ଅପରାଜିତା-୨୦୨୫ ସ୍ମରଣୀକା ପ୍ରକାଶ ନେଇ ପ୍ରସ୍ତୁତି ବୈଠକ
ଜୟପୁର, ୧୪ ସେପ୍ଟେମ୍ବର (ହି.ସ.)- ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଦଶହରା ମହୋତ୍ସବ କମିଟି ଏକ ସ୍ମରଣିକା ପ୍ରକାଶ କରିବେ। ଏହାର ଏକ ପ୍ରସ୍ତୁତି ବୈଠକ ଜୟପୁର ମାନ୍ୟବର ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ବାସଭବନ ସ୍ଥିତ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ବିଧାୟକଙ୍କ ପୃଷ୍ଠପୋଷକତାରେ ''
ସ୍ମରଣୀକା ପ୍ରକାଶ ନେଇ ପ୍ରସ୍ତୁତି ବୈଠକ


ଜୟପୁର, ୧୪ ସେପ୍ଟେମ୍ବର (ହି.ସ.)- ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଦଶହରା ମହୋତ୍ସବ କମିଟି ଏକ ସ୍ମରଣିକା ପ୍ରକାଶ କରିବେ। ଏହାର ଏକ ପ୍ରସ୍ତୁତି ବୈଠକ ଜୟପୁର ମାନ୍ୟବର ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ବାସଭବନ ସ୍ଥିତ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ବିଧାୟକଙ୍କ ପୃଷ୍ଠପୋଷକତାରେ ' ଅପରାଜିତା-୨୦୨୫ ' ନାମିତ ଏହି ସ୍ମରଣିକାରେ ଜୟପୁରର ଐତିହ୍ୟ, ଗୌରବ ଓ ଗବେଷଣାତ୍ମକ ଲେଖା ମାନ ପ୍ରକାଶ ପାଇବ। ଏଥିରେ ଡ. ପରେଶ୍ ରଥ ସମ୍ପାଦକ ଓ ସମ୍ପାଦନା ମଣ୍ଡଳୀରେ ଡ. ସୁରେଶ ଦାସ, ନବକୃଷ୍ଣ ରଥ, ହରିହର କରସୁଧା ପଟ୍ଟନାୟକ, ଡ.ସୁଧାଂଶୁ ଶେଖର ପଟ୍ଟନାୟକ, ଶ୍ରୀନାଥ ମିଶ୍ର, ନିହାର ରଞ୍ଜନ ବିଶୋଇ ପ୍ରମୁଖ ରହିଛନ୍ତି। ଅଞ୍ଚଳର ଜ୍ଞାନୀ, ଗୁଣି ଲେଖକ ଓ ଗବେଷକ ମାନଙ୍କ ଠାରୁ ଲେଖା ସଂଗ୍ରହ ପାଇଁ ଆହ୍ବାନ କରାଯାଇଛି।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande