ଭୁବନେଶ୍ୱର, ୧୨ ସେପ୍ଟେମ୍ବର (ହି.ସ.)- କୋଟିଏ ଟଙ୍କାର ସାଇବର ଠକେଇ ଅଭିଯୋଗରେ ଜଣଙ୍କୁ ଗିରଫ କରିଛି ଭୁବନେଶ୍ୱର ସାଇବର ପୋଲିସ। ଅଭିଯୁକ୍ତକୁ ମହମ୍ମଦ ସାଦବକୁ ଭୁବନେଶ୍ୱର ସାଇବର ପୋଲିସ ଉତରପ୍ରଦେଶର ବିଜିନୋରରୁ ଗିରଫ କରିଛି। ଭୁବନେଶ୍ୱରରୁ ଏକାଧିକ ଲୋକଙ୍କ ଠାରୁ ଲିଙ୍କ୍ ପଠାଇ ମହମ୍ମଦ ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା