ତହସିଲଦାର ଲାଂଚ ନେବା ବେଳେ ମାଡି ବସିଲା ଭିଜିଲାନ୍ସ : ପୈତୃକ ବାସଭବନ ଯାଜପୁର ସହ ଏକ କାଳୀନ ୩ଟି ସ୍ଥାନରେ ଚଢାଉ
ଧର୍ମଶାଳା,୧୨ ସେପ୍ଟେମ୍ବର(ହି.ସ.) - ଟଙ୍କା ଲୋଭ ସମ୍ଭାଳି ପାରିଲେନି । ଲାଂଚ ନେବା ସମୟରେ ସମ୍ବଲପୁର ଭିଜିଲାନ୍ସ ହାତରେ ଧରା ପଡିଲେ ଯୁବ ତହସିଲଦାର । ଜମି ମ୍ୟୁଟେସନ ଓ ଜମି କିସମ ପରିବର୍ତନ ପାଇଁ ବାମରା ତହସିଲଦାର ଅଶ୍ୱିନୀ ପଣ୍ଡା ଲାଂଚ ନେବା ସମୟରେ ଧରାପଡିଛନ୍ତି । ତହସିଲଦାରଙ୍କ ସମେତ ତାଙ୍କ ଗାଡ
ତହସିଲଦାର ଲାଂଚ ନେବା ବେଳେ ମାଡି ବସିଲା ଭିଜିଲାନ୍ସ : ପୈତୃକ ବାସଭବନ ଯାଜପୁର ସହ ଏକ କାଳୀନ ୩ଟି ସ୍ଥାନରେ ଚଢାଉ


ଧର୍ମଶାଳା,୧୨ ସେପ୍ଟେମ୍ବର(ହି.ସ.) - ଟଙ୍କା ଲୋଭ ସମ୍ଭାଳି ପାରିଲେନି । ଲାଂଚ ନେବା ସମୟରେ ସମ୍ବଲପୁର ଭିଜିଲାନ୍ସ ହାତରେ ଧରା ପଡିଲେ ଯୁବ ତହସିଲଦାର । ଜମି ମ୍ୟୁଟେସନ ଓ ଜମି କିସମ ପରିବର୍ତନ ପାଇଁ ବାମରା ତହସିଲଦାର ଅଶ୍ୱିନୀ ପଣ୍ଡା ଲାଂଚ ନେବା ସମୟରେ ଧରାପଡିଛନ୍ତି । ତହସିଲଦାରଙ୍କ ସମେତ ତାଙ୍କ ଗାଡି ଡ୍ରାଇଭର ପ୍ରବୀଣ କୁମାର ମଧ୍ୟ ଗିରଫ ହୋଇଛନ୍ତି । ତାଙ୍କଠାରୁ ରସାୟନିକ ଲେପ ଥିବା ସମସ୍ତ ଟଙ୍କା ଜବତ କରାଯାଇଛି । ଶୁକ୍ରବାର ଦିନ ପ୍ରାୟ ୧୧ଟା ସମୟରେ ବାମରା ତହସିଲ କାର୍ଯ୍ୟାଳୟରେ ଏହି ଚଢାଉ କରାଯାଇଥିବା ଜଣାପଡିଛି । ଏହା ସହିତ ସମ୍ବଲପୁର, ଭୁବନେଶ୍ୱର ଓ ପୈତୃକ ବାସଭବନ ଯାଜପୁର ଧର୍ମଶାଳା ବ୍ଲକ କ୍ଷେତ୍ରପାଳ ଗ୍ରାମରେ ଭିଜିଲାନ୍ସ ଟିମ୍ ଚଢାଉ କରିଥିବା ଦେଖିବାକୁ ମିଳିଥିଲା ।

ସୂଚନା ମୁତବାକ,ବାମରା ବ୍ଲକ ସଦର ମହକୁମାସ୍ଥିତ ଗୋବିନ୍ଦପୁର ଭିକି ନାଏକ ଏକ ଜମିର କିସମ ପରିବର୍ତନ କରି ମ୍ୟୁଟେସନ କରିବାକୁ ଦୀର୍ଘ ଦିନ ହେଲା ଆବେଦନ କରିଥିଲେ । ଏହାକୁ ନେଇ ତହସିଲଦାର ଅଶ୍ୱିନୀ ପଣ୍ଡା ଲାଂଚ ମାଗିଥିଲେ । ଏନେଇ ଭିକି ସମ୍ବଲପୁର ଭିଜିଲାନ୍ସରେ ଅଭିଯୋଗ କରିଥିଲେ । ସେ ଭିଜିଲାନ୍ସଠାରୁ ରସାୟନିକ ବୋଳା ୧୫ ହଜାର ଟଙ୍କା ନେଇ ଆଜି ତହସିଲଦାରଙ୍କୁ ଦେଇଥିଲେ । ହେଲେ ତହସିଲଦାର ତାଙ୍କ ଡ୍ରାଇଭରଙ୍କୁ ଦେବାକୁ କହିଥିଲେ । ଏହି ସମୟରେ ଯୋଜନବଦ୍ଧଭାବେ ଭିଡିଲାନ୍ସ ଦୁହିଁଙ୍କୁ ମାଡି ବସିଥିଲା । ଏହା ସହ ଆୟ ବହିଭୂର୍ତ ସମ୍ପତି ଠୁଳ ମାମଲାକୁ ମଧ୍ୟ ଭିଜିଲାନ୍ସ ଅନୁଧ୍ୟାନ କରୁଥିବା ବେଳେ ତହସିଲଦାର ରହୁଥିବା ସମ୍ବଲପୁର ,ଭୁବନେଶ୍ୱର ଓ ଯାଜପୁର ଜିଲା କ୍ଷେତ୍ରପାଳ ଗାଁ ବାସଭବନରେ ଭିଭିଲାନ୍ସ ଟିମ୍ ଚଢାଉ କରିଥିବା ଦେଖିବାକୁ ମିଳିଥିଲା ।

ପ୍ରକାଶ ଥାଉକି, ରାଜ୍ୟରେ ୨୦୧୯ ବ୍ୟାଚର ଓଏସ୍ ଟପର ଅଶ୍ୱିନୀ ପଣ୍ଡା ବୋଲି ଯାଜପୁର ଜିଲା ଧର୍ମଶାଳା ବ୍ଲକ କ୍ଷେତ୍ରପାଳ ଗ୍ରାମର ବୋଲି ଜଣାପଡିଛି । ଅଶ୍ୱିନୀ ଓଏସ୍ ପାଇବା ପରେ ୨୦୨୧ରେ ଚାକିରୀ ପାଇଥିଲେ । ତାଙ୍କର ଏହି ସଫଳତା ପାଇଁ ତାଙ୍କ ନିକଯକୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟି ଥିଲା । ତେବେ ଆଜିର ଏଭଳି ଘଟଣା ଘଟିବା ପରେ ତାଙ୍କ ପ୍ରଶଂସକ ମହଲରେ ଘୋର ଆଘାତ ପଂହଚାଇଛି ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande