱୟ ଯୋଜନା କାହିଁକି ଅପହଂଚ ହୋଇପଡିଛି ଓ ସରକାର କେହି ଭୂମିହୀନ ରହିବେ ନାହିଁ କହୁଥିବା ବେଳେ ସରସ୍ୱତୀ କାହିଁକି ଦୁଃଖ ପାଉଛନ୍ତି ଓ ତାହା ସାଧାରଣ ଏକ ବଡ ପ୍ରଶ୍ନ ହୋଇ ଠିଆହୋଇଛି।
ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ରବି