ଜୟପୁର, 14 ସେପ୍ଟେମ୍ବର (ହି.ସ.) - ଜୟପୁର ଟାଉନ ଥାନା ପକ୍ଷରୁ ସ୍ଥାନୀୟ ଜେଇଏଲସି ସଭାଗୃହ ଠାରେ ଆମ ପୁଲିସ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଟାଉନଥାନା ଅଧିକାରୀ ଉଲ୍ଲାସ ରାଉତ ଉପସ୍ଥିତ ରହି ସାମ୍ପ୍ରତିକ ପରିସ୍ଥିତିରେ ବିଭିନ୍ନ ସମୟରେ ଶିକ୍ଷିତ ଓ ଅଶିକ୍ଷିତ ଜନସଧାରଣ ଠକେଇ, ଚୋରି, ସ୍ପିଡ ବାଇକ ଚଲାଇ ଦୁର୍ଘଟଣା ଘଟାଇବା ଆଦି କୁସ˚ସ୍କାରର ସମ୍ମୁଖୀନ ହେଉଛନ୍ତି। ଗଣ ସଚେତନତା ମାଧ୍ୟମରେ ଲୋକଙ୍କ ନିକଟତର ହୋଇ ପୁଲିସ ଲୋକଙ୍କୁ ସୁରକ୍ଷା ଦେବା ସହ ପୁଲିସ ପବ୍ଲିକର ସେତୁ ରୁପେ କାର୍ଯ୍ୟ ପାଇଁ ଅଣ୍ଟା ଭିଡିଛି। ଚୋରି ହାରି ରୋକିବା ନିମନ୍ତେ ସିସିଟିଭି କ୍ୟାମେରା ଲଗାଇବାର ଆବଶ୍ୟକତା ରହିଛି। ସନିୟର ସିଟିଜେନ କର୍ଡ ପାଇଁ ନିର୍ଦ୍ଧାରିତ ଦରଖାସ୍ତ ଫର୍ମରେ ଆବେଦନ କଲେ ପୁଲିସ ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯିବ। ବିଭିନ୍ନ ଆଳରେ ଦଲାଲ ମାନେ ଜୟପୁର ସହରରେ ଘୁରି ବୁଲୁଛନ୍ତି ସେମାନଙ୍କୁ ସନ୍ଦେହ ହେଲେ ପୁଲିସ ସହାୟତା ପାଇଁ ପରାମର୍ଶ ଦେଇଥିଲେ। କିପରି ଶାନ୍ତି ଶୃଙ୍ଖଳା ବଜାୟ ରହିବ ସେନେଇ ଆଲୋଚନା କରିଥିଲେ। ମଦ କାରବାରକୁ ରୋଇବା, ନାବାଳକମାନଙ୍କୁ ବାଇକ ଚଲାଇବା ପାଇଁ ନଦେବା ସହ ସାଇବର କ୍ରାଇମ ଉପରେ ଆଲୋଚନା କରିଥିଲେ। ଏବ˚ ସମସ୍ତେ ବାଇକ ଚଲାଇବା ସମୟରେ ଟ୍ରାଫିକ ରୁଲ ମାନିବା ସହ ହେଲମେଟ ବ୍ୟବହାର କରିବାକୁ ପରାମର୍ଶ ଦେଇଥିଲେ। ଯେ କୌଣସି ସମୟରେ ମଧ୍ୟ ଆମ ପୁଲିସ ସହ ଯୋଗାଯୋଗ କଲେ ତୁରନ୍ତ ଘଟଣା ସ୍ଥଳରେ ପୁଲିସ ପହଁଚିବ ଏବ˚ ସୂଚନା ଦେବା ଲୋକଙ୍କ ନାମ ଗୋପନ ରହିବ ବୋଲି ଆଲୋଚନା ହୋଇଥିଲା। ଏହି ବୈଠକରେ ପୁଲିସ ବିଭାଗ ପକ୍ଷରୁ ସିଦ୍ଧାନ୍ତ ବେହେରା, ରୁଚିକାନ୍ତ ମହାକୁର, ରାଜେନ୍ଦ୍ର ପାଙ୍ଗି, ନବୀନ ଚୌଧୁରୀ,ଏଏସଆଇ ସତ୍ୟବାଦୀ ନାୟକ, ସପନ କୁମାର ମିଶ୍ରଙ୍କ ସମେତ ଜେଇଏଲସି କର୍ଯ୍ୟକର୍ତ୍ତା ଡିନ ହିମାଙ୍ଗୁ ଶେଖର ଚଣ୍ତାଲ କୋଷାଧ୍ୟକ୍ଷ୍ ଜସବିର ଡାନିୟଲ ପୌଲ ସ˚ପାଦକ ପ୍ରଫୁଲ ଭତ୍ରା ସଭାପତି ସିନିୟର ସିଟିଜେନ ଉଜ୍ବଳା ଖରା, ସଭାପତି ଖ୍ରଷ୍ଟିଆନ ଗ୍ରାମ ପଞ୍ଚାୟତ ସୁଧା˚ଶୁ ଶେଖର ସିତାରାମ ପ୍ରମୁଖ ଉପସ୍ଥିତ ରହି ନିଜ ନିଜ ମତ ପ୍ରଦାନ କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି