ଓଡିଶା ଅମଲା ସଙ୍ଘର ବାର୍ଷିକ ଉତ୍ସବ
ଜୟପୁର, ୧୪ ସେପ୍ଟେମ୍ବର (ହି.ସ.) - ଓଡ଼ିଶା ଅମଲା ସଂଘ ନବରଙ୍ଗପୁର ଜିଲ୍ଲା ଶାଖା ର ତ୍ରୟ ବାର୍ଷିକ ସମ୍ମିଳନୀ ହୋଟେଲ ରକିସାନ୍ ପ୍ରିମିୟମ ନବରଙ୍ଗପୁର ଠାରେ ଅନୁଷ୍ଠିତ ହୋଇଯାଇଅଛି । ଶଶୀଭୂଷଣ ଦାଶ୍ ସଭାପତି ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖା ତଥା ରାଜ୍ୟ ଅତିରିକ୍ତ ସାଧାରଣ ସମ୍ପାଦକ ଓଡ଼ିଶା ଅମଲା
ଓଡିଶା ଅମଲା ସଙ୍ଘର ବାର୍ଷିକ ଉତ୍ସବ


ଜୟପୁର, ୧୪ ସେପ୍ଟେମ୍ବର (ହି.ସ.) - ଓଡ଼ିଶା ଅମଲା ସଂଘ ନବରଙ୍ଗପୁର ଜିଲ୍ଲା ଶାଖା ର ତ୍ରୟ ବାର୍ଷିକ ସମ୍ମିଳନୀ ହୋଟେଲ ରକିସାନ୍ ପ୍ରିମିୟମ ନବରଙ୍ଗପୁର ଠାରେ ଅନୁଷ୍ଠିତ ହୋଇଯାଇଅଛି । ଶଶୀଭୂଷଣ ଦାଶ୍ ସଭାପତି ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖା ତଥା ରାଜ୍ୟ ଅତିରିକ୍ତ ସାଧାରଣ ସମ୍ପାଦକ ଓଡ଼ିଶା ଅମଲା ସଂଘ ଉକ୍ତ ସମ୍ମିଳନୀରେ ସଭାପତିତ୍ୱ କରିଥିଲାବେଳେ ଶ୍ରୀ ଗୈରି ଶଙ୍କର ମାଝୀ ବିଧାୟକ ନବରଙ୍ଗପୁର ମୁଖ୍ୟ ଅତିଥି, ମନହୋର ରନ୍ଧାରି ମାନ୍ୟବର ବିଧାୟକ ଡାବୁଗାଁ ସମ୍ମାନିତ ଅତିଥି ଭାବେ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ । ହୃଦୟ ବିହାରୀ ମହାପାତ୍ର ଅଧ୍ୟକ୍ଷ ଓଡ଼ିଶା ଅମଲା ସଂଘ, ଶ୍ରୀ ଜ୍ଞାନ ରଞ୍ଜନ ଦାଶ ରାଜ୍ୟ ସଭାପତି ଓଡ଼ିଶା ଅମଲା ସଂଘ, ଶ୍ରୀ ଚିତରଞ୍ଜନ ତରାସିଆ ରାଜ୍ୟ ସାଧାରଣ ସମ୍ପାଦକ ଓଡ଼ିଶା ଅମଲା ସଂଘ, ବିରଂଚି ନାରାୟଣ ବରାଳ ଉପସଭାପତି ଓଡ଼ିଶା ଅମଲା ସଂଘ, ଶ୍ୟାମ ସୁନ୍ଦର ନାୟକ ମଣ୍ଡଳ ସମ୍ପାଦକ ଓଡ଼ିଶା ଅମଲା ସଂଘ, ମହେନ୍ଦ୍ର ମହାପାତ୍ର, ଉପ ସଭାପତି ଓଡ଼ିଶା ଅମଲା ସଂଘ, ନଳିନୀକାନ୍ତ ଓଝା ରାଜ୍ୟ ଅତିରିକ୍ତ ସାଧାରଣ ସମ୍ପାଦକ ଓଡ଼ିଶା ଅମଲା ସଂଘ, ଶୁକାନ୍ତ ମହାପାତ୍ର ଅଧ୍ୟକ୍ଷ ନିର୍ବାଚନ କମିଟି ଓଡ଼ିଶା ଅମଲା ସଂଘ, ସୁନାକର ରାଉତ ପୁର୍ବତନ ଅଧ୍ୟକ୍ଷ ଓଡ଼ିଶା ଅମଲା ସଂଘ, ରୁପ କେଶରୀ ଦଳେଇ କାର୍ଯ୍ୟକାରିଣୀ ସଭ୍ୟ ଓଡ଼ିଶା ଅମଲା ସଂଘ, ଅରୁଣ କୁମାର ବଳିୟାର ସିଂହ ରାଜ୍ୟ ସାଙ୍ଗଠନିକ ସମ୍ପାଦକ ଓଡ଼ିଶା ଅମଲା ସଂଘ ମଂଚାସୀନ ହୋଇ ନିଜ ନିଜର ଅଭିଭାଷଣ ପ୍ରଦାନ କରିଥିଲେ । ନବରଙ୍ଗପୁର ଜିଲ୍ଲା ରେ କାର୍ଯ୍ୟରତ ବିଭିନ୍ନ ବିଭାଗର ଅମଲା ଯେଉଁ ମାନେ ଚାକିରି ରୁ ଅବସର ଗ୍ରହଣ କରିସାରିଛନ୍ତି ସେମାନଙ୍କୁ ବିଧାୟକଙ୍କ ଦ୍ୱାରା ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ତତ୍ ସହିତ ମଂଚାସିନ ଓ ବରିଷ୍ଠ ସଦସ୍ୟ ମାନଙ୍କୁ ମଧ୍ୟ ବିଧାୟକଙ୍କ ଦ୍ୱାରା ଓଡ଼ିଶା ଅମଲା ସଂଘ ନବରଙ୍ଗପୁର ଜିଲ୍ଲା ଶାଖା ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା । ଓଡ଼ିଶା ଅମଲା ସଂଘ ର ୭ ଗୋଟି ଦାବି ପୁରଣ ନିମନ୍ତେ ମୁଖ୍ୟମନ୍ତ୍ରୀ ଓଡ଼ିଶାଙ୍କୁ ବିଧାୟକ ମାନଙ୍କ ଜରିଆରେ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା । ବିଧାୟକ ନବରଙ୍ଗପୁର ଓ ବିଧାୟକ ଡାବୁଗାଁ ଓଡ଼ିଶା ଅମଲା ସଂଘ ର ଦାବିରେ ଯଥାର୍ଥତା ରହିଥିବା ସହିତ ଦାବି ଗୁଡ଼ିକୁ ନ୍ୟାୟ ସଙ୍ଗତ ବୋଲି ମନ୍ତବ୍ୟ ଦେଇଥିଲେ ଓ ଓଡ଼ିଶା ଅମଲା ସଂଘ ର ଦାବି ମୁଖ୍ୟମନ୍ତ୍ରୀ ଓଡ଼ିଶା ଙ୍କ ନିକଟରେ ଉପସ୍ଥାପନା କରିବା ସହିତ ଅମଲା ମାନଙ୍କୁ ନ୍ୟାୟ ପ୍ରଦାନ କରିବା ନିମନ୍ତେ ପ୍ରଚେଷ୍ଟା କରିବା ନିମନ୍ତେ ପ୍ରତିଶୃତି ଦେଇଥିଲେ । ଶେଷରେ ଓଡ଼ିଶା ଅମଲା ସଂଘ ନବରଙ୍ଗପୁର ଜିଲ୍ଲା ଶାଖାର କର୍ମକର୍ତା ଚୟନକୁ ରାଜ୍ୟ ସଂଘ ଅନୁମୋଦନ କରିଥିଲେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଶତାଧିକ ନେତୃବୃନ୍ଦଙ୍କ ସହିତ ରାଜ୍ୟ ନେତୃବୃନ୍ଦ ଯୋଗଦାନ କରିଥିଲେ । କୋରାପୁଟ ଜିଲ୍ଲାରୁ ସର୍ବାଧିକ ୪୮ ଜଣ ଯୋଗଦାନ କରିଥିଲେ । ଶଶୀଭୂଷଣ ଦାଶ୍‌ଙ୍କୁ ତାଙ୍କ ସାଙ୍ଗଠନିକ ଦକ୍ଷତାକୁ ଆଧାର କରି ନବରଙ୍ଗପୁର ଜିଲ୍ଲା ଶାଖା ତରଫରୁ ବିଧାୟକ ନବରଙ୍ଗପୁରଙ୍କ ଦ୍ୱାରା ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ପରିଶେଷରେ ଶଶୀଭୂଷଣ ଦାଶ୍ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବା ସହିତ ସଭା ସାଙ୍ଗ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande