ବିଶ୍ୱ ହିନ୍ଦୀ ଦିବସ ପାଳିତ
ମାଲକାନଗିରି, ୧୪ ସେପ୍ଟେମ୍ବର (ହି.ସ.) - ଆଜି ମାଲ କାନଗିରି ଜିଲ୍ଲା ସଦରମହକୁମା ସ୍ଥିତ ନୋଡାଲ ବାଳିକା ବିଦ୍ୟାଳୟରେ, ଜିଲ୍ଲାର ବରିଷ୍ଠ ହିନ୍ଦୀ ଶିକ୍ଷକ ଜୟଦେବ ପଣ୍ଡାଙ୍କ ଅଧକ୍ଷ ତା ରେ ବିଶ୍ୱ ହିନ୍ଦୀ ଦିବସ ପାଳିତ ହୋଇ ଯାଇଛି। କାର୍ଯ୍ୟକ୍ରମର ଶୁଭାରମ୍ବ ମହାପ୍ରଭୁ ଜଗନ୍ନାଥଙ୍କ ପୂଜାର୍ଚ୍ଚନା,ପ୍ରଦୀ
ବିଶ୍ୱ ହିନ୍ଦୀ ଦିବସ ପାଳିତ


ମାଲକାନଗିରି, ୧୪ ସେପ୍ଟେମ୍ବର (ହି.ସ.) - ଆଜି ମାଲ କାନଗିରି ଜିଲ୍ଲା ସଦରମହକୁମା ସ୍ଥିତ ନୋଡାଲ ବାଳିକା ବିଦ୍ୟାଳୟରେ, ଜିଲ୍ଲାର ବରିଷ୍ଠ ହିନ୍ଦୀ ଶିକ୍ଷକ ଜୟଦେବ ପଣ୍ଡାଙ୍କ ଅଧକ୍ଷ ତା ରେ ବିଶ୍ୱ ହିନ୍ଦୀ ଦିବସ ପାଳିତ ହୋଇ ଯାଇଛି। କାର୍ଯ୍ୟକ୍ରମର ଶୁଭାରମ୍ବ ମହାପ୍ରଭୁ ଜଗନ୍ନାଥଙ୍କ ପୂଜାର୍ଚ୍ଚନା,ପ୍ରଦୀପ ପ୍ରଜ୍ଜ୍ୱଳନ, ପୁଷ୍ପମାଲ୍ୟ ଅର୍ପଣ ଓ ମନ୍ତ୍ର ସହିତ ଆରମ୍ଭ କରା ଯାଇଥିଲା ! ସମାରୋହରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସଭାପତି, ଏଜି ଓଡ଼ିଶା ଅଡିଟ ଏବଂ ଆକାଉଂଟସର ହିନ୍ଦୀ ନିନ୍ଦୀ ଅଧିକାରୀ ରବୀନ୍ଦ୍ରନାଥ ଚାନ୍ଦ ମୁଖ୍ୟ ବକ୍ତା, ଶିକ୍ଷାବିତ୍ ଶିବପ୍ରସାଦ କୀର୍ତନିୟା, ବରିଷ୍ଠ ହିନ୍ଦୀ ଶିକ୍ଷକ ମାନସ ଚଞ୍ଜନ ନାୟକ ଏବଂ ମା ଲକାନଗିରି ହିନ୍ଦୀ ଶିକ୍ଷକ ସଂଘ ସଭାପତି ଶଙ୍କରକୁ ଞ୍ଜାମି ସମ୍ମାନୀୟ ଅତିଥ୍ ଭାବେ ଯୋଗଦେଇଥିଲେ! ଅତିଥି ମାନେ ଛାତ୍ର ଛାତ୍ରୀ ମାନଙ୍କୁ ବର୍ତମାନ ଭାରତ ତଥା ସମଗ୍ର ବିଶ୍ୱରେ, ଭାରତର ରାଜଭାଷା ହିନ୍ଦୀର ମହତ୍ୱ ବିଷୟରେ ଅବଗତ କରାଇବା ସଙ୍ଗେସଙ୍ଗେ, ଭାରତର ଏକତା ଓ ଅଖଣ୍ଡତା ପାଇଁ ହିନ୍ଦୀ ଭାଷାର ଗୁରୁତ୍ୱପୂର୍ଣ ଭୂମିକା ଉପରେ ଆଲୋକପାତ କରିଥିଲେ ଏବଂ ଛାତ୍ର ଛାତ୍ରୀ ମାନଙ୍କୁ ମାତୃଭାଷା ଓଡ଼ିଆ ସହିତ ହିନ୍ଦୀ ଭାଷାକୁ ମଧ୍ୟ ସମାନ ଗୁରୁତ୍ୱର ସହିତ ଅଧୟନ କରିବା ପାଇଁ ପରାମର୍ଶ ଦେଇଥିଲେ । ମୁଖ୍ୟବକ୍ତା ଶ୍ରୀ ଚାନ୍ଦ ହିନ୍ଦୀ ଦିବସ କାହିଁକି ପାଳନ କରାଯାଏ ଏବଂ କିପରି ଭାବରେ ଶିକ୍ଷା ଦାନ କଲେ ଓଡ଼ିଆ ଛାତ୍ରଛାତ୍ରୀମାନଙ୍କୁ ସହଜରେହିନ୍ଦୀ ଶିଖାଇ ହେବ, ସେହି ବିଷୟରେ ମାଲକାନଗିରି ଜିଲ୍ଲାର ବିଭିନ୍ନ ବ୍ଲକରୁ ଆସିଥିବା ହିନ୍ଦୀ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ପ୍ରାଞ୍ଜଳ ଭାବରେ ବୁଝାଇଥିଲେ । ଏହି ଅବସର ରେ ମୁଖ୍ୟମନ୍ତ୍ରୀ ପୁରସ୍କାର ଲାଭକରିଥୁବା ହିନ୍ଦୀ ଶିକ୍ଷକ ରାଜେଶ କୁମାର ମେହେର, ବରି ଷ୍ଟ ହିନ୍ଦୀ ଶିକ୍ଷକ ଜୟଦେବ ପଣ୍ଡା ଓ ବିଜୟ କୁମାର ପୁହାଣଙ୍କୁ ହିନ୍ଦୀ ଭାଷାର ପ୍ରଚାର ପ୍ରସାର ପାଇଁ ସେମାନଙ୍କ ଅବଦାନ ନିମନ୍ତେ ପୁଷ୍ପଗୁଚ୍ଛ ଓ ଉତରୀୟ ଦେଇ ସମ୍ମାନିତ କରାଯାଇଥିଲା। ଏହାପରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଦେଶାତ୍ମବୋଧକ ସଙ୍ଗୀତ ପରିବେଷଣ କରିଥିଲେ । ସର୍ବଶେଷରେ ମୁଖ୍ୟମନ୍ତ୍ରୀ ପୁରସ୍କାର ପ୍ରାପ୍ତ ଶିକ୍ଷକ ରାଜେଶ କୁମାର ମେହେରଙ୍କ ସ୍ମର ଚିତ ହିନ୍ଦୀ କବିତା ପାଠ ସହିତ ସମାରୋହ ସମାପ୍ତ ହୋଇଥିଲା ।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande