ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳରେ ରାଜଭାଷା ସପ୍ତାହ ଆୟୋଜିତ
ଭୁବନେଶ୍ୱର,୧୨ ସେପ୍ଟେମ୍ବର (ହି.ସ.)- ପୂର୍ବତଟ ରେଳପଥ ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳରେ ରାଜଭାଷା ସପ୍ତାହ ଉତ୍ସାହଭରା ପରିବେଶରେ ଆୟୋଜନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ମଣ୍ଡଳ ରେଳବାଇ ପ୍ରବନ୍ଧକ ଆଲୋକ ତ୍ରିପାଠୀ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ସରଳ ଭାବଗତ ସଂଯୋଗ ସୁନିଶ୍ଚିତ କରିବା ଓ ଭାଷାଗତ ତାରତମ
ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳରେ ରାଜଭାଷା ସପ୍ତାହ ଆୟୋଜିତ


ଭୁବନେଶ୍ୱର,୧୨ ସେପ୍ଟେମ୍ବର (ହି.ସ.)- ପୂର୍ବତଟ ରେଳପଥ ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳରେ ରାଜଭାଷା ସପ୍ତାହ ଉତ୍ସାହଭରା ପରିବେଶରେ ଆୟୋଜନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ମଣ୍ଡଳ ରେଳବାଇ ପ୍ରବନ୍ଧକ ଆଲୋକ ତ୍ରିପାଠୀ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ସରଳ ଭାବଗତ ସଂଯୋଗ ସୁନିଶ୍ଚିତ କରିବା ଓ ଭାଷାଗତ ତାରତମ୍ୟକୁ ଦୂର କରିବା ପାଇଁ ସରକାରୀ କାର୍ଯ୍ୟରେ ହିନ୍ଦୀର ପ୍ରଚାର-ପ୍ରସାରର ଗୁରୁତ୍ୱକୁ ଉଲ୍ଲେଖ କରିଥିଲେ।

ଶ୍ରୀ ତ୍ରିପାଠୀ ମଧ୍ୟ କହିଛନ୍ତି ଯେ, ସରଳ ସଂଯୋଗ ପ୍ରଣାଳୀ ଓ ଭାରତରେ ଯୋଗାଯୋଗରେ ଥିବା ଭାଷାଗତ ତାରତମ୍ୟକୁ ହିନ୍ଦୀର ପ୍ରଚାର-ପ୍ରସାର ମାଧ୍ୟମରେ ସେତୁ ବନାଇପାରିବ। ସେ ଗୋଟିଏ ଭାଷାରେ ଯୋଗାଯୋଗର ଆବଶ୍ୟକତା ବିଷୟରେ ଉଲ୍ଲେଖ କରି ଭାରତୀୟ ସମିଧାନର ପ୍ରତି ଆମର ଦାୟିତ୍ୱ ପୁରଣ କରିବା ପାଇଁ ସମସ୍ତଙ୍କୁ ଆହ୍ୱାନ କରିଥିଲେ।

ଏହି ଅବସରରେ ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳର ଅତିରିକ୍ତ ମଣ୍ଡଳ ରେଳବାଇ ପ୍ରବନ୍ଧକ (ପରିଚାଳନା) ପି. କେ. ବେହରା ଓ ଅତିରିକ୍ତ ମଣ୍ଡଳ ରେଳବାଇ ପ୍ରବନ୍ଧକ (ଭିତିଭୂମି)ସୁଭ୍ରଜ୍ୟୋତି ମଣ୍ଡଳଙ୍କ ସହିତ ସମସ୍ତ ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ ।ଏହି କାର୍ଯ୍ୟକ୍ରମକୁ ବରିଷ୍ଠ ରାଜଭାଷା ଅଧିକାରୀ ଶ୍ରୀମତୀ ଉଷା ରାଣୀ ପରିଚାଳନା କରିବା ସହ ରାଜଭାଷା ବିଭାଗ ଦ୍ୱାରା ହିନ୍ଦୀର ବ୍ୟବହାର ବୃଦ୍ଧି ପାଇଁ ହୋଇଥିବା ବିଭିନ୍ନ ପଦକ୍ଷେପ ବିଷୟରେ ସୂଚନା ଦେଇଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande