କୋରେଇ, ୧୪ ସେପ୍ଟେମ୍ବର (ହି.ସ.) - ୨୦ ନମ୍ବର ଜାତୀୟ ରାଜପଥର ପାଣିକୋଇଲି ଯାଜପୁରରୋଡ ରାସ୍ତାର ପଥରପଦା ପଂଚାୟତ ନୂଆପଦା ଗ୍ରାମ ନିକଟସ୍ଥ କଳିଂଗ ହୋଟେଲ ନିକଟରେ ଆମ୍ବୁଲାନ୍ସ ରଖି ଶୌଚ ପାଇଁ ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ଦିଗମ୍ବର ମିଟୁଆଣି ଗ୍ରାମର ଶୁଭ ପ୍ରକାଶ ନାୟକ ତଳକୁ ଓହ୍ଲାଇଥିଲେ । ଏହି ସମୟରେ ପଛରୁ ଏକ ପିକଅପ ଦ୍ରୁତଗତିରେ ଆସି ଶୁଭ ପ୍ରକାଶଙ୍କୁ ଧକ୍କ୍ା ଦେଇ ତାଙ୍କ ଉପରେ ଚଢି ଆମ୍ବୁଲାନ୍ସକୁ ଧକ୍କା ଦେଇଥିଲା । ଫଳରେ ଶୁଭ ଗୁରୁତର ଭାବେ ଆହତ ହୋଇଥିଲେ । ଖବରପାଇ ପାଣିକୋଇଲି ପୁଲିସ ଓ ଆମେ ଆପଣଙ୍କ ପାଇଁ ହେଲପିଂଗ ଗ୍ରୁପର ସଦସ୍ୟମାନେ ପହଂଚି ଗୁରୁତର ଆହତ ଶୁଭକୁ ଏକ ଘରୋଇ ଗାଡିରେ ଭର୍ତି କରି ଯାଜପୁରରୋଡ କ୍ଷେତ୍ରୀୟ ଚିକତ୍ସାଳୟକୁ ନେଇଯାଇଥିଲେ । ପୁଲିସ ଗାଡି ଦୁଇଟିକୁ ଜବତ କରି କୋରେଇ ପୁଲିସକୁ ହସ୍ତାନ୍ତର କରିଥିଲା । ପରେ ଶୁଭ ଗୁରୁତର ହେବାରୁ ତାକୁ କଟକ ସ୍ଥାନାନ୍ତର କରାଯାଇଛି । ହେଲେ ବାପର ଶବ ସତ୍କାର କରିବା ପରିବେର୍ତ ଶୁଭ ମୃତ୍ୟୁ ସହ ସଂଗ୍ରାମ କରୁଥିବା ସୂଚନା ମିଳିଛି । ପୁଲିସ ଗାଡି ଦୁଇଟିକୁ ଜବତ କରି ତଦନ୍ତ ଜାରିରଖିଛି ।
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ