ଦେଶର 15ତମ ଉପରାଷ୍ଟ୍ରପତି ହେଲେ ସିପି ରାଧାକୃଷ୍ଣନ, ଶପଥ ପାଠ କରାଇଲେ ରାଷ୍ଟ୍ରପତି
ନୂଆଦିଲ୍ଲୀ, 12 ସେପ୍ଟେମ୍ବର (ହି.ସ.)- ସିପି ରାଧାକୃଷ୍ଣନ୍ ଶୁକ୍ରବାର ଦିନ ଉପରାଷ୍ଟ୍ରପତି ପଦ ପାଇଁ ଶପଥ ଗ୍ରହଣ କରିଛନ୍ତି । ସେ ଦେଶର 15ତମ ଉପରାଷ୍ଟ୍ରପତି ହେଲେ। ଶୁକ୍ରବାର ଦିନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସିପି ରାଧାକୃଷ୍ଣନଙ୍କୁ ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ
ଦେଶର 15ତମ ଉପରାଷ୍ଟ୍ରପତି     ହେଲେ ସିପି ରାଧାକୃଷ୍ଣନ, ଶପଥ ପାଠ କରାଇଲେ ରାଷ୍ଟ୍ରପତି


ନୂଆଦିଲ୍ଲୀ, 12 ସେପ୍ଟେମ୍ବର (ହି.ସ.)- ସିପି

ରାଧାକୃଷ୍ଣନ୍ ଶୁକ୍ରବାର ଦିନ ଉପରାଷ୍ଟ୍ରପତି ପଦ ପାଇଁ ଶପଥ ଗ୍ରହଣ କରିଛନ୍ତି । ସେ ଦେଶର 15ତମ

ଉପରାଷ୍ଟ୍ରପତି ହେଲେ। ଶୁକ୍ରବାର ଦିନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସିପି ରାଧାକୃଷ୍ଣନଙ୍କୁ

ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସମାରୋହରେ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ ।

ଏହି ଶପଥ ଗ୍ରହଣ ସମାରୋହରେ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ, କେନ୍ଦ୍ରୀୟ ମନ୍ତ୍ରୀ ଜେପି ନଡ୍ଡାଙ୍କ ସହିତ ମନ୍ତ୍ରିମଣ୍ଡଳର ଅନ୍ୟାନ୍ୟ ସଦସ୍ୟମାନେ

ଉପସ୍ଥିତ ଥିଲେ। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଓ ଏନ୍‌ଡିଏର ମେଂଟ ଦଳର

ନେତାମାନେ ମଧ୍ୟ ଏହି ଅନୁଷ୍ଠାନରେ ଉପସ୍ଥିତ ଥିଲେ। ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ୍ ଧନଖଡ଼

ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ।

ଉଲ୍ଲେଖନୀୟ ଯେ, ସିପି

ରାଧାକୃଷ୍ଣନ ମଙ୍ଗଳବାର ହୋଇଥିବା ଉପରାଷ୍ଟ୍ରପତି ନିର୍ବାଚନରେ ଇଣ୍ଡି ମେଂଟର ବିରୋଧୀ

ପ୍ରାର୍ଥୀ ବି ସୁଦର୍ଶନ ରେଡ୍ଡୀଙ୍କୁ ପରାସ୍ତ କରି ବିଜୟ ହାସଲ କରିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande