ଭୁବନେଶ୍ୱର,୧୨ ସେପ୍ଟେମ୍ବର (ହି.ସ.)- ଲାଂଚ ଏବଂ ଦୁର୍ନୀତି ମାମଲାରେ ୩ଜଣ ସରକାରୀ ଅଧିକାରୀଙ୍କୁ ଭିଜିଲାନ୍ସ ଗିରଫ କରିଛି। ବାମରା ତହସିଲଦାର ଓଏଏସ୍ ଅଧିକାରୀ ଅଶ୍ୱିନୀ କୁମାର ପଣ୍ଡାଙ୍କୁ ଗିରଫ କରିଛି ଭିଜିଲାନ୍ସ । ଲ୍ୟାଣ୍ଡ ମ୍ୟୁଟେସନ କେସରେ ୧୫ହଜାର ଟଙ୍କା ଲାଂଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି। ସେହିଭଳି ଲେବର କାର୍ଡ ଇସ୍ୟୁ କରାଇ ଦେବାକୁ କହି ଗରିବ ଶ୍ରମିକ ମାନଙ୍କ ଠାରୁ ୬୦୦୦ ଟଙ୍କା ଲାଂଚ ନେଉଥିବା ବେଳେ ନୟାଗଡ଼ ଡିଏଲଓ ଚିତ ରଞ୍ଜନ ରାଉତଙ୍କୁ ଭିଜିଲାନ୍ସ ଗିରଫ କରିଛି। ଏହା ବ୍ୟତୀତ ମୟୁରଭଞ୍ଜ ପିଇଓ ପୁଷ୍ପିତା ମହାକୁଡ଼ ଙ୍କୁ ମଧ୍ୟ ଭିଜିଲାନ୍ସ ଗିରଫ କରିଛି। ବରିଷ୍ଠ ନାଗରିକଙ୍କ ପେନସନ ଟଙ୍କାକୁ ଆତ୍ମସାତ ଘଟଣାରେ ସେ ଗିରଫ ହୋଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା