ମୋଦିଙ୍କ ଜନ୍ମ ଦିନରେ ରାଜ୍ୟରେ  ଗୋଟିଏ ଦିନରେ ଲାଗିବ 75 ଲକ୍ଷ ଗଛ
ଭୁବନେଶ୍ୱର, 12 ସେପ୍ଟେମ୍ବର (ହି.ସ.)- ମୋଦିଙ୍କ ଜନ୍ମ ଦିନରେ ରାଜ୍ୟରେ ଗୋଟିଏ ଦିନରେ ଲାଗିବ 75 ଲକ୍ଷ ଗଛ । ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଆସନ୍ତା ସେପ୍ଟେମ୍ବର 17 ରେ ଗଛ ଲଗାଇବ ବନ ବିଭାଗ । 15 ଲକ୍ଷ ଗଛ ବନ ବିଭାଗର 1000 ସାଇଟରେ ଲଗାଯିବ । ସେହିପରି 35 ଲକ୍ଷ ଚାରା ରାଜ
ମୋଦିଙ୍କ ଜନ୍ମ ଦିନରେ ରାଜ୍ୟରେ  ଗୋଟିଏ ଦିନରେ ଲାଗିବ 75 ଲକ୍ଷ ଗଛ


ଭୁବନେଶ୍ୱର, 12 ସେପ୍ଟେମ୍ବର (ହି.ସ.)- ମୋଦିଙ୍କ ଜନ୍ମ

ଦିନରେ ରାଜ୍ୟରେ ଗୋଟିଏ ଦିନରେ ଲାଗିବ 75 ଲକ୍ଷ ଗଛ । ମୁଖ୍ୟମନ୍ତ୍ରୀଙ୍କ

ଆହ୍ୱାନ କ୍ରମେ ଆସନ୍ତା ସେପ୍ଟେମ୍ବର 17 ରେ ଗଛ ଲଗାଇବ ବନ ବିଭାଗ । 15 ଲକ୍ଷ ଗଛ ବନ ବିଭାଗର 1000 ସାଇଟରେ ଲଗାଯିବ । ସେହିପରି 35 ଲକ୍ଷ ଚାରା ରାଜ୍ୟର ସମସ୍ତ ପଂଚାୟତକୁ ବଣ୍ଟାସରିଛି । ଆମ୍ବ, ପଣସ ଭଳି ଉଭୟ ଓ

ମଣିଷ ଓ ପଶୁ ଖାଇ ପାରୁଥିବା ଚାରା ପଂଚାୟତରେ ଲଗାଯିବ । କୃଷି ବିଭାଗ 13 ଲକ୍ଷ, ସେଣ୍ଟ୍ରାଲ ଆର୍ମ

ଫୋର୍ସ 2 ଲକ୍ଷ ଚାରା ଲଗାଇବେ ବୋଲି ପିସିସିଏଫ

ସୁରେଶ ପନ୍ତ ସୂଚନା ଦେଇଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande