ମହାବିନାୟକ ଲଘୁ ଖଣିଜ ପରିବହନ ମାଲିକ ସଙ୍ଘର ସମ୍ବର୍ଦ୍ଧନା ଓ ଶପଥ ପାଠ ସମାରୋହ
ଧର୍ମଶାଳା, ୧୨ସେପ୍ଟେମ୍ବର(ହି.ସ.) - ଯାଜପୁର ଜିଲା ଧର୍ମଶାଳା ବ୍ଲକ ନେଉଳପୁରସ୍ଥିତ ମହାବିନାୟକ ଲଘୁ ଖଣିଜ ପରିବହନ ମାଲିକ ସଂଘର ସମ୍ବର୍ଦ୍ଧନା ଓ ଶପଥ ପାଠ ସମାରୋହ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସଂଘ ସଭାପତି ଅଜାମ୍ବର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମାରୋହରେ ମୁଖ୍ୟ ଅତିଥି ଭାବେ
ମହାବିନାୟକ ଲଘୁ ଖଣିଜ ପରିବହନ ମାଲିକ ସଙ୍ଘର ସମ୍ବର୍ଦ୍ଧନା ଓ ଶପଥ ପାଠ ସମାରୋହ


ଧର୍ମଶାଳା, ୧୨ସେପ୍ଟେମ୍ବର(ହି.ସ.) - ଯାଜପୁର ଜିଲା ଧର୍ମଶାଳା ବ୍ଲକ ନେଉଳପୁରସ୍ଥିତ ମହାବିନାୟକ ଲଘୁ ଖଣିଜ ପରିବହନ ମାଲିକ ସଂଘର ସମ୍ବର୍ଦ୍ଧନା ଓ ଶପଥ ପାଠ ସମାରୋହ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସଂଘ ସଭାପତି ଅଜାମ୍ବର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମାରୋହରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ଯୋଗଦେଇ ଉତ୍ସବକୁ ଉଦଘାଟନ କରିବା ସହ ମହାବିନାୟକ ଲଘୁ ଖଣିଜ ପରିବହନ ମାଲିକ ସଂଘ ସବୁ ସମୟରେ ଅସହାୟଙ୍କୁ ସହାୟତା ଦେବା ସହିତ ଧର୍ମଶାଳାରେ ଉନ୍ନତିମୂଳକ କାର୍ଯ୍ୟରେ ସର୍ବଦା ନିୟୋଜିତ ରହିଛି । ଆଗମୀ ଦିନରେ ମାଲିକ ସଂଘର ରହିଥିବା ସମସ୍ତ ସମସ୍ୟା ଦୂର କରାଯିବ ବୋଲି ବିଧାୟକ ଶ୍ରୀ ସାହୁ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ନୂତନ ଭାବେ ନିର୍ବାଚିତ ହୋଇଥିବା ସଂଘର ସଭାପତି ଅଜାମ୍ବର ସାହୁ, ସମ୍ପାଦକ ଅମିତ କୁମାର ସାହୁ, କୋଷାଧ୍ୟକ୍ଷ ରଜନୀକାନ୍ତ କର, ଉପସଭାପତି ସରୋଜ କୁମାର ରାଉତ, ସହସମ୍ପାଦକ ଅଶୋକ କୁମାର ପରିଡା, ଯୁଗ୍ମ ସମ୍ପାଦକ ମନୋଜ କୁମାର ଦାଶ ପ୍ରମୁଖ ସଂଘକୁ ସଠିକ ମାର୍ଗରେ ପରିଚାଳନା କରିବା ନେଇ ଶପଥ ପାଠ କରିଥିଲେ । ଏହି ଅବସରରେ ସମାଜ ହିତସାଧନ କ୍ଷେତ୍ରରେ ନିଯୋଜିତ ବ୍ୟକ୍ତି ବିଶେଷ ଓ ବିଭିନ୍ନ ଅନୁଷ୍ଠାନକୁ ସଂଘ ପକ୍ଷରୁ ଧର୍ମଶାଳା ପ୍ରେସ କ୍ଲବ, ଚଣ୍ଡିଖୋଲ ପ୍ରେସ କ୍ଲବ, ଚଣ୍ଡିଖୋଲ କୋର୍ଟ ବାର ଆସୋସିଏସନ, କବି ବିମଳ ଚନ୍ଦ୍ର ପତି ଓ ବହୁ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ସଦସ୍ୟ ବିନୋଦ କୁମାର ପରିଡା ମଂଚ ସଂଚଳନା କରିଥିଲେ । ଉପଦେଷ୍ଟା ଚନ୍ଦନ କୁମାର ନାୟକ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ସମ୍ପାଦକ ଅମିତ କୁମାର ସାହୁ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ପ୍ରାରମ୍ଭରେ କୁନିକୁନି ପିଲାମାନଙ୍କ ଦ୍ୱାରା ସ୍ୱାଗତ ନୃତ୍ୟ ପରିବେଷଣ କରାଯାଇଥିଲା । କୋଷାଧ୍ୟକ୍ଷ ରଜନୀକାନ୍ତ କର ଧନ୍ୟବାଦ ଦେଇଥିଲେ ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande