ବିରୂପା ନଦୀରେ ବୃଦ୍ଧା ନିଖୋଜ : ଉଦ୍ଧାର କାର୍ଯ୍ୟ ଜାରି
ଧର୍ମଶାଳା,୧୧ସେପ୍ଟେମ୍ବର(ହି.ସ.) - ଯାଜପୁର ଜିଲା ବରୀ ନିର୍ବାଚନ ମଣ୍ଡଳୀରେ ଅଘଟଣ । ଶୌଚ ହେବାକୁ ଯାଇ ବୃଦ୍ଧା ନିଖୋଜ । ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲା ବରୀ-ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ମହାକାଳପଡା ପଂଚାୟତ ନିଳାପଦା ଗ୍ରାମରେ । ଗ୍ରାମର ୭୦ ବର୍ଷୀୟା ତିଳୋତମା ସିଂ(୭୦) ନିକଟସ୍ଥ ବିରୂ
ବିରୂପା ନଦୀରେ ବୃଦ୍ଧା ନିଖୋଜ : ଉଦ୍ଧାର କାର୍ଯ୍ୟ ଜାରି


ଧର୍ମଶାଳା,୧୧ସେପ୍ଟେମ୍ବର(ହି.ସ.) - ଯାଜପୁର ଜିଲା ବରୀ ନିର୍ବାଚନ ମଣ୍ଡଳୀରେ ଅଘଟଣ । ଶୌଚ ହେବାକୁ ଯାଇ ବୃଦ୍ଧା ନିଖୋଜ । ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲା ବରୀ-ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ମହାକାଳପଡା ପଂଚାୟତ ନିଳାପଦା ଗ୍ରାମରେ । ଗ୍ରାମର ୭୦ ବର୍ଷୀୟା ତିଳୋତମା ସିଂ(୭୦) ନିକଟସ୍ଥ ବିରୂପା ନଦୀକୁ ଶୌଚ ହେବାକୁ ଯାଇଥିଲେ । ତେବେ ପ୍ରଖର ସ୍ରୋତରେ ଭାସି ଯାଇ ନିଖୋଜ ହୋଇଯାଇଥିଲେ । ସ୍ଥାନୀୟ ଲୋକେ ଓ ଅଗ୍ନୀଶମ ବାହିନୀ ବହୁ ଖୋଜା ଖୋଜି କରି ଥିଲେ ମଧ୍ୟ ତାଙ୍କର ପତା ପାଇ ନ ଥିଲେ । ଏଭଳି ଦୁଃଖଦ ଘଟଣା ଖବର ପାଇ ବରୀ ବିଧାୟକ ବିଶ୍ୱ ରଂଜନ ମଲ୍ଲିକ ଘଟଣାସ୍ଥଳରେ ପଂହଚି ଉଦ୍ଧାରକାରୀଙ୍କ ସହ ଆଲୋଚନା କରିବା ସହିତ ତାଙ୍କ ପରିବାର ଲୋକଙ୍କୁ ଭେଟି ଘଟଣା ସମ୍ପର୍କରେ ପଚାରି ବୁଝି ଥିଲେ ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande