ରକ୍ତଦାନ ଶିବିର ଅନୁଷ୍ଠିତ
ଜୟପୁର, ୧୪ ସେପ୍ଟେମ୍ବର (ହି.ସ.)-ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଅରବିନ୍ଦ ନଗର ଠାରେ ପୂର୍ବଛାତ୍ର ପକ୍ଷରୁ ରକ୍ତଦାନ ଶିବିର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା l ମୁଖ୍ୟ ଅତିଥି ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ପଶ୍ଚିମ ପ୍ରାନ୍ତ ବ୍ୟବସ୍ଥା ପ୍ରମୁଖ ସୁରେଶ ଜୈନ, ନଗର ସଂଘ ଚାଳକ ନିରଞ୍ଜନ ମିଶ୍ର, ସଂଘର ବ
ରକ୍ତଦାନ ଶିବିର  ଅନୁଷ୍ଠିତ


ଜୟପୁର, ୧୪ ସେପ୍ଟେମ୍ବର (ହି.ସ.)-ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଅରବିନ୍ଦ ନଗର ଠାରେ ପୂର୍ବଛାତ୍ର ପକ୍ଷରୁ ରକ୍ତଦାନ ଶିବିର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା l ମୁଖ୍ୟ ଅତିଥି ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ପଶ୍ଚିମ ପ୍ରାନ୍ତ ବ୍ୟବସ୍ଥା ପ୍ରମୁଖ ସୁରେଶ ଜୈନ, ନଗର ସଂଘ ଚାଳକ ନିରଞ୍ଜନ ମିଶ୍ର, ସଂଘର ବରିଷ୍ଠ ସ୍ୱୟଂ ସେବକ ଗଣେଶ ଆଚାର୍ଯ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମଟିକୁ ଆଗେଇ ନେବାରେ ସହଯୋଗ କରିଥିଲେ l ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ପ୍ରେମାନନ୍ଦ ନାୟକ, ସମ୍ପାଦକ ସତ୍ୟବାଦୀ ମିଶ୍ର ଏବଂ କୋଷାଧ୍ଯକ୍ଷ ମିହିର କୁମାର ମିଶ୍ର ଉପସ୍ଥିତ ଥିଲେ l ପ୍ରଧାନ ଆଚାର୍ଯ୍ଯ ଡକ୍ଟର ରମଣୀ ରଞ୍ଜନ ଦାସଙ୍କ ତତ୍ତ୍ବାବଧାନରେ ଏବଂ ଡକ୍ଟର ନରେଶ ସାହୁ ( blood donation state president)ଙ୍କ ସହ ୪ ଜଣ ଡାକ୍ତରଖାନା ସଦସ୍ୟଙ୍କ ସହଯୋଗରେ ମୋଟ ୪୮ ୟୁନିଟ୍ ରକ୍ତ ସଂଗ୍ରହ ହୋଇଛି l ୪ ଗୁରୁଜୀ ଓ ୪ ଗୁରୁମା, ଅଭିଭାବକ, ପୂର୍ବଛାତ୍ର ଛାତ୍ରୀ, ବିଦ୍ୱତ ପରିଷଦ ରକ୍ତଦାନ କରିଥିଲେ l ବିଦ୍ୟାଳୟର ଗୁରୁମା ଶ୍ରୀମତୀ ବବିତା ପlତ୍ରଙ୍କ ସହଯୋଗରେ ଦେବାଶିଷ ରଥ, ଶ୍ରୀକାନ୍ତ ମହାରଣା, ପ୍ରଭାକର ରଥ, ପବିତ୍ର ଦାଶ ପ୍ରମୁଖ ପୂର୍ବ ଛାତ୍ର ଏହି କାର୍ଯ୍ୟକ୍ରମକୁ ପରିଚାଳିତ କରିଥିଲେ l

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande