ଅମ୍ବେଦକରଙ୍କ ପ୍ରତିମୂର୍ତୀ ଭଙ୍ଗା ବିରୁଦ୍ଧରେ ବିଭିନ୍ନ ସଙ୍ଗଠନ ପକ୍ଷରୁ ଶୋଭାଯାତ୍ରା ଓ ପ୍ରତିବାଦ
ଧର୍ମଶାଳା, ୧୨ସେପ୍ଟେମ୍ବର(ହି.ସ.) - ଯାଜପୁର ଜିଲା ଧର୍ମଶାଳା ବ୍ଲକ ପରିସରରେ ଥିବା ସମ୍ବିଧାନ ପ୍ରଣେତା ବାବା ସାହେବ ଭିମରାଓ ଆମ୍ବେଦକରଙ୍କ ପ୍ରତିମୁର୍ତୀ ଭଙ୍ଗା ଘଟଣାରେ ଆଜି ଆମ୍ବେଦକର ବାଦି ସମୁହ ସଙ୍ଗଠନ ପକ୍ଷରୁ ଶୋଭାଯାତ୍ରା ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇ୍‌ଯାଇଛି । ସଙ୍ଗଠନ ପକ୍ଷରୁ ସତାଧିକ
ଅମ୍ବେଦକରଙ୍କ ପ୍ରତିମୂର୍ତୀ ଭଙ୍ଗା ବିରୁଦ୍ଧରେ ବିଭିନ୍ନ ସଙ୍ଗଠନ ପକ୍ଷରୁ ଶୋଭାଯାତ୍ରା ଓ ପ୍ରତିବାଦ


ଧର୍ମଶାଳା, ୧୨ସେପ୍ଟେମ୍ବର(ହି.ସ.) - ଯାଜପୁର ଜିଲା ଧର୍ମଶାଳା ବ୍ଲକ ପରିସରରେ ଥିବା ସମ୍ବିଧାନ ପ୍ରଣେତା ବାବା ସାହେବ ଭିମରାଓ ଆମ୍ବେଦକରଙ୍କ ପ୍ରତିମୁର୍ତୀ ଭଙ୍ଗା ଘଟଣାରେ ଆଜି ଆମ୍ବେଦକର ବାଦି ସମୁହ ସଙ୍ଗଠନ ପକ୍ଷରୁ ଶୋଭାଯାତ୍ରା ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇ୍‌ଯାଇଛି । ସଙ୍ଗଠନ ପକ୍ଷରୁ ସତାଧିକ ମହିଳା ଓ ପୁରୁଷ ଶାନ୍ତିବଜାର ଠାରେ ଏକତ୍ରିତ ହୋଇ ବିଭିନ୍ନ ପ୍ରକାର ବ୍ୟାନର ସହ ସ୍ଲୋଗାନମାନ ଦେଇ ଏକ ଶୋଭାଯାତ୍ରାରେ ଜାରକା ବଜାର ପରିକ୍ରମା କରି ବ୍ଲକ ସମ୍ମୁଖରେ ପହଁଚି ପ୍ରତିବାଦ କରିଥିଲେ । ସୂଚନା ମୁତାବକ ବ୍ଲକ ପରିସରରେ ସ୍ଥାପିତ ହୋଇଥିବା ବାବା ସାହେବଙ୍କ ପ୍ରତିମୁର୍ତୀରୁ ପୁସ୍ତକ କାଡିନେବା ସହ ଆଙ୍ଗୁଠିକୁ କେହି ଦୁର୍ବୃତ କିଛି ଦିନ ତଳେ ଭାଙ୍ଗି ଦେଇଥିବା ଦେଖିବାକୁ ମିଳିଥିଲା । ଏନେଇ ଆମ୍ବେଦକର ସଙ୍ଗଠନ ପକ୍ଷରୁ ବିଡିଓଙ୍କୁ ଲିଖିତ ଅଭିଯୋଗ କରିବା ସହ ଥାନାରେ ଏତଲା ଦିଆଯାଇଥିଲା । ଏପରିକି ଏହି ଘଟଣାର ତଦନ୍ତ ପାଇଁ ବିଡିଓ ଜ୍ୟୋତିର୍ମୟ କର ଧର୍ମଶାଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହି ଘଟଣାକୁ ନେଇ ବିଜେପି ଅନୁସୂଚିତ ଜାତି ଓ ଉପଜାତି ପକ୍ଷରୁ ବିଡିଓ ଓ ଥାନା ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ତେବେ ଗତ ୪ ଦିନ ତଳେ ବ୍ଲକ ପ୍ରଶାସନ ପକ୍ଷରୁ ବାବାସାହେବଙ୍କ ପ୍ରତିମୁର୍ତୀରୁ ଭାଙ୍ଗିଯାଇଥିବା ପୁସ୍ତକକୁ ନୂତନ ଭାବେ ତିଆରି କରାଯାଇ ବିଡିଓ ଶ୍ରୀ କର ଓ ବ୍ଲକ ଅଧ୍ୟକ୍ଷା ବିଶ୍ୱବିଜୟିନୀ ମିଶ୍ର ଉପସ୍ଥିତରେ ପ୍ରତିମୁର୍ତୀରେ ସ୍ଥାପନ କରାଯାଇଛି । ଏହି ଭଙ୍ଗା ଘଟଣାରେ ସମ୍ପୃକ୍ତ ଦୁବୃତମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆମ୍ବେଦକର ବାଦୀ ସଙ୍ଗଠନ ପକ୍ଷରୁ ଆଜି ଦାବି କରିବା ସହ ଏସମ୍ପର୍କରେ ଏକ ସ୍ମାରକ ପତ୍ର ଜିଲ୍ଲପାଳଙ୍କ ଉଦ୍ଦେଶ୍ୟରେ ବିଡିଓଙ୍କୁ ପ୍ରଦାନ କରାଯାଇଛି ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande