ବାରିପଦା, ୧୪ ସେପ୍ଟେମ୍ବର (ହି.ସ.)-ସ୍ଥାନୀୟ ପିଆରଏମ ହସ୍ପିଟାଲ ପରିସରରୁ କର୍ମଚାରୀଙ୍କ ବାଇକ ଚୋରି ହୋଇଛି। ଏନେଇ ସିଡିଏମଓ ଅଫିସ କର୍ମଚାରୀ ତୁଷାରକାନ୍ତି ମହାନ୍ତ ବାରିପଦା ଟାଉନ ଥାନାରେ ଅଭିଯୋଗ କରିଛନ୍ତି। ସେ ହସ୍ପିଟାଲ ପରିସରରେ ନିଜ ବାଇକ ପାର୍କିଂରେ ରଖି ଡିୟୁଟିକୁ ଯାଇଥିଲେ। ତେବେ ଫେରି ଦେଖିବା ବେଳକୁ ବାଇକ ନଥିଲା। ବହୁ ଖୋଜା ଖୋଜି କରିବା ପରେ ମଧ୍ୟ ନପାଇ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।
ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ